ଭୁବନେଶ୍ୱର,୧୭।୮: ବିରୋଧୀଦଳ ନେତା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ ହୋଇ ରବିବାର ଅପରାହ୍ନ ୫ଟା ୧୫ରେ ଭୁବନେଶ୍ବରର ଏସୟୁଏମ୍ ଅଲଟିମେଡିକେୟାରରେ ଭର୍ତ୍ତି ହୋଇଛନ୍ତି। ଡିହାଇଡ୍ରେସନ୍ ଯୋଗୁଁ ସେ ହସ୍ପିଟାଲ୍ରେ ଚିକିତ୍ସା ଅଧୀନରେ ରହିଛନ୍ତି।
ଏହି ଖବର ପ୍ରକାଶ ପାଇବା ପରେ ଲୋକଙ୍କ ମଧ୍ୟରେ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକାଶ ପାଇଥିଲା। ଲୋକମାନଙ୍କ ଚିନ୍ତାକୁ ଦେଖି ହସ୍ପିଟାଲ ପକ୍ଷରୁ ଏକ ବୁଲେଟିନ୍ ଜାରି କରାଯାଇଛି। ମିଳିଥିବା ସୂଚନା ତାଙ୍କ ଅବସ୍ଥା ସ୍ଥିର ଅଛି ଓ ଚିକିତ୍ସାକୁ ଭଲ ପ୍ରତିକ୍ରିୟା ଦେଉଛନ୍ତି।
ନବୀନ କିଛି ଦିନ ତଳେ ମୁମ୍ବାଇର କୋକିଳାବେନ ହସ୍ପିଟାଲରେ ଅସ୍ତ୍ରୋପଚାର କରି ଫେରିଥିଲେ। ଗତ ସାଧାରଣ ନିର୍ବାଚନ ସମୟରେ ମଧ୍ୟ ସେ ଅସୁସ୍ଥ ଥିବା ଜଣାପଡ଼ିଥିଲା ଓ ପରେ ସୁସ୍ଥ ଥିବା କହିଥିଲେ, କିନ୍ତୁ ସ୍ୱାସ୍ଥ୍ୟବସ୍ଥା ଠିକ ରହିନଥିବା ଖବର ମିଳିଥିଲା।


