ଭୁବନେଶ୍ୱର,୧୬।୨: ଠାକୁର ଶ୍ରୀଶ୍ରୀ ଅନୁକୁଳଚନ୍ଦ୍ରଙ୍କ ଜନ୍ମ ଉତ୍ସବରେ ଯୋଗ ଦେଇଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ। ରାଜଧାନୀର ଜନତା ମଇଦାନରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଛି।
ଆଜି ଜନତା ମଇଦାରେ ଠାକୁର ଅନୁକୁଳ ଚନ୍ଦ୍ରଙ୍କୁ ୧୩୭ ତମ ଜନ୍ମ ଉତ୍ସବ ପାଳନ କରାଯାଉଛି । ଏଥିରେ ହଜାର ହଜାର ଅନୁଗାମୀଙ୍କ ଭିଡ ଲାଗିଛି । ଏହି କ୍ରମରେ ନବୀନ ପଟ୍ଟନାୟକ ଯୋଗଦେଇଥିଲେ । ପ୍ରାୟ ୫୦ ହଜାରରୁ ଅଧିକ ଅନୁଗାମୀ ସାମିଲ ହୋଇଛନ୍ତି ।

