ବିଜୁବାବୁଙ୍କ ଜନ୍ମ ଉତ୍ସବ ପାଳନକୁ ଆସିଲେନି ନବୀନ, କାଢ଼ି ନିଆଗଲା ଚୌକି

ଭୁବନେଶ୍ୱର,୫ା୩: ମାର୍ଚ୍ଚ ୫ ଅର୍ଥାତ୍‌ ଆଜି(ବୁଧବାର) ପ୍ରବାଦପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ। ଏହି ଅବସରରେ ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ପଟ୍ଟନାୟକ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଥିଲେ। ନବୀନ ମୋହନଙ୍କ ନିମନ୍ତ୍ରଣ ରକ୍ଷା କରିବେ ନା ପ୍ରତ୍ୟାଖ୍ୟାନ କରିବେ ତାହା ଉପରେ ସମସ୍ତଙ୍କ ନଜର ଥିଲା। ତେବେ ସତକୁ ସତ ନବୀନ ଆଜି ସରକାର ଆୟୋଜନ କରିଥିବା ବିଜୁବାବୁଙ୍କ ଜନ୍ମ ଉତ୍ସବରେ ଯୋଗ ଦେଇନାହାନ୍ତି। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ ଏବଂ ବିଜେଡି ନେତା ପ୍ରଫୁଲ୍ଲ ଘଡ଼େଇ ଯୋଗ ଦେଇଥିଲେ। ତେବେ ନବୀନ ବସିବା ପାଇଁ ରଖାଯାଇଥିବା ଚୌକିକୁ କାଢ଼ି ନିଆଯାଇଛି।

ସୂଚନାଯୋଗ୍ୟ, ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ନିମନ୍ତ୍ରଣ ଜଣାଇଥିଲେ। ଏଥିରେ ବିଶିଷ୍ଟ ଅତିଥି ଭାବେ ଯୋଗ ଦେବାକୁ ମୋହନ ନବୀନଙ୍କୁ ଅନୁରୋଧ କରିଥିଲେ। ଚିଠିରେ ମୋହନ ଲେଖିଥିଲେ, ଆପଣଙ୍କୁ ମୋର ସାଦର ନମସ୍କାର। ଆସନ୍ତା ମାର୍ଚ୍ଚ ୫ ତାରିଖରେ ରାଜ୍ୟ ସରକାର ଓ ମହାନ ବରପୁତ୍ର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ମହାସମାରୋହରେ ପାଳନ କରୁଛନ୍ତି । ଏଥିପାଇଁ ସ୍ଥାନୀୟ ଜୟଦେବ ଭବନଠାରେ ୫ ତାରିଖ ସନ୍ଧ୍ୟା ୭ଟାରେ ଏକ ରାଜ୍ୟସ୍ତରୀୟ ସଭାର ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବରେ ଯୋଗ ଦେବା ପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି। ଆପଣଙ୍କର ଗରମାମୟ ଉପସ୍ଥିତି ଏହି କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧନ କରିବ । ତେବେ ସବୁ କଳ୍ପନାଜଳ୍ପନାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ନବୀନ ଆଜି ଏହି ଉତ୍ସବକୁ ଆସିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଟାଟା ପାୱାରର ଶୋଷଣ ବିରୋଧରେ ତାତିଲା କଂଗ୍ରେସ

ଧର୍ମଶାଳା,୨୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତ୍ତି କ୍ରମେ ଯାଜପୁର ଧର୍ମଶାଳା ବିଧାୟକ ପ୍ରାର୍ଥୀ କିଷାନ ପଣ୍ଡାଙ୍କ ନେତୃତ୍ୱରେ ଟାଟା ପାୱାର ଶୋଷଣ ବିରୋଧରେ...

