ଓଟିପିରେ ଖୋଲନ୍ତୁ ଏହି ଆକାଉଣ୍ଟ, ୬୦ ବର୍ଷରେ ପାଇବେ ୪୫ ଲକ୍ଷ ସହ ମାସିକ ୨୨,୫୦୦ ଟଙ୍କା ପେନ୍‌ସନ୍‌

ଯଦି ଆପଣ ୬୦ ବର୍ଷରେ ଏକ ମୋଟା ରକମର ଟଙ୍କା ସହ ପେନଶନ ପାଇବାକୁ ଚାହୁଁଛନ୍ତି, ତେବେ ଆପଣ ନ୍ୟାସନାଲ ପେନସନ ସିଷ୍ଟମ (ଏନ୍‌‌ପିଏସ୍‌) ରେ ବିନିଯୋଗ କରିପାରିବେ। ବର୍ତ୍ତମାନ ଏନ୍‌ପିଏସ୍‌ ସହିତ ଆକାଉଣ୍ଟ ଖୋଲିବା ସହଜ ହୋଇଛି। ଆପଣ କେବଳ ଗୋଟିଏ ଓ୍ବାନ୍‌ ଟାଇମ୍‌ ପାସଓ୍ବାର୍ଡ (ଓଟିପି) ମାଧ୍ୟମରେ ଘରେ ବସି ଏନ୍‌ପିଏସ୍‌ରେ ଖାତା ଖୋଲିପାରିବେ। ସମ୍ପ୍ରତି, ପେନ୍‌ସନ୍‌ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ (ପିଏଫ୍‌ଆର୍‌ଡିଏ) ଗ୍ରାହକମାନଙ୍କୁ ଓଟିପି ମାଧ୍ୟମରେ ଏପିଏସ୍‌ ଖାତା ଖୋଲିବାକୁ ଅନୁମତି ଦେଇଛି। ଏହା ଅଧୀନରେ, ବ୍ୟାଙ୍କଗୁଡିକର ଗ୍ରାହକ ଯେଉଁମାନେ ନିଜ ବ୍ୟାଙ୍କର ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସୁବିଧା ମାଧ୍ୟମରେ ଏନ୍‌‌ପିଏସ୍ ଆକାଉଣ୍ଟ ଖୋଲିବାକୁ ଚାହୁଁଛନ୍ତି, ସେମାନଙ୍କ ପଞ୍ଜୀକୃତ ମୋବାଇଲ ନମ୍ବରରେ ଓଟିପି ପାଇ ଏନ୍‌‌ପିଏସ୍‌ ଆକାଉଣ୍ଟ ଖୋଲିପାରିବେ। ଆସନ୍ତୁ ଜାଣିବା ଆପଣ କିପରି ଏନ୍‌୍‌ପିଏସ୍‌ ମାଧ୍ୟମରେ ୪୫ ଲକ୍ଷ ଟଙ୍କା ଏବଂ ୨୨,୫୦୦ ଟଙ୍କା ପେନସନ ପାଇପାରିବେ।

ଭାରତର ଯେକୌଣସି ନାଗରିକ, ଯିଏକି ୧୮ ରୁ ୬୫ ବର୍ଷ ବୟସ, କିଛି ଆବଶ୍ୟକୀୟ ପ୍ରକ୍ରିୟା ପରେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ। ଏନ୍‌‌ପିଏସ୍ ‌ରେ ଜମା ହୋଇଥିବା ରାଶି ବିନିଯୋଗର ଦାୟିତ୍ୱ ପିଏଫ୍‌ଆର୍‌ଡିଏ ଦ୍ୱାରା ପଞ୍ଜିକୃତ ପେନସନ ଫଣ୍ଡ ମ୍ୟାନେଜରମାନଙ୍କୁ ଦିଆଯାଏ। ସେମାନେ ନିବେଶକୁ ଇକ୍ୱିଟି, ସରକାରୀ ସିକ୍ୟୁରିଟୀ ଏବଂ ଅଣ-ସରକାରୀ ସିକ୍ୟୁରିଟୀ ଏବଂ ସ୍ଥିର ଆୟ ଉପକରଣରେ ବିନିଯୋଗ କରନ୍ତି।

