ECIଙ୍କ ଦୃଷ୍ଟି ଆକର୍ଷଣ କଲେ ନବୀନ: ଆଣିଲେ ବଡ଼ ଅଭିଯୋଗ

ଭୁବନେଶ୍ୱର,୧୦।୧୧: ନୂଆପଡ଼ା ଉପନିର୍ବାଚନରେ ଆଚରଣବିଧି ଉଲ୍ଲଙ୍ଘନ ହେଉଥିବା ଅଭିଯୋଗ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ECIଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

୪୮ ଘଣ୍ଟାର ନୀରବତା ଅବଧିକୁ କଡ଼ା କଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ନବୀନ ECIଙ୍କ ନିକଟରେ ଦାବି କରିଛନ୍ତି। ନୂଆପଡ଼ା ବାହାରେ ଭାଜପା ନେତା ଏବଂ ମନ୍ତ୍ରୀମାନେ ଏବେ ବି ଘୁରି ବୁଲୁଛନ୍ତି ବୋଲି ECIଙ୍କ ନିକଟରେ ଅଭିଯୋଗ ହୋଇଛି।

ବିଜେଡି କର୍ମୀ ଏହାର ବିରୋଧ କରିବାରୁ ସେମାନଙ୍କୁ ଥାନାରେ ଅଟକ ରଖାଯାଉଛି। ଜିଲା ପ୍ରଶାସନ ଏବଂ ସ୍ଥାନୀୟ ପୋଲିସ ପକ୍ଷପାତି ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ନିର୍ବାଚନର ବିଶ୍ୱସନୀୟତା ବଜାୟ ରଖିବାକୁ ECI ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି।

Dharitri – Odisha’s No.1 Odia Daily

Share