ଜିରୋ ନାଇଟ ପାଇଁ ଚେତାବନୀ ଦେଲେ ଟ୍ବିନ୍‌ ସିଟି ପୋଲିସ କମିଶନର, କହିଲେ ରାତି ୧୨ଟା ପରେ…

ନୂଆଦିଲ୍ଲୀ,୨୯।୧୨: ପାଖେଇ ଆସୁଛି ନୂଆବର୍ଷ । ହାତରେ ମାତ୍ର ଆଉ କିଛି ଦିନ ବାକି ରହିଥିବା ବେଳେ ସବୁ ସ୍ଥାନରେ ଜିରୋ ନାଇଟ ପାଇଁ ପ୍ରସ୍ତୁତି...

କାହା ପାଇଁ ପ୍ରଭାତ ପିନ୍ଧୁଛନ୍ତି ଲାଲ ପୋଷାକ, କିଏ ସଜାଇ ଛନ୍ତି ତାଙ୍କୁ ନାଲି ବାବା, ସବୁ ଗୁମର ଖୋଲିଦେଲେ…

ଭୁବନେଶ୍ୱର,୨୯।୧୨: ଦେବାଶିଷ ସାମନ୍ତରାୟଙ୍କ ଆକ୍ଷେପ ଉପରେ କଡ଼ା ଜବାବ ରଖିଲେ ପ୍ରଭାତ ବିଶ୍ୱାଳ। ପ୍ରଭାତ କହିଛନ୍ତି, ମୁଁ କେଉଁଭଳିଆ ନେତା କଟକବାସୀ ଜାଣନ୍ତି। ଦେବାଶିଷଙ୍କ ନାଲି...

ବାଂଲାଦେଶରେ ପୁଣି ହିନ୍ଦୁଙ୍କୁ ଟାର୍ଗେଟ୍‌: ପିରୋଜପୁରରେ ପରିବାରକୁ ଜୀଅନ୍ତା ଜାଳିଦେବାକୁ ଉଦ୍ୟମ

ଢାକା,୨୯ା୧୨: ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟ ଉପରେ ଆକ୍ରମଣ ଥମିବାର ନାଁ ନେଉନାହିଁ। ରବିବାର ପିରୋଜପୁର ଜିଲା ଦୁମରିତାଲା ଗ୍ରାମରେ ଏକ ଭୟଙ୍କର ଘଟଣା ଘଟିଛି।...

ତପ୍ତପାଣି ଘାଟିରେ ଦୁର୍ଘଟଣା: କାର ଉପରେ ଓଲଟି ପଡ଼ିଲା କାଜୁ ବୋଝେଇ ଟ୍ରକ୍, ତାପରେ…

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିର ଖେମୁଣ୍ଡିଖୋଲ ଗାଁ ନିକଟ ମୁଖ୍ୟରାସ୍ତାରେ ସଡ଼କ ଦୁର୍ଘଟଣା ହୋଇଛି । ସୋମବାର ମଧ୍ୟାହ୍ନ ପ୍ରାୟ ୧...

ନକଲି ବିଦେଶୀ ମଦ କାରାଖାନା ଠାବ, ନାମୀଦାମୀ କମ୍ପାନୀର ନକଲି ମଦ ଜବତ

କୋଟପାଡ଼ (ରାଜଶେଖର ),୨୯ା୧୨: କୋରାପୁଟ ଜିଲା କୋଟପାଡ଼ ଅଞ୍ଚଳରୁ ବିପୁଳ ପରିମାଣରେ ନକଲି ମଦ ଜବତ ହୋଇଛି । ରବିବାର ରାତିରେ ଅବକାରୀ ବିଭାଗ କର୍ମଚାରୀ...

ପୁଣି ବଦ୍ରି ପାତ୍ରଙ୍କ ବିସ୍ଫୋରଣ, ନବୀନ ପ୍ରଚାରକୁ ଗଲେ ନାହିଁ ବୋଲି ବିଜେଡି….

ଭୁବନେଶ୍ୱର,୨୯ା୧୨: ପୁଣି ଅସନ୍ତୋଷ ଝାଡିଲେ ବରିଷ୍ଠ ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର । ନାଁ ନ ନେଇ ‘ପାଣ୍ଡିଆନ ଆଣ୍ଡ୍‌ କୋ’କୁ ଟାର୍ଗେଟ୍‌ କରିଛନ୍ତି । କାହିଁକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri