ଭୁବନେଶ୍ୱର,୨୮।୨: ବିଜେଡି ରାଜ୍ୟସଭା ପ୍ରାର୍ଥିୀ ଘୋଷଣାକୁ ନେଇ ତେର୍ଚ୍ଛାବାଣ ବାଣ ମାରିଲେ ଶ୍ରୀମୟୀ। ଶକ୍ତି ନାନିଙ୍କ ଶକ୍ତି ଓ ବରିଷ୍ଠଙ୍କୁ ଅଣଦେଖା କଥା ଉଠାଇ ପରୋକ୍ଷ ଟାର୍ଗେଟ କରିଛନ୍ତି। ଦଳୀୟ ସଂଗଠନ ପ୍ରତି ଅବଦାନ ଓ ଅଭିଜ୍ଞତା ନ ଥାଇ ପ୍ରାର୍ଥୀ କଥା ମଧ୍ୟ ଉଠାଇଛନ୍ତି।
ରାଜ୍ୟ ସଭା ପ୍ରାର୍ଥୀ ଭାବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଡା. ଦତ୍ତେଶ୍ବର ହୋତାଙ୍କ ନାମ ଘୋଷଣା କରିଛନ୍ତି। ଏ ନେଇ ନବୀନଙ୍କୁ କୃତଜ୍ଞତା ଜଣାଇଲେ ଡା. ହୋତା। ସେ କହିଛନ୍ତି ସବୁ ଦଳ ଠାରୁ ସମର୍ଥନ ପାଇବାକୁ ଆଶା ରଖିଛି।ଅନ୍ୟପକ୍ଷେ, ରାଜ୍ୟ ସଭା ପ୍ରାର୍ଥୀ ହେବା ପରେ ନବୀନଙ୍କୁ କୃତଜ୍ଞତା ଜଣାଇଛନ୍ତି ସଂତୃପ୍ତ ମିଶ୍ର। ମୋତେ ମିଳିଥିବା ଗୁରୁ ଦାୟିତ୍ୱ ସମ୍ପାଦନ କରିବି ବୋଲି ସେ କହିଛନ୍ତି।
ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଶନିବାର ୨ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ଡାକ୍ତର ଦତ୍ତେଶ୍ୱର ହୋତା ଏବଂ ସଂତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରିଛନ୍ତି ନବୀନ। ସଂତୃପ୍ତ ତୃତୀୟ ଓ ଦତ୍ତେଶ୍ୱର ଚତୁର୍ଥ ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି।