Naveen Patnaik: ଭାଷଣ ଆରମ୍ଭରୁ କହିଦେଲେ ନବୀନ! ରାଜନୀତି ହଲଚଲ

ଭୁବନେଶ୍ୱର,୧୯।୪: ନବମଥର ବିଜେଡି ମଙ୍ଗ ଧରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜେଡିର ରାଜ୍ୟ ସଭାପତି ହେଲେ ନବୀନ ପଟ୍ଟନାୟକ। Naveen Patnaikଙ୍କ ବ୍ୟତୀତ ଦଳର ଅନ୍ୟ କେହି ନାମାଙ୍କନ ଦାଖଲ କରିନଥିବାରୁ ପୁଣି ଥରେ ନବୀନ ର୍ନିଦ୍ବନ୍ଦରେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ନିର୍ବାଚନ ଅଧିକାରୀ ପ୍ରତାପ ଦେବ।

ତେବେ ନିର୍ବାଚିତ ହେବା ପରେ Naveen Patnaik କହିଛନ୍ତି, ୨୦୦୦-୨୦୨୪ ଥିଲା ଓଡ଼ିଶା ବିକାଶର ସୁବର୍ଣ୍ଣ ଯୁଗ। BJD ସବୁବେଳେ ରାଜ୍ୟବାସୀଙ୍କ ସେବା କରିଚାଲିଛି। ଓଡ଼ିଶାର ହକ୍‌ ପାଇଁ ଲଢ଼େଇ ଜାରି ରହିବ। ୨୪ ନିର୍ବାଚନରେ ଆମେ କମ ମାର୍ଜିନରେ ହାରିଛୁ। ମିଥ୍ୟା ପ୍ରଚାରକୁ ଠିକରେ କାଉଣ୍ଟର କରିପାରି ନଥିଲୁ। ସୋସିଆଲ ମିଡିଆରେ ଠିକରେ କାଉଣ୍ଟର କରିପାରିନଥିଲୁ। ବିଜେଡି ଭାଇ ଓ ଭଉଣୀଙ୍କ ଉପରେ ପୂରା ଭରସା ଅଛି। ସେମାନେ ମିଥ୍ୟା ପ୍ରଚାରର ଉଚିତ ଜବାବ ଦେବେ।

ଏଥିସହ ଓଡିଶା ଅନେକ ରାଜ୍ୟ ପାଇଁ ରୋଲ ମଡେଲ ମଧ୍ୟ ସାଜିଛି ଯାହା ଆମ ପାଇଁ ଗୌରବର କଥା । ବିଜୁ ଜନତା ଦଳର ସାଙ୍ଗଠନିକ ଦଳକୁ କେହି ନୀଚ୍ଚ ମଣିବା ମଧ୍ୟ ଉଚିତ ନୁହେଁ । କାମ କରିବା ପାଇଁ ଆଜି ବି ଆମ ଦଳ ଏକାଠି ରହିଛି ସମସ୍ତ ସକ୍ରିୟ କର୍ମୀ ପାଇଁ ବିଜୁ ଜନତା ଦଳ ସବୁବେଳେ ଥିଲା ସବୁବେଳେ ରହିଛି ବୋଲି Naveen Patnaik କହିଛନ୍ତି।

କହିରଖୁଛୁ କି, ଏକାମାତ୍ର ପ୍ରାର୍ଥୀ ଭାବେ Naveen Patnaik ନାମାଙ୍କନ ଦାଖଲ କରିଥିଲେ। ସୂଚନାନୁଯାୟୀ, ଶନିବାର ସକାଳ ୧୧ଟାରେ ବିଜେଡି ରାଜ୍ୟ ପରିଷଦ ବୈଠକ ବସିଥିଲା। ୩୫୫ ରାଜ୍ୟ ପରିଷଦ ସଦସ୍ୟ ଏହି ବୈଠକରେ ଯୋଗ ଦେଇଥିଲେ। ବୈଠକରେ ନବୀନ ପଟ୍ଟନାୟକଙ୍କୁ ପୁଣି ସଭାପତି ଭାବେ ବିଧିବଦ୍ଧ ଘୋଷଣା କରାଯାଇଛି। ନବୀନ ସଭାପତି ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ସେ ନିଦ୍ୱର୍ନ୍ଦ୍ୱରେ ୯ମ ଥର ସଭାପତି ହୋଇଛନ୍ତି।

Share