ଖଲ୍ଲିକୋଟ,୧୮ା୧୦(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ ଶ୍ରୀକୃଷ୍ଣଶରଣପୁର ଶ୍ୟାସନରେ ନବରାତ୍ର ପୂଜା ପାରମ୍ପରିକ ରୀତିନୀତି ଅନୁଯାୟୀ ପାଳନ ହେଉଛି। ପ୍ରତିପଦାଠାରୁ ଅଷ୍ଟମୀ ପର୍ଯ୍ୟନ୍ତ ଗ୍ରାମରେ ଥିବା ମା’ ଦୁର୍ଗା ଦେବୀଙ୍କ ନବରାତ୍ର ପୂଜାର୍ଚ୍ଚନା ନୀତି ଅନୁସାରେ କରାଯାଉଛି।
ରାତିରେ ଦେବୀ ବିମାନରେ ବସି ଗ୍ରାମ ପରିକ୍ରମା କରୁଛନ୍ତି। ଏହି ଅବସରରେ ମା’ଙ୍କୁ ଘର ଦୁଆର ଆଗରେ ଭୋଗ ଲାଗି କରାଯାଉଛି। ଏହି ନୀତି ପରେ ପୀଠରେ ମା’ ଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି।
ଦେବୀଙ୍କ ପୂଜାରେ ଉପନ ଭୋଗ ଏବଂ ବିଭିନ୍ନ ବ୍ୟଞ୍ଜନ ସହ ବଳି ପୋଡ଼ା ମାଛ ସ୍ବତନ୍ତ୍ର ଭାବେ ଭୋଗ ହୋଇଥାଏ। ଅନ୍ୟପକ୍ଷେ ଗାଁ ଏହିପର୍ବ ଆଗ୍ରହ ସହିତ ପାଳନ କରାଯାଉଛି।

