ଟାଟା ଷ୍ଟିଲ୍‌ କବ୍‌ଜାରେ ପ୍ରାକୃତିକ ଝରଣା

ଯାଜପୁର ଅଫିସ/ କଳିଙ୍ଗନଗର (ଡି.ଏନ.ଏ.),୨୯ା୬: କଳିଙ୍ଗନଗର ଟାଟା ଷ୍ଟିଲ୍‌ କାରଖାନା ଭିତରେ ଏକ ଚିରସ୍ରୋତା ଝରଣା ବୋହୁଛି। ଏହି ଝରଣା ପାଣି ଓ କାରଖାନାର ବର୍ଜ୍ୟପାଣି ମିଶି ସାରଙ୍ଗପୁର ଛକ ନିକଟ ପୋଲ ଦେଇ ଗଣ୍ଡାନାଳରେ ମିଶିଛି। ଏଥିଯୋଗୁ କାରଖାନାରୁ ବାହାରୁଥିବା ବର୍ଜ୍ୟପାଣିର ପ୍ରଦୂଷଣ ମାପ ଅସ୍ପଷ୍ଟ ରହୁଥିବା ଅଭିଯୋଗ ହେଉଛି। ଏପରି କି ବେଳେବେଳେ ଟାଟା ଷ୍ଟିଲର ତୀବ୍ର ବିଷାକ୍ତ ଦ୍ରବ୍ୟ ସାୟନାଇଡ୍‌ ଓ ଫେନୋଲିକ କମ୍ପାଉଣ୍ଡ (କୋଇଲାକ୍ତ ପଦାର୍ଥ) ଯୋଗୁ କଳିଙ୍ଗନଗରବାସୀ ଅତିଷ୍ଠ ହୋଇ ପଡ଼ୁଛନ୍ତି। ଏଭଳିସ୍ଥଳେ ଝରଣା ପାଇଁ ପ୍ରତିକାର କରିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)ର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଏକ ଯୋଜନା ପ୍ରସ୍ତୁତ କରି ବିହିତ ପଦକ୍ଷେପ ନେବାକୁ ଟାଟା ଷ୍ଟିଲ୍‌କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।
ଟାଟା ଷ୍ଟିଲ୍‌ ବାର୍ଷିକ ଉପତ୍ାଦନ କ୍ଷମତା ୩ରୁ ୮ ନିୟୁତ ଟନକୁ ସମ୍ପ୍ରସାରଣ ହେଉଥିବାରୁ ପରବର୍ତ୍ତୀ ସମୟରେ ଜଳ ବ୍ୟବହାର ବୃଦ୍ଧି କରିବାକୁ ପ୍ରସ୍ତାବ ରଖିଛି। ଏହିକ୍ରମରେ ୧ା୧୧ା୨୦୧୭ରୁ ୩୧ା୩ା୨୦୨୦ ପର୍ଯ୍ୟନ୍ତ ୨୨ କ୍ୟୁସେକ, ୧ା୪ା୨୦୨୦ରୁ ୩୧ା୩ା୨୦୨୧ ପର୍ଯ୍ୟନ୍ତ ୩୭ କ୍ୟୁସେକ, ୧ା୪ା୨୦୨୧ରୁ ୩୧ା୩ା୨୦୨୫ ପର୍ଯ୍ୟନ୍ତ ୪୫ କ୍ୟୁସେକ, ୧ା୪ା୨୦୨୫ରୁ ୩୧ା୩ା୨୦୩୦ ପର୍ଯ୍ୟନ୍ତ ୬୦ କ୍ୟୁସେକ ଓ ୧ା୪ା୨୦୩୦ରୁ ପରବର୍ତ୍ତୀ ସମୟ ପର୍ଯ୍ୟନ୍ତ ୭୪.୩୨ କ୍ୟୁସେକ ବ୍ରାହ୍ମଣୀ ନଦୀଜଳ ବ୍ୟବହାର କରିବାକୁ ଜଳସେଚନ ବିଭାଗ ସହିତ ଟାଟା ଷ୍ଟିଲ ଚୁକ୍ତି କରିଛି। ତେଣୁ ବେଳହୁଁ କାରଖାନାର ବ୍ୟବହାର ପାଣିକୁ ସୁଚାରୂରୁପେ ପରିଚାଳନା ନ କଲେ ଆଗାମୀ ଦିନରେ ଜଳ ବିଷାକ୍ତ ଆହୁରି ତୀବ୍ରତର ହେବା ସହିତ ଜନଜୀବନ ପାଇଁ ବିପଦ ସୃଷ୍ଟି କରିବା ନିଶ୍ଚିତ ବୋଲି ସ୍ଥାନୀୟ ନାଗରିକଙ୍କ ପକ୍ଷରୁ ମତପ୍ରକାଶ ପାଉଛି।
ଉଲ୍ଲେଖଯୋଗ୍ୟ ଯେ, ଟାଟା ଷ୍ଟିଲ୍‌ ଯେତେବେଳେ ପରିବେଶ ଅନୁମତି ନେଇଥିଲା ସେତେବେଳେ ହଟ୍‌ ଷ୍ଟ୍ରିପ୍‌ ଅବା ରୋଲିଂ ମିଲ୍‌ ସମ୍ପର୍କରେ ସ୍ଥାନିତ ହୋଇ ନ ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହା କାର୍ଯ୍ୟକାରୀ ହୋଇଛି ବୋଲି ଅଭିଯୋଗ ହୋଇଛି। ଟାଟା ଷ୍ଟିଲ୍‌ କାରଖାନା ସ୍ଥାପନ ହେବା ପୂର୍ବରୁ ଏହାର ଦକ୍ଷିଣରେ ଥିବା ବଡଶୁଣୀ ପାହାଡରୁ ଛୋଟ ଛୋଟ କେତେକ ଝରଣା ବାହାରୁଥିଲା। ଏହି ଝରଣା ପାଣି ଉପରେ ଚମ୍ପାକୋଇଲି, କଳାମାଟିଆ, ହାଟିଂ, ନୂଆଗାଁ, ସାରଙ୍ଗପୁର ପ୍ରଭୃତି ଗ୍ରାମର ଲୋକେ ନିର୍ଭର କରୁଥିଲେ। ତେବେ ଏହି ବୃହତ୍‌ ଇସ୍ପାତ କାରଖାନା ପ୍ରତିଷ୍ଠା ହେବା ପରେ ୩ ନମ୍ବର ଗେଟ୍‌ ପଟକୁ ପାଚେରି ନିର୍ମାଣ ହୋଇଛି, ଯଦ୍ଦ୍ବାରା ଝରଣା ପାଣି କାରଖାନା ପରିସର ହୋଇ ରାସ୍ତା ପୋଲ ଦେଇ ବିଆର୍‌ପିଏଲ୍‌ କାରଖାନା କଡ଼ରେ ବୋହି ଗଣ୍ଡାନାଳରେ ମିଶୁଛି। କାରଖାନାର ବିଷାକ୍ତ ବର୍ଜ୍ୟପାଣିକୁ ଲୁଚାଇବା ଉଦ୍ଦେଶ୍ୟରେ ତାହାକୁ ଏହି ଝରଣା ପାଣିରେ ମିଶାଇ ଦିଆଯାଉଛି। ବିଷାକ୍ତ ଦ୍ରବ୍ୟ ମିଶ୍ରିତ ପାଣିକୁ ଉପଯୁକ୍ତ ଭାବେ ପରିଚାଳନା(ଟ୍ରିଟ୍‌ମେଣ୍ଟ) ନ କରି ବାହାରକୁ ଛଡ଼ାଯାଉଥିବାରୁ ପଶୁଙ୍କ ସମେତ ସ୍ଥାନୀୟ ଲୋକେ କ୍ଷତିଗ୍ରସ୍ତ ହେଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏପରିକି ଲୋକଙ୍କୁ ବିଭିନ୍ନ ପ୍ରକାର ଜଳବାହିତ ରୋଗ ହେଉଥିବା ଦେଖିବାକୁ ମିଳିଛି। ଏଥିପାଇଁ ୨୦୧୭ରେ ଭୂପୃଷ୍ଠରେ ବୋହୁଥିବା ପାଣି(ସରଫେସ୍‌ ୱାଟର) ଓ କାରଖାନାର ବର୍ଜ୍ୟପାଣିକୁ ପୃଥକ୍‌ ଭାବେ ନିଷ୍କାସନ କରିବାକୁ ଏସ୍‌ପିସିବି ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ଅଧିକ ଖର୍ଚ୍ଚ ଭୟରେ ଟାଟା ଷ୍ଟିଲ ଏହି ପ୍ରସ୍ତାବକୁ ଅଣଦେଖା କରିଥିବା ଅଭିଯୋଗ ହେଉଛି। ଏ ସଂକ୍ରାନ୍ତରେ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ସାରଙ୍ଗପୁର ଛକ ନିକଟ ପୋଲ ଦେଇ ଟାଟା ଷ୍ଟିଲର ବୋହୁଥିବା ପାଣିରେ କୌଣସି ବିଷାକ୍ତ ଦ୍ରବ୍ୟ ରହିଥିବା ପରୀକ୍ଷାରୁ ଜଣା ପଡୁନାହିଁ। ତେବେ କାରଖାନା ଦେଇ ବୋହୁଥିବା ଝରଣାର ପ୍ରତିକାର ପାଇଁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ହୋଇଛି। ଏ ସଂକ୍ରାନ୍ତରେ ମତାମତ ନେବାକୁ ଟାଟା ଷ୍ଟିଲ୍‌ର ଜିଏମ୍‌ ଆର.ଆର. ଶତପଥୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କଟକଣା ସହ ଖୋଲିବ ଆର୍‌ଟିଓ

କଟକ ଅଫିସ,୧୫।୮: କରୋନା ମହାମାରୀ ବେଳେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ) କାର୍ଯ୍ୟ କରୁଥିଲେ ମଧ୍ୟ ସଂକ୍ରମଣ ଭୟରେ ସର୍ବସାଧାରଣଙ୍କ ପାଇଁ ଏଗୁଡ଼ିକ ବନ୍ଦ ରହିଥିଲା।...

ସୁପ୍ରିମକୋର୍ଟରେ ଦଶମ, ଦ୍ୱାଦଶ ପରୀକ୍ଷା ଶୁଣାଣି ଆଜି

ଭୁବନେଶ୍ୱର, ୨୩।୨(ବ୍ୟୁରୋ): ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଅନ୍‌ଲାଇନ୍‌ ନା ଅଫ୍‌ଲାଇନ୍‌ରେ ହେବ, ଏନେଇ ଦ୍ୱନ୍ଦ୍ୱ ଲାଗି ରହିଥିବାବେଳେ ବୁଧବାର ଏହି ମାମଲାର...

ତୃତୀୟ ଶ୍ରୀକ୍ଷେତ୍ର ନୀଳିଗିରି ସ୍ନାନମଣ୍ଡପରେ ତିନିଠାକୁର

ସଜନାଗଡ଼,୧୭ା୬(ଡି.ଏନ୍‌.ଏ.): ତୃତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାଲେଶ୍ୱର ଜିଲାର ନୀଳଗିରି ସ୍ନାନମଣ୍ଡପରେ ବିଜେ କରିଛନ୍ତି ତିନି ଠାକୁର। ସ୍ନାନପୂର୍ଣ୍ଣିମା ଅବସରରେ ସକାଳ ୮ଟାରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର,...

ବଧୂ ହତ୍ୟା ଅଭିଯୋଗ, ସ୍ବାମୀ ଗୁରୁତର

ବରଗଡ଼ ଅଫିସ୍‌/ବିଜେପୁର,୯।୫: ବରଗଡ଼ ଜିଲା ବିଜେପୁର ଥାନା ଅଧୀନ ଜାରିଂ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଅଧିକ ଯୌତୁକ ଦାବି କରି ଶାଶୁଘର ଲୋକେ...

ବାଲି ଉଠାଣ ପାଇଁ ନଦୀପଠାରୁ ଗଛ କାଟିଦେଲେ

ପାଣିକୋଇଲି,୯ା୧୨(ଡି.ଏନ.ଏ.):ନଦୀରୁ ବାଲି ଉଠାଇବା ପାଇଁ ରାତାରାତି ମେଶିନ ସାହାଯ୍ୟରେ ଶତାଧିକ ଗଛ କାଟି, ପିଣ୍ଡି ଭାଙ୍ଗି ରାସ୍ତା ନିର୍ମାଣ କରାଯାଇଛି। ଏନେଇ ଯାଜପୁର ଜିଲା ପାଣିକୋଇଲି...

୫ବର୍ଷର ଶିଶୁକୁ ଛାଡି ମହିଳା ଫେରାର: ୨ ମାସ ପରେ ଉଦ୍ଧାର କଲା ଚାଇଲ୍ଡଲାଇନ

ଜଳେଶ୍ୱର, ୨୨।୧(ସ୍ବ.ପ୍ର.)-ଜଳେଶ୍ୱର ଥାନା ଅନ୍ତର୍ଗତ ମହିଷାମୁଣ୍ଡା ଗ୍ରାମରୁ ଏକ ୫ବର୍ଷର ଶିଶୁକୁ ଜିଲା ଚାଇଲ୍ଡ ଲାଇନ୍‌ ଉଦ୍ଧାର କରି ଜିଲା ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର...

ରାତି ନ ପାହୁଣୁ ଲମ୍ବୁଛି ଧାଡ଼ି

ବଇଣ୍ଡା,୯।୫: ପ୍ରତିବର୍ଷ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ବହୁ ପୂର୍ବରୁ ପ୍ରସ୍ତୁତି ବୈଠକ ବସୁଛି। ବିଶେଷକରି ଗ୍ରାମାଞ୍ଚଳର ପାନୀୟ ଜଳ ଆବଶ୍ୟକତା ମେଣ୍ଟାଇବା ଉପରେ ଏଥିରେ ଗୁରୁତ୍ୱ...

ମାନସିକ ଅନଗ୍ରସର ପିଲାଙ୍କ ସହ ଦିନଟିଏ

ଖଇରା, ୧୩।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ କଣ୍ଟାବଣିଆଠାରେ ୨୦୦୪ ମସିହାରୁ ଗଢି ଉଠିଥିବା କେଶବ ପୁରସ୍ତମ ମାନସିକ ଅନଗ୍ରସର ବିଦ୍ୟାଳୟ ଏବେ ବିଭିନ୍ନ ସମସ୍ୟା...

Advertisement
Archives

Model This Week