ମାନସ ରଞ୍ଜନ ମଙ୍ଗରାଜ,ସୁଲତା ଦେଓଙ୍କୁ ଗୁରୁ ଦାୟିତ୍ୱ ଦେଲେ ନବୀନ

ଭୁବନେଶ୍ୱର,୧୩।୪: ମାନସ ରଞ୍ଜନ ମଙ୍ଗରାଜ ଏବଂ ସୁଲତା ଦେଓଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମାନସଙ୍କୁ ବିଜେଡି ସଂସଦୀୟ ଦଳ ନେତା ଭାବେ ମନୋନୀତ କରିଛନ୍ତି ନବୀନ। ସେହିପରି ସୁଲତା ଦେଓଙ୍କୁ ବିଜେଡି ସଂସଦୀୟ ଦଳ ଉପନେତା ସହ ମୁଖ୍ୟ ସଚେତକ ଦାୟିତ୍ୱ ମଧ୍ୟ ଦଳ ପକ୍ଷରୁ ଦିଆଯାଇଛି। ଉଭୟଙ୍କ ଚୟନକୁ ଅନୁମୋଦନ ଦେବାକୁ ରାଜ୍ୟ ସଭା ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି। ବିଜେଡି ସଭାପତି ନବୀନ ଏ ନେଇ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି।

Dharitri – Odisha’s No.1 Odia Daily

Share