ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ ଜନତା ଦଳ ନଗର ସଭାପତି ଭାବେ ସୁଧୀର କୁମାର ପାଢ଼ୀଙ୍କୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ମନୋନୀତ କରିଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ଖୁସିର ଲହରି ଦେଖିବାକୁ ମିଳିଛି। ଦଳୀୟ ନେତା କର୍ମୀ ଏବଂ ନିର୍ବାଚିତ ପ୍ରତିନିଧିମାନେ ନବ ନିଯୁକ୍ତ ଟାଉନ ପ୍ରେସିଡେଣ୍ଟ ପାଢ଼ୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପାଢ଼ୀଙ୍କର ନେତୃତ୍ୱରେ ଆଗାମୀ ଦିନରେ ଦଳୀୟ ସଙ୍ଗଠନ ସୃଦୃଢ଼ ହେବ ବୋଲି ଦଳୀୟ ନେତୃବୃନ୍ଦ ଆଶାବାଦୀ କରିଛନ୍ତି। ନଗର ସଭାପତି ଘୋଷଣା ହେବା ପରେ ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପୂର୍ବତନ ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କୁ କୃତଜ୍ଞତା ଜଣାଇଛନ୍ତି ନବ ନିଯୁକ୍ତ ସୁଧୀର କୁମାର ପାଢ଼ୀ।