ମୁହଁ ଖୋଲିଲେ ନବୀନ; ଯେଉଁମାନେ କ୍ରସ୍‌ ଭୋଟିଂ କରିଛନ୍ତି, ସେମାନଙ୍କର କ୍ରିମିନାଲ…

ଭୁବନେଶ୍ବର,୧୬।୩: ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂ ହୋଇଥିବା ନେଇ ସୂଚନା ରହିଛି । ଏହାରି ଭିତରେ ମୁହଁ ଖୋଲିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେପି ଘୋଡ଼ା ବେପାର କରୁଛି କହିଥିଲି । ଯେଉଁମାନେ କ୍ରସ୍‌ ଭୋଟିଂ କରିଛନ୍ତି, ସେମାନଙ୍କର କ୍ରିମିନାଲ ରେକର୍ଡ ରହିଛି । ସେମାନଙ୍କର ବାପାମାନେ ଜେଲ୍‌ରେ ରହିଛନ୍ତି ବୋଲି କହି ଟାର୍ଗେଟ କରିଛନ୍ତି ନବୀନ ।

ତେବେ ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ପରେ ପାଲଟା ଜବାବ ଦେଇଛନ୍ତି ପ୍ରଭାତ ତ୍ରିପାଠୀ । ନବୀନଙ୍କ ଅଭିଯୋଗକୁ ଖଣ୍ଡନ କରି ନିଜ ବିଧାୟକଙ୍କୁ ଏକାଠି ରଖିବାରେ ନବୀନ ବିଫଳ ବୋଲି ସେ କହିଛନ୍ତି । ନିଜ ଉପରୁ ଦୋଷ ଛଡ଼ାଇବା ପାଇଁ ଏପରି କହୁଛନ୍ତି । ମୋତେ ବିଜେଡି ଅତୀତରେ ଅନେକ ହଇରାଣ କରିଛି । ମୋ ପୁଅ ଉପରେ କାର୍ଯ୍ୟାନୁଷ୍ଠାନ ନେଲେ କିଛି ହେବନି ବୋଲି କହିଛନ୍ତି ।

 

Dharitri – Odisha’s No.1 Odia Daily

Share