ଭୁବନେଶ୍ୱର,୧୪ା୩: ଆସନ୍ତା ୧୬ ତାରିଖରେ ଅନୁଷ୍ଠିତ ହେବ ରାଜ୍ୟ ସଭା ନିର୍ବାଚନ। ଏନେଇ ରାଜ୍ୟର ୩ ପ୍ରମୁଖ ଦଳ ଭାଜପା, ବିଜେଡି ଏବଂ କଂଗ୍ରେସ ନିଜ ବିଧାୟକମାନଙ୍କୁ ଏକାଠି ରଖିବା ପାଇଁ ପୂରା ଦମ୍ ଲଗାଇ ଦେଇଛନ୍ତି। ଏହା ଭିତରେ ପ୍ରତ୍ୟେକ ଦଳ ଆକ୍ଷେପ ପ୍ରତିଆକ୍ଷେପ ମଧ୍ୟ କରୁଛନ୍ତି। ଏହି ରାଜ୍ୟ ସଭା ନିର୍ବାଚନକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବଂ ଭାଜପା ବିଧାୟକ ଜୟନାରାୟଣ ମିଶ୍ର ମୁହାଁମୁହିଁ ହୋଇଛନ୍ତି। ଘୋଡ଼ା ବେପାର ନେଇ ପରସ୍ପରକୁ ଆକ୍ଷେପ କରିଛନ୍ତି ଦୁଇ ନେତା। ଭାଜପା ଘୋଡ଼ା ବେପାର କରୁଛି। ଏହା ଅପରାଧ ବୋଲି ନବୀନ କହିଥିବାବେଳେ ଜୟନାରାୟଣ କହିଛନ୍ତି ନବୀନଙ୍କର ଘୋଡ଼ା ବେପାରର ଅଭିଜ୍ଞତା ରହିଛି। ଆମେ ଘୋଡ଼ା ବେପାର କରୁନୁ, ବିବେକାନୁମୋଦିତ ଭୋଟ୍ ମାଗିଛୁ। ବିଜେଡି ବୁଡ଼ିଲା ଡଙ୍ଗା, ସିଏ ଡଙ୍ଗାରେ କିଏ କାହିଁ ବସିବେ। ଏଥିରୁ ନବୀନ ପରାଜୟ ସ୍ବୀକାର କରୁଥିବା ଜଣାପଡ଼ିଗଲାଣି ବୋଲି ଜୟନାରାୟଣ କହିଛନ୍ତି।

