ଜାତୀୟ ପାରା ଜୁଡ଼ୋ ଚାମ୍ପିୟନଶିପ: ବେଦାନ୍ତ ସହଯୋଗରେ ଚମକିଲେ ପାରା ଜୁଡ଼ୋ ଆଥ୍‌ଲେଟ

ଲାଞ୍ଜିଗଡ଼,୧୧ା୩(ରମେଶ ଚନ୍ଦ୍ର ନାୟକ) : ବେଦାନ୍ତ ଆଲୁମିନିୟମ ଦ୍ୱାରା ସମସ୍ତ ପ୍ରକାର ସହଯୋଗ ପାଇଥିବା କଳାହାଣ୍ଡି ଜିଲାର ପାରା ଜୁଡ଼ୋ ଆଥ୍‌ଲେଟ ମୋହନ ସାହୁ ରାଜ୍ୟର ପ୍ରତିନିଧିତ୍ୱ କରି ତ୍ରୟୋଦଶ ଜାତୀୟ ପାରା ଜୁଡ଼ୋ ଚାମ୍ପିୟନଶିପ ୨୦୨୫ରେ ଦୁଇଟି ବ୍ରୋଞ୍ଜ ପଦକ ଜିତିଛନ୍ତି। ମୋହନ ଜୁନିୟର (୨୨ କେଜି) ଏବଂ ସିନିୟର (୬୪ କେଜି)ବର୍ଗରେ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ। ସେ ବର୍ତ୍ତମାନ ଉଜ୍‌ବେକିସ୍ତାନର ତାସ୍‌କେଣ୍ଟରେ ଏସୀୟ ପାରା ଜୁଡୋ ଚାମ୍ପିୟନଶିପ ୨୦୨୫ରେ ଭାରତର ପ୍ରତିନିଧିତ୍ୱ କରିବାକୁ ପ୍ରସ୍ତୁତ ହେଉଛନ୍ତି। ନିଜ ପ୍ରତିକ୍ରିୟାରେ ମୋହନ କହିଛନ୍ତି, ବେଦାନ୍ତ ଆଲୁମିନିୟମର ସମର୍ଥନ ମୋତେ ସର୍ବୋଚ୍ଚ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିବାର ଆତ୍ମବିଶ୍ୱାସ ଦେଇଛି। ସ୍ଥାନୀୟ ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ କମ୍ପାନୀର ସମର୍ପଣ ଭାବ ଉପରେ ଗୁରୁତ୍ୱାରୋପ କରି ବେଦାନ୍ତ ଆଲୁମିନିୟମର ମୁଖ୍ୟ ପରିଚାଳନା ଅଧିକାରୀ (ସିଓଓ) ସୁନୀଲ ଗୁପ୍ତା କହିଛନ୍ତି, ଆମେ ଜୀବନକୁ ପ୍ରେରଣା ଓ ପରିବର୍ତ୍ତନ କରିବା ପାଇଁ କ୍ରୀଡ଼ାକୁ ବିଶାସ କରୁ। ମୋହନ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନୂତନ ଆହ୍ବାନର ମୁକାବିଲା କରୁଥିବାରୁ ତାଙ୍କ ସହିତ ଛିଡ଼ା ହୋଇ ଆମେ ଗର୍ବିତ। ଉଲ୍ଲେଖନୀୟ ୍‌ନିକଟରେ ଲକ୍ଷ୍ନୌରେ ଆୟୋଜିତ ଜାତୀୟ କାର୍ଯ୍ୟକ୍ରମେରେ ମୋହନଙ୍କ ଅଂଶଗ୍ରହଣ ପାଇଁ କମ୍ପାନୀ ତାଙ୍କୁ ସମସ୍ତ ପ୍ରକାର ଉପକରଣ ଏବଂ ଆର୍ଥିକ ସହାୟତା ପ୍ରଦାନ କରିଥିଲା। ତାଙ୍କର ଆବଶ୍ୟକ ସମ୍ବଳ ସହିତ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବା ପାଇଁ ସେ ପ୍ରତିଦ୍ବନ୍ଦ୍ୱିତା କରିଥିଲେ। ବେଦାନ୍ତ ଆଲୁମିନିୟମ ପୂର୍ବରୁ ରାୟଗଡା ଜିଲାର ଦୁଇ ଜଣ କବାଡି ଖେଳାଳିଙ୍କୁ ସମର୍ଥନ କରିଥିଲା। ସେମାନେ ନେପାଳରେ ଅନୁଷ୍ଠିତ ଆନ୍ତର୍ଜାତୀୟ କବାଡି ଟୁର୍ନାମେଣ୍ଟରେ ଭାରତର ପ୍ରତିନିଧିତ୍ୱ କରିଥିଲେ।