ପାଣି ମୁନ୍ଦେ ପାଇଁ ଆଉଟୁପାଉଟୁ ଦେଶୀ, ବିଦେଶୀ ପକ୍ଷୀ

ମହାକାଳପଡ଼ା, ୨୩ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଉପକୂଳ ମହାନଦୀ ତ୍ରିକୋଣ ଭୂମି ଅବବାହିକା ଅଞ୍ଚଳରେ ଗାଡିଆପୋଖରୀ ଖାଲ ପାଟ ଶୁଖିଗଲାଣି । ପାଣି ଅଭାବ ଯୋଗୁ ଦେଶୀ ବିଦେଶୀ ପକ୍ଷୀଙ୍କ ଖାଦ୍ୟାଭାବ ଦେଖିବାକୁ ମିଳୁଛି। ବିଶେଷକରି ବତୀଘର, ନିପାଣିଆ, ଖରୀନାସି ସଂରକ୍ଷିତ ଜଙ୍ଗଲ ପାଶର୍‌ବ ହେଟାମୁଣ୍ଡିଆ ଓ କଂସାରରଡିଆ ସଂରକ୍ଷିତ ଜଙ୍ଗଲ ପାଶର୍‌ବରେ ଦେଶୀ ବିଦେଶୀ ପକ୍ଷୀ ଗାଡିଆ ପୋଖରୀ କୂଳରେ ପାଣି ପାଇଁ ଜମା ହେଉଛନ୍ତି। ସ୍ଥାନୀୟ ଶିକାରୀମାନେ ଏହି ସମୟରେ ବିଷ ଫାଶ ବସାଇ ପକ୍ଷୀ ଶିକାର କରୁଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି। କଳା ଧଳା ଦା ବେଣ୍ଟିଆ ବଗ, ସଲିରି, ଚା ଚଢେଇ, ଗେଣ୍ଡାଳିଆ, ବିଦେଶୀ ପକ୍ଷୀମାନଙ୍କ ମଧ୍ୟରେ ଗଡ଼ ୱାଲ, ପଣ୍ଡା ହଂସ , ଜୁଜୁଭୁ , ପାଟକେରିଆ, ଖଞ୍ଜନ, ଡାଙ୍ଗୁଆ, ଦୁବ ହଂସ, ଚିତ୍ରିତ କଞ୍ଜ, ପେଣ୍ଟଡ ଷ୍ଟର୍ଗ, ରେଡ ନଟ ପ୍ରମୁଖ ଭଳିକି ଭଳି ପକ୍ଷୀ ଦେଖିବାକୁ ମିଳୁଛି। ଶୀତ ଋତୁ ଆରମ୍ଭରୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥାଏ। ଅଧିକ ତାପମାତ୍ରା ବଢ଼ିଲେ ସେମାନଙ୍କ ନିଜ ମୂଳ ସ୍ଥାନ ସାଇବେରିଆ, ହିମାଳୟ ପାଦଦେଶ ଆଦିକୁ ପ୍ରତ୍ୟାବର୍ତ୍ତନ କରନ୍ତି ବୋଲି ପରିବେଶପ୍ରେମୀ ସୁବାସ ସ୍ବାଇଁ କହିଛନ୍ତି। ଫେବୃଆରୀଠାରୁ ଯଦି ଏଭଳି ଅବସ୍ଥା ଆଗାମୀ ଦିନରେ ଖରା ତାତିର ମାତ୍ରା ବଢିବ ବୋଲି ଆଶଙ୍କା କରାଯାଉଛି।

Dharitri – Odisha’s No.1 Odia Daily

Share