ଯଦି ଆପଣଙ୍କ ବୟସ ୩୦ ବର୍ଷ ତେବେ ଯଦି ଆପଣ ୬୦ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରତି ମାସରେ ଏନ୍‌୍‌ପିଏସ୍‌ରେ ୬ ହଜାର ଟଙ୍କା ନିବେଶ କରନ୍ତି ତେବେ ୬୦ ବର୍ଷ ହେବା ବେଳକୁ ଆପଣ ୪୫ ଲକ୍ଷ ଟଙ୍କା ରାଶି ପାଇ ପାରିବେ। ୩୦ ବର୍ଷ ଯାଏ ମାସକୁ ୬ ହଜାର ରଖିଲେ ଆପଣଙ୍କର ମୋଟ ଯୋଗଦାନ ରାଶି ୨୧.୬ଲକ୍ଷ ଟଙ୍କା ହେବ।ଅନୁମାନିକ ବାର୍ଷିକ ୮ପ୍ରତିଶତରେ ରିଟର୍ନ ହିସାବରେ ଆକାଉଣ୍ଟ ମାଚ୍ୟୁରିଟି ବେଳକୁ ୯୦ଲକ୍ଷ ଟଙ୍କା ହେବ ଆପଣଙ୍କକୁ ୫୦ ପ୍ରତିଶତ ଆନୁଇଟି କିଣିବାକୁ ହେବ। ଏହା ଉପରେ ଅନୁମାନିକ ରିଟର୍ନ ୬ ପ୍ରତିଶତ ମିଳିବ। ମାଚ୍ୟୁରିଟି ଅର୍ଥ ମଧ୍ୟରୁ ୬୦ ପ୍ରତିଶତ ଉଠାଇ ହେବ। ଏହା ଉପରେ କୌଣସି ଟିକସ ଲାଗିବନି ୬୦ ବର୍ଷ ବୟସରେ ପ୍ରତି ମାସ ୨୨,୫୦୦ ପେନସନ ମିଳିବ ଏହାସହ ଏକକାଳୀନ ୪୫ ଲକ୍ଷ ଟଙ୍କା ପାଇବେ।

ଆନୁଇଟିକୁ ସରଳ ଭାଷାରେ ବୁଝିଲେ କୌଣସି କମ୍ପାନୀ କିମ୍ବା ସଂସ୍ଥାଙ୍କ ସହ ହୋଇଥିବା ଚୁକ୍ତି ବୋଲି ବିଚାର କରାଯାଏ। ଏଥିରେ ଗ୍ରାହକଙ୍କୁ ଏକ ନିର୍ଦ୍ଦିଷ୍ଟ ବ୍ୟବଧାନରେ ନିର୍ଦ୍ଧାରିତ ଦେୟ
ପ୍ରଦାନ କରିବାକୁ ପଡେ। ଏହି ଚୁକ୍ତି ମୁତାବକ ଏନପିଏସରେ ଅତିକମରେ ୪୦ ପ୍ରତିଶତ ଅର୍ଥ ରାଶିର ଆନୁଇଟି କିଣିବା ବାଧ୍ୟ୍ୟତାମୂଳକ ହେବ। ଏହି ରାଶି ଯେତେ ଅଧିକ ହେବ। ପେନସନ ରାଶି ସେତେ ଅଧିକ ହେବ। ଆନୁଇଟିରେ ନିବେଶ ହୋଇଥିବା ରାଶି କର୍ମଚାରୀଙ୍କ ଅବସର ଗ୍ରହଣ ପରେ ପେନସନ ଭାବେ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri