Posted inଜାତୀୟ

୬ ମାସରେ ହାରି ଯାଇଥିବା ବାଜିକୁ କିଭଳି ପଲଟାଇଦେଲା ଭାଜପା?  ବ୍ୟାକ୍‌ଫୁଟ୍‌ରୁ ଏବେ…

ମୁମ୍ବାଇ,୨୪।୧୧: ମହାରାଷ୍ଟ୍ରରେ ମହାୟୁତି ମେଣ୍ଟର ପ୍ରଚଣ୍ଡ ବିଜୟ ସହ ଭାଜପା ଶିବିରରେ ଖୁସିର ଲହରୀ ଖେଳିଯାଇଛି। ଏନ୍‌ଡିଏ ମେଣ୍ଟ ୨୮୮ରୁ ୨୩୧ ଆସନରେ ବାଜିମାତ କରିଛି। ଏହି ବିଜୟ ଗୁରୁତ୍ୱ ବହନ କରୁଛି କାରଣ ୫ ମାସ ପୂର୍ବେ ହୋଇଥିବା ଲୋକ ସଭା ନିର୍ବାଚନରେ ରାଜ୍ୟରେ ଭାଜପାକୁ ବଡ଼ ଝଟ୍‌କା ଲାଗିଥିଲା। ଏହା ପରେ ବିରୋଧୀ ମେଣ୍ଟ ମହାବିକାଶ ଅଗାଡ଼ି  ନିର୍ବାଚନରେ ମହାୟୁତିକୁ କ୍ଲିନ୍‌ ବୋଲ୍ଡ କରିବ ବୋଲି ଆଶା କରାଯାଉଥିଲା। ହେଲେ ଏବେ ଓଲଟା ହୋଇଛି।
ଲୋକ ସଭା ନିର୍ବାଚନରେ ଭାଜପାକୁ ବଡ଼ ଝଟ୍‌କା ଲାଗିଥିଲା। ଏଠାରେ ୪୮ ଆସନରେ ୩୦ ଆସନରେ କଂଗ୍ରେସ ନୀତି ମହାବିକାଶ ଅଗାଡ଼ି ବିଜେତା ହୋଇଥିଲା। ସେହିଭଳି ମହାୟୁତି ମାତ୍ର ୧୭ ଆସନ ହାତେଇଥିଲା। ଫଳରେ ମହାରାଷ୍ଟ୍ରରେ ଦଳ ବ୍ୟାକ୍‌ଫୁଟ୍‌କୁ ଆସିଯାଇଥିଲା। ହେଲେ ଠିକ୍‌ ୫ ମାସ ପରେ ହୋଇଥିବା ବିଧାନସଭା ନିର୍ବାଚନରେ ଭାଜପା ଜବରଦସ୍ତ ପ୍ରଦର୍ଶନ କରିଛି। ଏଥର ମହାୟୁତି ମେଣ୍ଟକୁ ମିଳିଥିବା ୨୩୧ ଆସନରୁ ୧୩୨ ଆସନରେ ଭାଜପା ଏକାକି ଜିତିନେଇଛି। ତେବେ ଏଭଳି ପ୍ରଦର୍ଶନକୁ ରାଜନୈତିକ ବିଶ୍ଲେଷକ କଳ୍ପନା କରି ନ ଥିବା କହିଛନ୍ତି
ମହାରାଷ୍ଟ୍ରବାସୀଙ୍କ ମନ ପରିବର୍ତ୍ତନ ହେବା ପଛର ୫ କାରଣ?
୧-ସମ୍ବିଧାନକୁ ନେଇ ଚିନ୍ତାଧାରାରେ ପରିବର୍ତ୍ତନ:
ଲୋକ ସଭା ନିର୍ବାଚନରେ ମହାରାଷ୍ଟ୍ରର ଜନାଦେଶ ଭାଜପା ଲାଗି ବଡ଼ ଝଟ୍‌କା ଥିଲା। ଏମିତିରେ ଦଳ କଳ ବଳ କୌଶଳ ଆପଣାଇବାକୁ ପଛାଇ ନ ଥିଲା। ଅପରପକ୍ଷେ ବିରୋଧୀ ମେଣ୍ଟ ଲୋକ ସଭା ଫଳାଫଳର ପ୍ରଭାବ ବିଧାନସଭା ନିର୍ବାଚନରେ ପଡ଼ିବ ବୋଲି ଗ୍ୟାରେଣ୍ଟି ଦେଇ ଆସୁଥିଲେ। ଭାଜପା ପ୍ରଥମେ ବିରୋଧୀ ସମ୍ବିଧାନକୁ ନେଥ କରିଥିବା ନ୍ୟାରେଟିଭ୍‌କୁ ନେଇ ବୁଝାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାହା ବୁଝିଥିଲେ। ପ୍ରତିଟି ମଞ୍ଚରେ ସେ ଏହି ପ୍ରସଙ୍ଗ ଉଠାଇ ଆସୁଥିଲେ। ଏଥିରେ ସେ ସଫଳ ହୋଇଛନ୍ତି। କାରଣ ଲୋକ ସଭା ନିର୍ବାଚନ ସମୟରେ ବିରୋଧୀଙ୍କ ‘ସମ୍ବିଧାନ ବଞ୍ଚାଅ’ ନାରା ପ୍ରଭାବ ପକାଇଥିଲା।
-ଲାଡଲି ବେହେନ ଯୋଜନା:
