ଜାତୀୟ ପୋଷଣ ମାସ-୨୦୨୫: ୮ଟି ଥିମ ଉପରେ ଆଲୋଚନା

କେସିଙ୍ଗା,୧୮।୯(ତୁମେଶ୍ବର ସାହୁ): ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ ଭବାନୀପାଟଣା ଆନୁକୂଲ୍ୟରେ ଜାତୀୟ ପୋଷଣ ମାସ-୨୦୨୫ ଏବଂ ମା’ଙ୍କ ପାଇଁ ଗଛଟିଏ ୨.0 ବିଷୟବସ୍ତୁ ଉପରେ ଏକ କର୍ମଶାଳା ବ୍ଲକର ସଭାଗୃହଠାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ବ୍ଳକ ଅଧ୍ୟକ୍ଷ ଚନ୍ଦନ ସେନାପତି ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଉପସ୍ଥିତ କର୍ମୀମାନେ ବ୍ଳକ କାର୍ଯ୍ୟାଳୟଠାରୁ ସହର ପରିକ୍ରମା କରି ପୋଷଣ ପାଳନ ବିଷୟରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। କ୍ଷେତ୍ର ଅଧିକାରୀ ଖଗେଶ ବାଇପାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କର୍ମଶାଳାଟିକୁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଉଦ୍‌ଘାଟନ କରିଥିଲେ।

ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧୂକାରୀ ଜନ୍ମେଜୟ ସ୍ବାଇଁ ଯୋଗ ଦେଇଥିବା ବେଳେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ସୁଷମା କୁମାରୀ ମିଶ୍ର, ନୂଆପଡା ଡାକ୍ତରଖାନାର ପୂର୍ବତନ ସହକାରୀ ଗୋଷ୍ଠୀ ସମ୍ପ୍ରସାରଣ ଅଧିକାରୀ କିଶୋରେ ଚନ୍ଦ୍ର ପଟେଲ, ଅବସର ପ୍ରାପ୍ତ କ୍ଷେତ୍ର ଅଧିକାରୀ ବିଷ୍ଣୁ ଚରଣ ସାହୁ, କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡ଼.କୁଞ୍ଜ ବିହାରୀ ସାହୁ, କାଉନସିଲର ଶରୀତା ଶର୍ମା,ପ୍ରମୁଖ ଅତିଥିମାନେ ଯୋଗଦେଇଥିଲେ। ଶିଶୁ, ବାଳିକା, ଗର୍ଭବତୀ ଓ ସ୍ତନ୍ୟପାନ କରୁଥିବା ମହିଳା ତଥା ଜନସାଧାରଣଙ୍କୁ କିପରି କୁପୋଷଣରୁ ଦୁରେଇ ସୁସ୍ଥ ସୁନ୍ଦର ସମାଜ ତଥା ଦେଶ ଗଠନ କରିପାରିବା ସେହି ଉପରେ ଅତିଥିମାନେ ଆଲୋକପାତ କରିଥିଲେ।

ନିଜ ମା’ପ୍ରତି ସ୍ନେହ ଓ ଭଲ ପାଇବା ପ୍ରଦର୍ଶନ କରିବା ସହ ଧରିତ୍ରୀ ମା’ର ସୁରକ୍ଷା ପାଇଁ ମା’ଙ୍କ ନାମରେ ଗଛଟିଏ ଲଗାଇବା ଦରକାର ବୋଲି ଉପସ୍ଥିତ ମହିଳାଙ୍କୁ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ଆଖପାଖ ଅଂଚଳର ଶତାଧୂକ ମହିଳା, କିଶୋରୀ ବାଳିକା, ଅଙ୍ଗନବାଡି କର୍ମୀ,ଆଶା,ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପୂର୍ବଦିନ ମହିଳାମାନଙ୍କୁ ନେଇ ବ୍ଲକ ପ୍ରାଙ୍ଗଣରେ ବୃକ୍ଷ ରୋପଣ କରିବା ସହିତ ରଙ୍ଗୋଲି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଅଂଶ ଗ୍ରହଣ କରିଥିବା ମହିଳା ଓ ଯୁବତୀଙ୍କ ମଧ୍ୟରେ କୁଇଜ, ପୁଷ୍ଟିକର ଖାଦ୍ୟ ପ୍ରଦର୍ଶନୀ, ରଙ୍ଗୋଲି ପ୍ରତିଯୋଗିତାଗୁଡିକ କରାଯାଇଥିଲା। କୃତି ପ୍ରତୀକଯୋଗୀଙ୍କୁ କେନ୍ଦ୍ରୀୟ ସଂଚାର ବ୍ୟୁରୋ ତରଫରୁ ପୁରସ୍କୃତ କରାଯାଇଥିଲା।

ଜାତୀୟ ପୋଷଣ ମାସ ପାଳନ ଉପଲକ୍ଷେ ଗ୍ରାମାଞ୍ଚଳରେ କିପରି ବହୁମାତ୍ରାରେ ପୋଷଣ ମାସ ପାଳନ ପରିବର୍ତ୍ତେ ବର୍ଷସାରା ଏହି ନୀତିକୁ ପାଳନ କରାଗଲେ ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟପକ୍ଷେ ହିତକର ହେବ ବୋଲି ଅତିଥିମାନେ ମତପୋଷଣ କରିଥିଲେ। ପ୍ରତ୍ୟେକ ପରିବାର ସଦସ୍ୟମାନେ କିମ୍ବା ମହିଳା ମାନେ ତେଲ, ଲୁଣ, ଚିନି, ମଇଦା ଆଦି ଜିନିଷକୁ ଖାଦ୍ୟରେ ଗୁରୁତ୍ୱ ନ ଦେଇ ପନିପରିବା,ଚାଉଳ, ଶଜନା, କଦଳୀ,ଅମୃତଭଣ୍ଡା,ଗଜା ମୁଗ, ମାଛ, ମାଂସ, କ୍ଷୀର,ଗାଜର,ପାଚିଲା କଦଳୀ,ମାଣ୍ଡିଆ,କାଙ୍ଗଡ଼, ଗୁର୍ଜି, ଡାଲି ଜାତୀୟ ଖାଦ୍ୟ ବ୍ୟବହାର କରିବାକୁ ଅତିଥିମାନେ ଉପଦେଶ ଦେଇଥିଲେ। ପୁଷ୍ଟିକର ଖାଦ୍ୟର ୮ଟି ଥିମ ଉପରେ ସିଡିପିଓ ଆଲୋଚନା କରିଥିଲେ। ଶେଷରେ କେନ୍ଦ୍ରୀୟ ସଂଚାର ବ୍ୟୁରୋ, ଭୁବନେଶ୍ବର ଦ୍ବାରା ପ୍ରେରିତ ଗୀତ ଓ ନାଟକ ବିଭାଗ ଦ୍ବାରା ସୂଚାନଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

ମୁନିଗୁଡାରେ ୩ ଘର ଉପରକୁ ମାଡ଼ିଗଲା ଟ୍ୟାଙ୍କର: ପରେ…

ମୁନିଗୁଡା,୨୨।୩(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ମୁନିଖୋଲ କନକ ପରମେଶ୍ୱରୀ ମନ୍ଦିର ନିକଟରେ ରବିବାର ଭୋର ସମୟରେ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବକ୍ସାଇଟ…

ମା’ ସମଲେଶ୍ବରୀଙ୍କ କୁଷ୍ମାଣ୍ଡା ବେଶ: ସକାଳୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ବରଗଡ଼,୨୨।୩( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି । ଚତୁର୍ଥ ଦିବସ ରବିବାରରେ ଦେବୀ କୁଷ୍ମାଣ୍ଡା ବେଶରେ…

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri