ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ନେଇ ମୁହଁ ଖୋଲିଲେ ନବୀନ, ନୂଆ ମୁଖିଆ….

ଭୁବନେଶ୍ୱର,୨୧।୧:  ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ଉପରେ ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ କାହିଁକି ବିଜୁ ଜନତା ଦଳରୁ ଅରବିନ୍ଦଙ୍କୁ ନିଲମ୍ବନ କରାଯାଇଛି ତାହାର କାରଣ କହିଛନ୍ତି । ନାଁ ନନେଇ ସେ ସିଧା ନିଶାନା କରିଛନ୍ତି ।

ନବୀନ କହିଛନ୍ତି, ମୁଁ ଜଣଙ୍କୁ ବିଶ୍ବାସ କରି ଦାୟିତ୍ବ ଦେଇଥିଲି । ଅନେକ ଦାୟତ୍ବ ଦିଆଯାଇଥିଲା । ଆପଣଙ୍କ ନିର୍ବାଚନମଣ୍ଡଳୀ ପାଇଁ ଭଲ କାମ କରିବାକୁ ସୁଯୋଗ ଦେଇଥିଲି । କିନ୍ତୁ ଜାଣିଲି ସେ ସାହାଯ୍ୟ କରିବା ପରିବର୍ତ୍ତେ ହଇରାଣ ହରକତ କରୁଛନ୍ତି । ପାଟକୁରାବାସୀ ହଇରାଣ ହରକତ ହେଉଛନ୍ତି  । ଦଳରେ ରହି ଯିଏ ଆପଣଙ୍କୁ ହଇରାଣ କରିବ ମୁଁ ତାକୁ ଦଳରୁ କାଢ଼ିଦିଏ । ଆପଣମାନଙ୍କ ପାଇଁ ଜଣେ ଭଲ ମୁଖିଆ ଆସିବେ ବୋଲି ଆଜି କହିଛନ୍ତି ବିଜେଡି ସୁପ୍ରିମୋ ।

କହିରଖୁଛୁକି,  ବିଜେଡି କ୍ଷମତାଚ୍ୟୁତ ହେଲା ପରେ ପ୍ରଥମ ଥର ପାଇଁ ଏତେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସନାତନ ଲଗାତାର ବିଜେଡି ବିରୋଧରେ ବିଷୋଦଗାର କରୁଥିଲେ ହେଁ ଅରବିନ୍ଦଙ୍କ ନିଲମ୍ବନ ରହସ୍ୟମୟ ହୋଇଥିଲା । ତେବେ ନିଲମ୍ବନ ପରେ ଅରବିନ୍ଦ କହିଥିଲେ, ସବୁଦିନ ମୋ’ ବିରୋଧରେ ନୂଆ ନୂଆ ଅଭିଯୋଗ ଆଣୁଛି ବିଜେଡି । ତେବେ ବିଜେଡିର ଅଭିଯୋଗ ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି ଅରବିନ୍ଦ । ଏହାପରେ ଆଜି ମୁହଁ ଖୋଲିଛନ୍ତି ନବୀନ ।

 

Dharitri –Odisha’s No.1 Trusted Odia Daily

 

 

 

Share