ଓଟିପିରେ ଖୋଲନ୍ତୁ ଏହି ଆକାଉଣ୍ଟ, ୬୦ ବର୍ଷରେ ପାଇବେ ୪୫ ଲକ୍ଷ ସହ ମାସିକ ୨୨,୫୦୦ ଟଙ୍କା ପେନ୍‌ସନ୍‌

ଯଦି ଆପଣ ୬୦ ବର୍ଷରେ ଏକ ମୋଟା ରକମର ଟଙ୍କା ସହ ପେନଶନ ପାଇବାକୁ ଚାହୁଁଛନ୍ତି, ତେବେ ଆପଣ ନ୍ୟାସନାଲ ପେନସନ ସିଷ୍ଟମ (ଏନ୍‌‌ପିଏସ୍‌) ରେ ବିନିଯୋଗ କରିପାରିବେ। ବର୍ତ୍ତମାନ ଏନ୍‌ପିଏସ୍‌ ସହିତ ଆକାଉଣ୍ଟ ଖୋଲିବା ସହଜ ହୋଇଛି। ଆପଣ କେବଳ ଗୋଟିଏ ଓ୍ବାନ୍‌ ଟାଇମ୍‌ ପାସଓ୍ବାର୍ଡ (ଓଟିପି) ମାଧ୍ୟମରେ ଘରେ ବସି ଏନ୍‌ପିଏସ୍‌ରେ ଖାତା ଖୋଲିପାରିବେ। ସମ୍ପ୍ରତି, ପେନ୍‌ସନ୍‌ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ (ପିଏଫ୍‌ଆର୍‌ଡିଏ) ଗ୍ରାହକମାନଙ୍କୁ ଓଟିପି ମାଧ୍ୟମରେ ଏପିଏସ୍‌ ଖାତା ଖୋଲିବାକୁ ଅନୁମତି ଦେଇଛି। ଏହା ଅଧୀନରେ, ବ୍ୟାଙ୍କଗୁଡିକର ଗ୍ରାହକ ଯେଉଁମାନେ ନିଜ ବ୍ୟାଙ୍କର ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସୁବିଧା ମାଧ୍ୟମରେ ଏନ୍‌‌ପିଏସ୍ ଆକାଉଣ୍ଟ ଖୋଲିବାକୁ ଚାହୁଁଛନ୍ତି, ସେମାନଙ୍କ ପଞ୍ଜୀକୃତ ମୋବାଇଲ ନମ୍ବରରେ ଓଟିପି ପାଇ ଏନ୍‌‌ପିଏସ୍‌ ଆକାଉଣ୍ଟ ଖୋଲିପାରିବେ। ଆସନ୍ତୁ ଜାଣିବା ଆପଣ କିପରି ଏନ୍‌୍‌ପିଏସ୍‌ ମାଧ୍ୟମରେ ୪୫ ଲକ୍ଷ ଟଙ୍କା ଏବଂ ୨୨,୫୦୦ ଟଙ୍କା ପେନସନ ପାଇପାରିବେ।

ଭାରତର ଯେକୌଣସି ନାଗରିକ, ଯିଏକି ୧୮ ରୁ ୬୫ ବର୍ଷ ବୟସ, କିଛି ଆବଶ୍ୟକୀୟ ପ୍ରକ୍ରିୟା ପରେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ। ଏନ୍‌‌ପିଏସ୍ ‌ରେ ଜମା ହୋଇଥିବା ରାଶି ବିନିଯୋଗର ଦାୟିତ୍ୱ ପିଏଫ୍‌ଆର୍‌ଡିଏ ଦ୍ୱାରା ପଞ୍ଜିକୃତ ପେନସନ ଫଣ୍ଡ ମ୍ୟାନେଜରମାନଙ୍କୁ ଦିଆଯାଏ। ସେମାନେ ନିବେଶକୁ ଇକ୍ୱିଟି, ସରକାରୀ ସିକ୍ୟୁରିଟୀ ଏବଂ ଅଣ-ସରକାରୀ ସିକ୍ୟୁରିଟୀ ଏବଂ ସ୍ଥିର ଆୟ ଉପକରଣରେ ବିନିଯୋଗ କରନ୍ତି।

