ଚାଇନା ନାଁରେ ସାଂଘାତିକ ଅଭିଯୋଗ ଆଣିଲା ନାଟୋ

ଓ୍ବାଶିଂଟନ୍‌,୧୨ା୭:ରୁଷିଆ ସହିତ ଚାଇନାର ଗଭୀର ସମ୍ପର୍କକୁ ନେଇ ନର୍ଥ ଆଟାଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ୍‌ (ନାଟୋ) ଚିନ୍ତାବ୍ୟକ୍ତ କରିଛି। ଏଥିସହ ୟୁକ୍ରେନ୍‌ ବିରୋଧରେ ରୁଷିଆ ପ୍ରାୟ ଅଢ଼େଇ ବର୍ଷ ଧରି ଚଳାଇଥିବା ଯୁଦ୍ଧରେ ବେଜିଂର ନିର୍ଣ୍ଣାୟକ ଭୂମିକା ଥିବା ଅଭିଯୋଗ ଆଣିଛି। ଅନ୍ୟପକ୍ଷେ ପାଶ୍ଚାତ୍ୟ ସାମରିକ ମେଣ୍ଟ ପକ୍ଷରୁ ଅଣାଯାଇଥିବା ଏହି ଅଭିଯୋଗକୁ ବେଜିଂ ଖଣ୍ଡନ କରିଛି। ଅନ୍ୟ ରାଷ୍ଟ୍ରଗୁଡ଼ିକର ଅର୍ଥରେ ନାଟୋ ନିଜ ସୁରକ୍ଷା ଖୋଜୁଛି। ଏସିଆକୁ ଏଭଳି ବିବାଦ ନ ଆଣିବାକୁ ନାଟୋକୁ ଚାଇନା ପରାମର୍ଶ ଦେଇଛି।
ଓ୍ବାଶିଂଟନ୍‌ରେ ଆମେରିକା ନେତୃତ୍ୱାଧୀନ ନାଟୋର ୭୫ତମ ବାର୍ଷିକ ନର୍ଥ ଆଟଲାଣ୍ଟିକ୍‌ କାଉନ୍‌ସିଲ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଗୁରୁବାର ଏହାର ଉଦ୍‌ଯାପନୀ ଅବସରରେ ୩୨ ସଦସ୍ୟ ରାଷ୍ଟ୍ରର ନେତାମାନେ ଏକ ମିଳିତ ବିବୃତି ଜାରି କରିଛନ୍ତି। ଏଥିରେ ସେମାନେ ଉଲ୍ଲେଖ କରିଛନ୍ତି, ଚାଇନାର ମହତ୍ତ୍ୱାକାଂକ୍ଷା ଓ କଠୋର ନୀତିଗୁଡ଼ିକ ନାଟୋର ସ୍ବାର୍ଥ, ସୁରକ୍ଷା ଓ ମୂଲ୍ୟବୋଧ ପାଇଁ ଆହ୍ବାନ ସୃଷ୍ଟି କରିଛି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ସହିତ ଚାଇନାର ବଢ଼ିଚାଲିଥିବା ସୀମାହୀନ ରଣନୈତିକ ସହଭାଗିତା ଅତ୍ୟନ୍ତ ଚିନ୍ତାଜନକ। ୨୦୨୨ ଫେବୃୟାରୀରେ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ଓ ରୁଷିଆ ପ୍ରତିପକ୍ଷ ଭ୍ଲାଡିମିର ପୁଟିନ୍‌ଙ୍କ ମଧ୍ୟରେ ସାକ୍ଷାତ ବେଳେ ଏହି ସହଭାଗିତାର ଘୋଷଣା କରାଯାଇଥିଲା। ଏହାର ଦିନକ ପରେ ଫେବୃୟାରୀ ୨୪ରେ ପୁଟିନ୍‌ ୟୁକ୍ରେନ୍‌ ଆକ୍ରମଣର ନିର୍ଦ୍ଦେଶ ଦେଇଥିଲେ। ଏଥିଯୋଗୁ ନାଟୋକୁ ହାଇବ୍ରିଡ୍‌, ସାଇବର, ସ୍ପେସ୍‌ ଓ ଅନ୍ୟ କ୍ଷେତ୍ରରେ ବିପଦର ସମ୍ମୁଖୀନ ହେବାକୁ ପଡ଼ିଛି। ତେଣୁ ଚାଇନା ରୁଷିଆର ଯୁଦ୍ଧ ଉଦ୍ୟମ ପାଇଁ ଯୋଗାଇଥିବା ଅସ୍ତ୍ରଶସ୍ତ୍ର ଓ ରାଜନୈତିକ ସହଯୋଗ ପ୍ରତ୍ୟାହାର କରିବା ଉଚିତ ବୋଲି ମିଳିତ ଘୋଷଣାନାମାରେ କୁହାଯାଇଛି। ଏହା ଉପରେ ଚାଇନା ବହିର୍ବ୍ୟାପାର ମୁଖପାତ୍ର ଲି ଜିଆନ୍‌ କହିଛନ୍ତି, ୟୁକ୍ରେନ୍‌ ପ୍ରସଙ୍ଗରେ ଚାଇନାର ଉତ୍ତରଦାୟିତ୍ୱକୁ ନେଇ ନାଟୋ ମନ୍ଦ ଉଦ୍ଦେଶ୍ୟ ରଖି ଅନାବଶ୍ୟକ ଭାବେ ଉନ୍ମାଦ ସୃଷ୍ଟି କରୁଛି। ରୁଷିଆ ସହ ଚାଇନାର ବାଣିଜି୍ୟକ ସମ୍ପର୍କ ବିଶ୍ୱ ବାଣିଜ୍ୟ ସଙ୍ଗଠନର ନିୟମ ଉପରେ ପର୍ଯ୍ୟବସିତ। ଚାଇନାର ଆଭ୍ୟନ୍ତରୀଣ ରାଜନୀତିରେ ନଟୋ ହସ୍ପକ୍ଷେପ ବନ୍ଦ କରୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri