Posted inଜାତୀୟ

ଅଗଷ୍ଟ ୨୨ରେ କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ଆନ୍ଦୋଳନ

ନୂଆଦିଲ୍ଲୀ,୧୪ା୮(ପି.ଟି.):ଆମେରିକୀୟ ରିସର୍ଚ୍ଚ ଫାର୍ମ ହିଣ୍ଡେନ୍‌ବର୍ଗ ପୁଞ୍ଜି ବଜାର ନିୟନ୍ତ୍ରକ ସେବିର ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍‌ଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିବା ପରେ ବିବାଦ ଜୋର୍‌ ଧରିଛି। ମାଧବୀଙ୍କ ଇସ୍ତଫା ଏବଂ ଆଦାନୀ ପ୍ରସଙ୍ଗର ତଦନ୍ତ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଦ୍ୱାରା କରାଇବା ଦାବିରେ କଂଗ୍ରେସ ଅଗଷ୍ଟ ୨୨ରେ ଦେଶବ୍ୟାପୀ ଆନ୍ଦୋଳନ କରିବାକୁ ମଙ୍ଗଳବାର ଘୋଷଣା କରିଛି। ହରିୟାଣା, ମହରାଷ୍ଟ୍ର ଓ ଜମ୍ମୁ-କଶ୍ମୀର ସମେତ କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ଏଥିସକାଶେ ସାଙ୍ଗଠନିକ ପ୍ରସଙ୍ଗ ଉପରେ ଆଲୋଚନା ଏବଂ ପ୍ରସ୍ତୁତି ଜୋର୍‌ଦାର କରିବା ପାଇଁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସମସ୍ତ ସାଧାରଣ ସମ୍ପାଦକ, ପ୍ରଦେଶ କଂଗ୍ରେସ କମିଟି ସଭାପତି ଏବଂ ଏଆଇସିସି ରାଜ୍ୟ ପ୍ରଭାରୀମାନଙ୍କ ସହ ମଙ୍ଗଳବାର ବୈଠକ କରିଥିଲେ। ଉକ୍ତ ବୈଠକ ପରେ ଆସନ୍ତା ୨୨ ତାରିଖରେ ଦେଶବ୍ୟାପୀ ଆନ୍ଦୋଳନ ପାଇଁ ଖାର୍ଗେ ଘୋଷଣା କରିଛନ୍ତି।
ହିଣ୍ଡେନ୍‌ବର୍ଗ-୨.୦ ରିପୋର୍ଟରୁ ସେବି ଏବଂ ଆଦାନୀ ଗ୍ରୁପ୍‌ ମଧ୍ୟରେ ଅସାଧୁ କାରବାର ଚାଲିଥିବା ପଦାକୁ ଆସିବା ପରେ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତର ଆବଶ୍ୟକତା ରହିଛି। ଷ୍ଟକ୍‌ ବଜାରରେ କ୍ଷୁଦ୍ର ନିବେଶକମାନଙ୍କ ପୁଞ୍ଜିକୁ ବିପଦରେ ଛାଡ଼ିଦିଆଯାଇପାରିବ ନାହିଁ। କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ତୁରନ୍ତ ସେବି ଅଧ୍ୟକ୍ଷାଙ୍କୁ ଇସ୍ତଫା ଦେବାକୁ କହିବା ସହ ଅଭିଯୋଗର ତଦନ୍ତ ପାଇଁ ଜେପିସି ଗଠନ କରନ୍ତୁ ବୋଲି ଖାର୍ଗେ ଏକ୍ସ’ରେ ଲେଖିଛନ୍ତି। କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ସେବି ଅଧ୍ୟକ୍ଷାଙ୍କ ଇସ୍ତଫା ଏବଂ ଆଦାନୀ ପ୍ରସଙ୍ଗର ଜେପିସି ତଦନ୍ତ ଦାବିରେ ଅଗଷ୍ଟ ୨୨ରେ ଦେଶବ୍ୟାପୀ ଆନ୍ଦୋଳନ କରିବାକୁ ଦଳୀୟ ବୈଠକରେ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଛି। ଆଦାନୀ ଗ୍ରୁପ୍‌ ଷ୍ଟକ୍‌ ମୂଲ୍ୟରେ ଜାଲିଆତି କରିବା ପାଇଁ ବ୍ୟବହାର କରୁଥିବା ଅଫ୍‌ସୋର କମ୍ପାନୀଗୁଡ଼ିକରେ ସେବି ଅଧ୍ୟକ୍ଷା ମାଧବୀ ଓ ତାଙ୍କ ସ୍ବାମୀ ଧବଳ ବୁଚ୍‌ ପୁଞ୍ଜିନିବେଶ କରିଥିବା ଗତ ୧୦ ତାରିଖରେ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ରିପୋର୍ଟ ପ୍ରକାଶ କରିଥିଲା। ଘଟଣାର ଜେପିସି ତଦନ୍ତ ପାଇଁ କଂଗ୍ରେସ ଏବଂ ଇଣ୍ଡିଆ ବ୍ଲକ୍‌ ଦଳଗୁଡ଼ିକ ଜୋର୍‌ଦାର ଦାବି କରୁଥିବାବେଳେ ଦେଶରେ ଆର୍ଥତ୍କ ଅସ୍ଥିରତା ଓ ବିଶୃଙ୍ଖଳା ସୃଷ୍ଟି ପାଇଁ ବିରୋଧୀ ଷଡ଼ଯନ୍ତ୍ର କରୁଥିବା ଭାଜପା ଅଭିଯୋଗ ଆଣିଛି। ଅନ୍ୟପକ୍ଷେ ମାଧବୀ ଓ ତାଙ୍କ ସ୍ବାମୀ ହିଣ୍ଡେନବର୍ଗର ଅଭିଯୋଗକୁ ଭିତ୍ତିହୀନ କହି ଖଣ୍ଡନ କରିଛନ୍ତି। ସେବିର ବିଶ୍ୱସନୀୟତା ଉପରେ ଆମେରିକୀୟ ଶର୍ଟ ସେଲର୍‌ ଆକ୍ରମଣ କରୁଥିବା ଏବଂ ଏହାର ମୁଖ୍ୟଙ୍କ ଭାବମୂର୍ତ୍ତି ନଷ୍ଟ କରିବାକୁ ଉଦ୍ୟମ କରୁଥିବା ବୁଚ୍‌ ଦମ୍ପତି ଅଭିଯୋଗ କରିଛନ୍ତି। ଆଦାନୀ ଗ୍ରୁପ୍‌ ବିରୋଧରେ ଅଭିଯୋଗର ଉପଯୁକ୍ତ ତଦନ୍ତ ହୋଇଥିବା ସେବି କହିଛି।
ସୂଚନାଯୋଗ୍ୟ, ଗତବର୍ଷ ଜାନୁୟାରୀ ୨୪ରେ ଆଦାନୀ ଗ୍ରୁପ୍‌ ବିରୋଧରେ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ପ୍ରଥମ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ କରିବା ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ଆଦାନୀ ଗ୍ରୁପ୍‌ ନିଜ ଷ୍ଟକ୍ସ ଏବଂ ଆକାଉଣ୍ଟରେ ବହୁ ଦଶନ୍ଧି ଧରି କାରସାଦି କରି ୧୭.୮ ଲକ୍ଷ କୋଟି ଟଙ୍କା (୨୧୮ ବିଲିୟନ୍‌ ଆମେରିକୀୟ ଡଲାର) ହେରଫେର କରିଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଥିଲା। ଆଦାନୀ ଗ୍ରୁପ୍‌ ମୁଖ୍ୟ ଗୌତମ ଆଦାନୀ ଅସାଧୁ ଉପାୟରେ ଷ୍ଟକ୍‌ ମୂଲ୍ୟରେ ବୃଦ୍ଧି ଘଟାଇ ୩ ବର୍ଷ ମଧ୍ୟରେ ପ୍ରାୟ ୧୨୦ ବିଲିୟନ ଡଲାର ଠୁଳ କରିଥିଲେ। ପୁଞ୍ଜି ବଜାରରେ ଆଦାନୀ ଗ୍ରୁପ୍‌ର କମ୍ପାନୀଗୁଡ଼ିକ ଏହି ଅବଧି ମଧ୍ୟରେ ହାରାହାରି ୮୧୯% ଉପରକୁ ଉଠିଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?