ନାଚୁରାଲ ହେଲ୍‌ଥ ଟିପ୍ସ

ଫିଟ୍‌ ଆଣ୍ଡ ଫାଇନ୍‌ ରହିବା କାହାର ବା ଇଚ୍ଛା ନୁହେଁ। କିନ୍ତୁ ପରିବର୍ତ୍ତିତ ଜୀବନଶୈଳୀ ସାଙ୍ଗକୁ କାମର ଚାପ ଅନେକଙ୍କୁ ଅସମୟରେ ରୋଗାଗ୍ରସ୍ତ କରିପକାଏ। ହେଲେ ଏଠାରେ ଏମିତି କିଛି ସହଜ ଉପାୟ କୁହାଯାଉଛି, ଯାହାକୁ ଆପଣାଇ ଯେ କେହି ବି ସୁସ୍ଥ ରହିପାରିବେ। ସେଥିପାଇଁ ଏହାକୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ନାଚୁରାଲ ହେଲ୍‌ଥ ଟିପ୍ସ ବୋଲି କହିଥାନ୍ତି।

ସୂର୍ଯ୍ୟକିରଣ: ଏଥିରୁ ଆମକୁ ପ୍ରଚୁର ଭିଟାମିନ୍‌ ଡି ମିଳିଥାଏ; ଯାହା ଆମର ହାଡକୁ ମଜଭୂତ୍‌ କରିବା ସହ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢାଇଥାଏ। ସେଥିପାଇଁ ପ୍ରତିଦିନ ସକାଳେ ସୂର୍ଯ୍ୟଙ୍କର କଅଁଳ ଖରାରେ କିଛି ସମୟ ବୁଲିବା ନିହାତି ଜରୁରୀ।

ପାଣି: ପ୍ରତ୍ୟେକ ବ୍ୟକ୍ତି ନିଜ ଶରୀରକୁ ଯେତିକି ଆବଶ୍ୟକ ସେତିକି ପରିମାଣର ପାଣି ପିଇବା ନିହାତି ଦରକାର। ଏହା କେବଳ ତାଙ୍କୁ ସ୍ବାସ୍ଥ୍ୟବାନ କରିଥାଏ ତାହା ନୁହେଁ ତ୍ୱଚାରେ ଚମକ ବି ଆଣିଥାଏ।

ପୋଷକଯୁକ୍ତ ଖାଦ୍ୟ: ତେଲ ମସଲାଯୁକ୍ତ ଖାଦ୍ୟ ପରିବର୍ତ୍ତେ ଯଦି ପ୍ରତିଦିନ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ୱରେ ଭରା ଖାଦ୍ୟ ଖିଆଯାଏ, ତା’ହେଲେ ବି ସ୍ବାସ୍ଥ୍ୟ ଭଲ ରହିଥାଏ। ନିଦ: ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରତିଦିନ ପ୍ରାୟ ୭/୮ ଘଣ୍ଟା ଶୋଇବା ନିହାତି ଜରୁରୀ। ଏହା ଶରୀର ସାଙ୍ଗକୁ ମନ ଓ ମସ୍ତିଷ୍କକୁ ବି ଆରମ ଦେଇଥାଏ।

କେବଳ ଏତିକି ନୁହେଁ ସୁସ୍ଥ ଜୀବନ ପାଇଁ ପ୍ରତିଦିନ କିଛି କିଛି ସମୟ ବ୍ୟାୟାମ୍‌ କରିବା ବି ଜରୁରୀ। ଏହାଛଡ଼ା ଉତ୍ତମ ବନ୍ଧୁ ସମ୍ପର୍କ ଓ ନିଜ ଉପରେ ଭରସା ରଖିଲେ ବି ମନ ଖୁସି ରହିବା ସହ ସ୍ବାସ୍ଥ୍ୟ ଭଲ ରହିଥାଏ।