ଟାଟା ଷ୍ଟିଲ୍‌ କବ୍‌ଜାରେ ପ୍ରାକୃତିକ ଝରଣା

ଯାଜପୁର ଅଫିସ/ କଳିଙ୍ଗନଗର (ଡି.ଏନ.ଏ.),୨୯ା୬: କଳିଙ୍ଗନଗର ଟାଟା ଷ୍ଟିଲ୍‌ କାରଖାନା ଭିତରେ ଏକ ଚିରସ୍ରୋତା ଝରଣା ବୋହୁଛି। ଏହି ଝରଣା ପାଣି ଓ କାରଖାନାର ବର୍ଜ୍ୟପାଣି ମିଶି ସାରଙ୍ଗପୁର ଛକ ନିକଟ ପୋଲ ଦେଇ ଗଣ୍ଡାନାଳରେ ମିଶିଛି। ଏଥିଯୋଗୁ କାରଖାନାରୁ ବାହାରୁଥିବା ବର୍ଜ୍ୟପାଣିର ପ୍ରଦୂଷଣ ମାପ ଅସ୍ପଷ୍ଟ ରହୁଥିବା ଅଭିଯୋଗ ହେଉଛି। ଏପରି କି ବେଳେବେଳେ ଟାଟା ଷ୍ଟିଲର ତୀବ୍ର ବିଷାକ୍ତ ଦ୍ରବ୍ୟ ସାୟନାଇଡ୍‌ ଓ ଫେନୋଲିକ କମ୍ପାଉଣ୍ଡ (କୋଇଲାକ୍ତ ପଦାର୍ଥ) ଯୋଗୁ କଳିଙ୍ଗନଗରବାସୀ ଅତିଷ୍ଠ ହୋଇ ପଡ଼ୁଛନ୍ତି। ଏଭଳିସ୍ଥଳେ ଝରଣା ପାଇଁ ପ୍ରତିକାର କରିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)ର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଏକ ଯୋଜନା ପ୍ରସ୍ତୁତ କରି ବିହିତ ପଦକ୍ଷେପ ନେବାକୁ ଟାଟା ଷ୍ଟିଲ୍‌କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।
ଟାଟା ଷ୍ଟିଲ୍‌ ବାର୍ଷିକ ଉପତ୍ାଦନ କ୍ଷମତା ୩ରୁ ୮ ନିୟୁତ ଟନକୁ ସମ୍ପ୍ରସାରଣ ହେଉଥିବାରୁ ପରବର୍ତ୍ତୀ ସମୟରେ ଜଳ ବ୍ୟବହାର ବୃଦ୍ଧି କରିବାକୁ ପ୍ରସ୍ତାବ ରଖିଛି। ଏହିକ୍ରମରେ ୧ା୧୧ା୨୦୧୭ରୁ ୩୧ା୩ା୨୦୨୦ ପର୍ଯ୍ୟନ୍ତ ୨୨ କ୍ୟୁସେକ, ୧ା୪ା୨୦୨୦ରୁ ୩୧ା୩ା୨୦୨୧ ପର୍ଯ୍ୟନ୍ତ ୩୭ କ୍ୟୁସେକ, ୧ା୪ା୨୦୨୧ରୁ ୩୧ା୩ା୨୦୨୫ ପର୍ଯ୍ୟନ୍ତ ୪୫ କ୍ୟୁସେକ, ୧ା୪ା୨୦୨୫ରୁ ୩୧ା୩ା୨୦୩୦ ପର୍ଯ୍ୟନ୍ତ ୬୦ କ୍ୟୁସେକ ଓ ୧ା୪ା୨୦୩୦ରୁ ପରବର୍ତ୍ତୀ ସମୟ ପର୍ଯ୍ୟନ୍ତ ୭୪.୩୨ କ୍ୟୁସେକ ବ୍ରାହ୍ମଣୀ ନଦୀଜଳ ବ୍ୟବହାର କରିବାକୁ ଜଳସେଚନ ବିଭାଗ ସହିତ ଟାଟା ଷ୍ଟିଲ ଚୁକ୍ତି କରିଛି। ତେଣୁ ବେଳହୁଁ କାରଖାନାର ବ୍ୟବହାର ପାଣିକୁ ସୁଚାରୂରୁପେ ପରିଚାଳନା ନ କଲେ ଆଗାମୀ ଦିନରେ ଜଳ ବିଷାକ୍ତ ଆହୁରି ତୀବ୍ରତର ହେବା ସହିତ ଜନଜୀବନ ପାଇଁ ବିପଦ ସୃଷ୍ଟି କରିବା ନିଶ୍ଚିତ ବୋଲି ସ୍ଥାନୀୟ ନାଗରିକଙ୍କ ପକ୍ଷରୁ ମତପ୍ରକାଶ ପାଉଛି।
ଉଲ୍ଲେଖଯୋଗ୍ୟ ଯେ, ଟାଟା ଷ୍ଟିଲ୍‌ ଯେତେବେଳେ ପରିବେଶ ଅନୁମତି ନେଇଥିଲା ସେତେବେଳେ ହଟ୍‌ ଷ୍ଟ୍ରିପ୍‌ ଅବା ରୋଲିଂ ମିଲ୍‌ ସମ୍ପର୍କରେ ସ୍ଥାନିତ ହୋଇ ନ ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହା କାର୍ଯ୍ୟକାରୀ ହୋଇଛି ବୋଲି ଅଭିଯୋଗ ହୋଇଛି। ଟାଟା ଷ୍ଟିଲ୍‌ କାରଖାନା ସ୍ଥାପନ ହେବା ପୂର୍ବରୁ ଏହାର ଦକ୍ଷିଣରେ ଥିବା ବଡଶୁଣୀ ପାହାଡରୁ ଛୋଟ ଛୋଟ କେତେକ ଝରଣା ବାହାରୁଥିଲା। ଏହି ଝରଣା ପାଣି ଉପରେ ଚମ୍ପାକୋଇଲି, କଳାମାଟିଆ, ହାଟିଂ, ନୂଆଗାଁ, ସାରଙ୍ଗପୁର ପ୍ରଭୃତି ଗ୍ରାମର ଲୋକେ ନିର୍ଭର କରୁଥିଲେ। ତେବେ ଏହି ବୃହତ୍‌ ଇସ୍ପାତ କାରଖାନା ପ୍ରତିଷ୍ଠା ହେବା ପରେ ୩ ନମ୍ବର ଗେଟ୍‌ ପଟକୁ ପାଚେରି ନିର୍ମାଣ ହୋଇଛି, ଯଦ୍ଦ୍ବାରା ଝରଣା ପାଣି କାରଖାନା ପରିସର ହୋଇ ରାସ୍ତା ପୋଲ ଦେଇ ବିଆର୍‌ପିଏଲ୍‌ କାରଖାନା କଡ଼ରେ ବୋହି ଗଣ୍ଡାନାଳରେ ମିଶୁଛି। କାରଖାନାର ବିଷାକ୍ତ ବର୍ଜ୍ୟପାଣିକୁ ଲୁଚାଇବା ଉଦ୍ଦେଶ୍ୟରେ ତାହାକୁ ଏହି ଝରଣା ପାଣିରେ ମିଶାଇ ଦିଆଯାଉଛି। ବିଷାକ୍ତ ଦ୍ରବ୍ୟ ମିଶ୍ରିତ ପାଣିକୁ ଉପଯୁକ୍ତ ଭାବେ ପରିଚାଳନା(ଟ୍ରିଟ୍‌ମେଣ୍ଟ) ନ କରି ବାହାରକୁ ଛଡ଼ାଯାଉଥିବାରୁ ପଶୁଙ୍କ ସମେତ ସ୍ଥାନୀୟ ଲୋକେ କ୍ଷତିଗ୍ରସ୍ତ ହେଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏପରିକି ଲୋକଙ୍କୁ ବିଭିନ୍ନ ପ୍ରକାର ଜଳବାହିତ ରୋଗ ହେଉଥିବା ଦେଖିବାକୁ ମିଳିଛି। ଏଥିପାଇଁ ୨୦୧୭ରେ ଭୂପୃଷ୍ଠରେ ବୋହୁଥିବା ପାଣି(ସରଫେସ୍‌ ୱାଟର) ଓ କାରଖାନାର ବର୍ଜ୍ୟପାଣିକୁ ପୃଥକ୍‌ ଭାବେ ନିଷ୍କାସନ କରିବାକୁ ଏସ୍‌ପିସିବି ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ଅଧିକ ଖର୍ଚ୍ଚ ଭୟରେ ଟାଟା ଷ୍ଟିଲ ଏହି ପ୍ରସ୍ତାବକୁ ଅଣଦେଖା କରିଥିବା ଅଭିଯୋଗ ହେଉଛି। ଏ ସଂକ୍ରାନ୍ତରେ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ସାରଙ୍ଗପୁର ଛକ ନିକଟ ପୋଲ ଦେଇ ଟାଟା ଷ୍ଟିଲର ବୋହୁଥିବା ପାଣିରେ କୌଣସି ବିଷାକ୍ତ ଦ୍ରବ୍ୟ ରହିଥିବା ପରୀକ୍ଷାରୁ ଜଣା ପଡୁନାହିଁ। ତେବେ କାରଖାନା ଦେଇ ବୋହୁଥିବା ଝରଣାର ପ୍ରତିକାର ପାଇଁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ହୋଇଛି। ଏ ସଂକ୍ରାନ୍ତରେ ମତାମତ ନେବାକୁ ଟାଟା ଷ୍ଟିଲ୍‌ର ଜିଏମ୍‌ ଆର.ଆର. ଶତପଥୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୨୫ ଏକରର ଫାର୍ମହାଉସ କୋଟି କୋଟି ଟଙ୍କାର ସମ୍ପତ୍ତି: କାହା ପାଇଁ କ’ଣ ଛାଡ଼ିଯାଇଛନ୍ତି ନାନା? ଜାଣିଲେ ଆଶ୍ଚର୍ଯ୍ୟ ହେବେ

ମୁମ୍ବାଇ,୮।୧୦: ବଲିଉଡର ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ବିୟୋଗରେ ଚଳଚ୍ଚିତ୍ର ଜଗତ ଶୋକାକୁଳ ହୋଇପଡ଼ିଛି। ଗୁରୁବାର ସକାଳେ (ଅକ୍ଟୋବର ୮) ଗୋଆସ୍ଥିତ ବାସଭବନରେ ୭୫ ବର୍ଷ ବୟସରେ…

ଘଡ଼ଘଡ଼ି ସହ ଛେଚିବ ବର୍ଷା: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୮ା୧୦(ସୌମ୍ୟରଞ୍ଜନ ରାଉତ):ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ ଆସନ୍ତା ୨ରୁ…

ଏହି କ୍ରିକେଟର୍‌ଙ୍କୁ ହୃଦୟରୁ ପସନ୍ଦ କରୁଥିଲେ ନାନା ପାଟେକର: ଆଉଟ୍‌ ହେଲେ ଖାଉ ନ ଥିଲେ…

ମୁମ୍ବାଇ,୮।୧୦: ବଲିଉଡ୍‌ର ଲୋକପ୍ରିୟ ଅଭିନେତା ନାନା ପାଟେକରଙ୍କ ୭୫ ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କ ପରଲୋକରେ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି। ନାନା ପାଟେକର…

ଇଣ୍ଡିଆ ମେଣ୍ଟର ଓଡ଼ିଶା ବନ୍ଦର ପ୍ରଭାବ: ଦାରିଙ୍ଗବାଡ଼ିରେ ରାସ୍ତା ଅବରୋଧ

ଦାରିଙ୍ଗବାଡ଼ି, ୮।୧୦ (ଅରୁଣ ସାହୁ): ବିଭିନ୍ନ ଦାବି ନେଇ ଇଣ୍ଡିଆ ମେଣ୍ଟ ପକ୍ଷରୁ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ବ୍ଲକରେ ଦେଖିବାକୁ ମିଳିଛି।…

ଅମଳ ପୂର୍ବରୁ ଚାଷୀମୁଣ୍ଡରେ ଚଡ଼କ: ଧାନ ଫସଲରେ ରୋଗପୋକ, ମଉଳି ଯାଉଛି ଅମଳ ଆଶା

ବରଗଡ଼,୮ା୧୦(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି ବୋଲି କୁହାଯାଏ। ହେଲେ ଏଠାରେ ଧାନଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ସମସ୍ୟା ଏଠାରେ ସାଧାରଣରେ…

ବରଗଡ଼ରେ ବନ୍ଦକୁ ସ୍ବତଃସ୍ଫୂର୍ତ୍ତ ସମର୍ଥନ: ଗାଡ଼ି ଚଳାଚଳ ଠପ୍‌

ବରଗଡ଼,୮।୧୧(ପ୍ରେମାନନ୍ଦ ଖମାରୀ): ଗୁରୁବାର ଓଡ଼ିଶା ବନ୍ଦ ଡାକରାକୁ ବରଗଡ଼ରେ ସ୍ବତଃସ୍ଫୂର୍ତ୍ତ ସମର୍ଥନ ମିଳିଛି। ସକାଳୁ ଦୋକାନ, ବଜାର ବନ୍ଦ ରହିଛି । ଗାଡ଼ି ଚଳାଚଳ ଠପ ପଡିଥିବା…

ନାନା ପାଟେକରଙ୍କ ଦେହାନ୍ତର ସାତ ଦିନ ପୂର୍ବରୁ ଏକ ଟୁଇଟ କରିଥିଲେ ପରେଶ ରାୱଲ; କ’ଣ ଥିଲା ସେଥିରେ?ଯାହା ଏବେ ହେଉଛି ଭାଇରାଲ

ମୁମ୍ବାଇ,୮।୧୦: ବରିଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ନାନା ପାଟେକରଙ୍କ ପରଲୋକ ଘଟିଛି। ଗୁରୁବାର ସକାଳେ ଗୋଆସ୍ଥିତ ବାସଭବନରେ ଏହି ଲୋକପ୍ରିୟ ଅଭିନେତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା ଏବଂ…

ନାନା ପାଟେକରଙ୍କ ପତ୍ନୀ କିଏ? ଛାଡ଼ପତ୍ର ନ ନେଇ ୩୫ ବର୍ଷ ଧରି ଅଲଗା ରହିବାର କାରଣ କହିଥିଲେ…

ମୁମ୍ବାଇ,୮।୧୦: ବଲିଉଡର ବରିଷ୍ଠ ଅଭିନେତା ନାନା ପାଟେକର ୭୫ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ୮ ଅକ୍ଟୋବର ୨୦୨୬ରେ ଗୋଆସ୍ଥିତ ତାଙ୍କ ବାସଭବନରେ ତାଙ୍କୁ ହୃଦଘାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?