ଭୁବନେଶ୍ୱର,୧୪ା୧୨: ବର୍ଦ୍ଧିତ ଦରମା ନେବାକୁ ବିଜେଡି ବିଧାୟକ ନବୀନ ପଟ୍ଟନାୟକ ମନା କରିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଧାୟକ ଗଣେଶ୍ବର ବେହେରା। ସେ କହିଛନ୍ତି, ନବୀନ ବାବୁ ଦରମା ଉପରେ ନିର୍ଭରଶୀଳ ନୁହନ୍ତି, ସେଥିପାଇଁ ମନା କରିଛନ୍ତି। କିନ୍ତୁ ମୁଁ ଏବଂ ମୋ’ ଭଳି ଅନେକ ବିଧାୟକଙ୍କର ବର୍ଦ୍ଧିତ ଦରମା ଆବଶ୍ୟକ। ନବୀନ ବାବୁଙ୍କର ନିଷ୍ପତ୍ତି ତାଙ୍କର ବ୍ୟକ୍ତିଗତ ବୋଲି ଗଣେଶ୍ୱର କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଦଳୀୟ ବିଧାୟକଙ୍କୁ ବର୍ଦ୍ଧିତ ଦରମା ନେବା ପାଇଁ ସେ ବାରଣ କରି ନାହାନ୍ତି। ବିଜେଡି ଦରମା ବୃଦ୍ଧି ପାଇଁ ଦାବି କରିବା ସହ ବିଲ୍କୁ ସମର୍ଥନ କରିଥିଲା। ତେଣୁ ଦରମା ବୃଦ୍ଧିକୁ ବିରୋଧ କରିବାର ପ୍ରଶ୍ନ କାହିଁକି ଉଠୁଛି। ବିଧାୟକମାନେ ବହୁ କଷ୍ଟରେ ଚଳୁଛନ୍ତି, ଲୋକେ ତାହା ବୁଝିବା ଦରକାର ବୋଲି ଗଣେଶ୍ୱର କହିଛନ୍ତି।