ଯଦି ଆପଣଙ୍କ ବୟସ ୩୦ ବର୍ଷ ତେବେ ଯଦି ଆପଣ ୬୦ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରତି ମାସରେ ଏନ୍‌୍‌ପିଏସ୍‌ରେ ୬ ହଜାର ଟଙ୍କା ନିବେଶ କରନ୍ତି ତେବେ ୬୦ ବର୍ଷ ହେବା ବେଳକୁ ଆପଣ ୪୫ ଲକ୍ଷ ଟଙ୍କା ରାଶି ପାଇ ପାରିବେ। ୩୦ ବର୍ଷ ଯାଏ ମାସକୁ ୬ ହଜାର ରଖିଲେ ଆପଣଙ୍କର ମୋଟ ଯୋଗଦାନ ରାଶି ୨୧.୬ଲକ୍ଷ ଟଙ୍କା ହେବ।ଅନୁମାନିକ ବାର୍ଷିକ ୮ପ୍ରତିଶତରେ ରିଟର୍ନ ହିସାବରେ ଆକାଉଣ୍ଟ ମାଚ୍ୟୁରିଟି ବେଳକୁ ୯୦ଲକ୍ଷ ଟଙ୍କା ହେବ ଆପଣଙ୍କକୁ ୫୦ ପ୍ରତିଶତ ଆନୁଇଟି କିଣିବାକୁ ହେବ। ଏହା ଉପରେ ଅନୁମାନିକ ରିଟର୍ନ ୬ ପ୍ରତିଶତ ମିଳିବ। ମାଚ୍ୟୁରିଟି ଅର୍ଥ ମଧ୍ୟରୁ ୬୦ ପ୍ରତିଶତ ଉଠାଇ ହେବ। ଏହା ଉପରେ କୌଣସି ଟିକସ ଲାଗିବନି ୬୦ ବର୍ଷ ବୟସରେ ପ୍ରତି ମାସ ୨୨,୫୦୦ ପେନସନ ମିଳିବ ଏହାସହ ଏକକାଳୀନ ୪୫ ଲକ୍ଷ ଟଙ୍କା ପାଇବେ।

ଆନୁଇଟିକୁ ସରଳ ଭାଷାରେ ବୁଝିଲେ କୌଣସି କମ୍ପାନୀ କିମ୍ବା ସଂସ୍ଥାଙ୍କ ସହ ହୋଇଥିବା ଚୁକ୍ତି ବୋଲି ବିଚାର କରାଯାଏ। ଏଥିରେ ଗ୍ରାହକଙ୍କୁ ଏକ ନିର୍ଦ୍ଦିଷ୍ଟ ବ୍ୟବଧାନରେ ନିର୍ଦ୍ଧାରିତ ଦେୟ
ପ୍ରଦାନ କରିବାକୁ ପଡେ। ଏହି ଚୁକ୍ତି ମୁତାବକ ଏନପିଏସରେ ଅତିକମରେ ୪୦ ପ୍ରତିଶତ ଅର୍ଥ ରାଶିର ଆନୁଇଟି କିଣିବା ବାଧ୍ୟ୍ୟତାମୂଳକ ହେବ। ଏହି ରାଶି ଯେତେ ଅଧିକ ହେବ। ପେନସନ ରାଶି ସେତେ ଅଧିକ ହେବ। ଆନୁଇଟିରେ ନିବେଶ ହୋଇଥିବା ରାଶି କର୍ମଚାରୀଙ୍କ ଅବସର ଗ୍ରହଣ ପରେ ପେନସନ ଭାବେ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?