ଭୁବନେଶ୍ୱର,୨୮ା୧୨(ସୁନିତ୍ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ କରିଛନ୍ତି। ଏହି ଜିଲାଗୁଡ଼ିକ ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଗଜପତି, ଅନୁଗୋଳ, ମାଲକାନଗିରି, ସୋନପୁର, ଝାରସୁଗୁଡ଼ା ଏବଂ ଦେବଗଡ଼ ରହିଛି। ବୌଦ୍ଧ ଜିଲା ଲାଗି ୮ ଉପସଭାପତି, ୯ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଏବଂ ୧୭ ଜଣ ସମ୍ପାଦକ ଭାବେ ଦାୟିତ୍ୱ ପାଇଛନ୍ତି। କନ୍ଧମାଳରେ ୮ ଉପସଭାପତି, ୨୧ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଏବଂ ୨୦ ସମ୍ପାଦକ, ଦେବଗଡ଼ ଜିଲା ପାଇଁ ୪ ଉପସଭାପତି, ୪ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଏବଂ ୮ ସମ୍ପାଦକ ଭାବେ ନିଯୁକ୍ତି ପାଇଛନ୍ତି। ଗଜପତି ଜିଲାରେ ୧୩ ଉପସଭାପତି, ୧୨ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଏବଂ ୧୪ ସମ୍ପାଦକ ଭାବେ ଦାୟିତ୍ୱ ପାଇଛନ୍ତି। କେନ୍ଦୁଝର ଜିଲା ଲାଗି ୧୪ ଜଣ ଉପସଭାପତି, ୨୯ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଏବଂ ୫ ଜଣ ସମ୍ପାଦକ ଭାବେ ନିଯୁକ୍ତି ପାଇଛନ୍ତି। ଅନୁଗୋଳ ଜିଲାରେ ୧୦ ଜଣ ଉପସଭାପତି, ୧୨ ଜଣ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଏବଂ ୧୬ ଜଣଙ୍କୁ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି। ମାଲକାନଗିରିରେ ୨ ଉପସଭାପତି, ୯ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ, ୧୯ ଜଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି। ସୁନ୍ଦରଗଡ଼ ଜିଲାରେ ୧୨ ଉପସଭାପତି, ୧୧ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଏବଂ ୨୨ ଜଣ ସମ୍ପାଦକ ଭାବେ ଦାୟିତ୍ୱ ପାଇଛନ୍ତି। ଝାରସୁଗୁଡ଼ା ଜିଲାରେ ୭ ଉପସଭାପତି, ୪ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଏବଂ ୧୪ ଜଣ ସମ୍ପାଦକ ଦାୟିତ୍ୱ ପାଇଛନ୍ତି। କଳାହାଣ୍ଡି ପାଇଁ ୯ ଉପସଭାପତି, ୯ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଓ ୩୧ ଜଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି। ସୋନପୁର ଲାଗି ୧୧ ଉପସଭାପତି, ୧୨ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଏବଂ ୨୫ ଜଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି।