ଭରସା କଲେ ନବୀନ ୩ ଜଣଙ୍କୁ ମିଳିଲା ଗୁରୁ ଦାୟିତ୍ୱ

ବ୍ରଜରଜନଗର ୨୯ା୧୨( ବିଜୟ ବରାଡ଼): ଝାରସୁଗୁଡା ଜିଲା ବିଜୁ ଜନତା ଦଳକୁ ସକ୍ରିୟ କରିବା ପାଇଁ ବିଜେଡିର ସଭାପତି ନବୀନ ପଟନାୟକ ବ୍ରଜରଜନଗର ପୌରାଞ୍ଚଳରୁ ୩ ଜଣଙ୍କୁ ଉପ ସଭାପତି ଦାୟୀତ୍ୱ ଦେଇଛନ୍ତି। ସେମାନେ ହେଲେ ବ୍ରଜରଜନଗର ପୂର୍ବତନ ପୌରାଧ୍ୟକ୍ଷ ନନ୍ଦ କିଶୋର ଅଗ୍ରୱାଲ, ବରିଷ୍ଠ ଆଇନୀଜୀବୀ ବିଶ୍ୱନାଥ ନାୟକ, ବିଜେଡି ଗଠନ ପରେ ବ୍ରଜରଜନଗରର ପ୍ରଥମ ସଭାପତି କୁଳମଣି ଦାସ। ଏମାନେ ଦୀର୍ଘ ବର୍ଷ ହେଲା ବିଜେଡିରେ ରହି ଦଳ ପାଇଁ କାର୍ଯ୍ୟ କରି ଆସୁଛନ୍ତି। ଆଗାମୀ ପୌର ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନରେ ଏମାନେ ଦଳକୁ ବିଜୟୀ କରାଇବାରେ ସକ୍ରିୟ ଭୂମିକା ଗ୍ରହଣ କରିବେ। ନବୀନ ପଟନାୟକ ଭରସା କରି ଦାଇତ୍ୱ ଦେଇଥିବାରୁ ତାଙ୍କୁ ଧନ୍ୟବାଦ ଦେଇଛନ୍ତି।

Dharitri – Odisha’s No.1 Odia Daily