ସମ୍ବିଧାନକୁ ନେଇ ବିରୋଧୀଙ୍କ ତାଚ୍ଛଲ୍ୟ ପରେ ଭାଜପାର ଆଗାମୀ ଧ୍ୟାନ ମହିଳା ଭୋଟ ବ୍ୟାଙ୍କ ଉପରେ ଥିଲା। ଏଥିଲାଗି ଦଳ ପ୍ଲାନିଂ ସହ ଲାଡଲି ବେହେନ୍‌ ଯୋଜନାର ପ୍ରଚାର ପ୍ରସାର କରିଥିଲେ। ଲୋକ ସଭା ନିର୍ବାଚନରୁ ବିଧାନସଭା ନିର୍ବାଚନ ମଧ୍ୟରେ ପ୍ରତି ମହିଳାଙ୍କ ଖାତାକୁ ଯୋଜନାର ୪ କିସ୍ତି ପହଞ୍ଚା ଯାଇଥିଲା। ଏହା ୧୦୦୦ ଟଙ୍କା ଥିଲା, ଯାହାକୁ ୨୫୦ ଟଙ୍କା ବୃଦ୍ଧି କରାଯାଇଥିଲା। ଶେଷରେ ଏହାକୁ ୧୫୦୦ ଟଙ୍କା କରାଯାଇଛି। ଭାଜପାର ଏହି ପ୍ଲାନ କାମ ଦେଇଥିବା କୁହାଯାଉଛି।
-ବଟେଙ୍ଗେ ତୋ କଟେଙ୍ଗେ-ଏକ ହେ ତୋ ସେଫ୍‌ ହୈ ନାରା
ମହାରାଷ୍ଟ୍ର ନିର୍ବାଚନରେ ଭାଜପାର ଗଡ଼ ବିଜୟ ପଛରେ ହିନ୍ଦୁ ଭୋଟ ରହିଥିଲା। କାରଣ ପ୍ରଥମେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ‘ବଟେଙ୍ଗେ ତୋ କଟେଙ୍ଗେ’ ନାରା ଦେଇ ମହାରାଷ୍ଟ୍ର ରାଜନୀତିର ମାହୋଲ ଗରମ କରିଥିଲା। ଏହାକୁ ନେଇ ବିରୋଧ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଏକ ହୈ ତୋ ସୈଫ୍‌ ହୈ’ ନାରା ଦେଇ ପରୋକ୍ଷରେ ସମର୍ଥନ ଦେଇଥିଲେ। ଏହାର ପ୍ରଭାବ ନିର୍ବାଚନରେ ପଡ଼ିଥିଲା। ଭାଜପାକୁ ଏକତରଫା ଭୋଟ ମିଳିଥିଲା।
୪-ସବ୍‌କା ସାଥ୍‌ ସବ୍‌କା ବିକାଶ ଫର୍ମୁଲା:
ମହାରାଷ୍ଟ୍ରରେ ‘ବଟେଙ୍ଗେ ତୋ କଟେଙ୍ଗେ’ ଏବଂ ‘ଏକ ହେ ତୋ ସେଫ୍‌ ହେ’ ନାରା ସତ୍ତ୍ୱେ ଭାଜପା ସବ୍‌କା ସାଥ୍‌ ସବ୍‌କା ବିକାଶ ଫର୍ମୁଲା ଉପରେ ଫୋକସ୍‌ କରିଥିଲା। ନିର୍ବାଚନର ଠିକ୍‌ ପୂର୍ବରୁ ମୁଖ୍ୟମନ୍ତ୍ରୀ ଶିନ୍ଦେ ମାଦ୍ରାସାର ଶିକ୍ଷକଙ୍କ ଦରମା ବଢ଼ାଇ ସରକାର ମୁସଲମାନ୍‌ ବିରୋଧୀ ନୁହନ୍ତି ବୋଲି ସନ୍ଦେଶ ଦେଇଥିଲେ। ଏହାର ପ୍ରଭାବ ମୁସଲମାନ ଭୋଟରଙ୍କ ଉପରେ ପଡ଼ିଥିଲା।
୫-କୃଷକଙ୍କୁ ଖୁସି କରିବାର ରଣନୀତି:
ପିଏମ୍‌ ଜନଧନ ଯୋଜନା ସହ ମହାରାଷ୍ଟ୍ରର କୃଷକଙ୍କୁ ଖୁସି କରିବାକୁ ଲଗାତାର କାମ କରୁଥିଲେ। ସରକାର କପା ଏବଂ ସୋୟାବିନ କୃଷକଙ୍କ ଲାଗି କାମ କରିଥିଲେ। ଏହାଛଡ଼ା ଉତ୍ତର ମହାରାଷ୍ଟ୍ରରେ କୃଷକଙ୍କ ପିଆଜ ରପ୍ତାନି ଉପରେ ଥିବା ଅଙ୍କୁଶକୁ ନେଇ ଖପ୍ପା ଥିଲେ, ହେଲେ ସରକାର ନୀତି ଆଣିବା ପରେ ନିର୍ବାଚନରେ ତାହାର ଲାଭ ମିଳିଛି।

Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?