କେସିଙ୍ଗା,୧୦ା୫ (ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ତାଲୁକ ଆଇନସେବା ସମିତି ତରଫରୁ ଶନିବାର ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ପ୍ରଥମଶ୍ରେଣୀ ବିଚାରବିଭାଗୀୟ ବିଚାରପତି ତଥା ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷା ଦୀପ୍ତା ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଲୋକ ଅଦାଲତରେ ୩୮ଟି ପ୍ରାକ୍ ବ୍ୟାଙ୍କ ଋଣଜନିତ ମାମଲାରେ ମୋଟ ୨୦ ଲକ୍ଷ ୨୨ ହଜାର ୭୮୨ ଟଙ୍କା ଋଣ ଆଦାୟ ହୋଇଥିଲା। ସେହିପରି ଗୋଟିଏ ଚେକ୍ ବାଉନ୍ସ ମାମଲାର ବିଚାରକରି ୫୧ ହଜାର ଟଙ୍କା ଆଦାୟ କରାଯାଇଥିଲା। ସେହିପରି ତହସିଲ କାର୍ଯ୍ୟାଳୟରେ ଅନୁଷ୍ଠିତ ଲୋକ ଅଦାଲତରେ ୧୦୨ଟି ରାଜସ୍ବ ମାମଲାର ବିଚାର କରାଯାଇ ୮୨ ହଜାର ୯୧୭ ଟଙ୍କା ଆଦାୟ ହୋଇଥିଲା। ଏହି ଲୋକ ଅଦାଲତରେ ଓକିଲ ସଂଘ ସଭାପତି ଚିତ୍ତରଞ୍ଜନ ଭୋଇ, ସରକାରୀ ଓକିଲ ପ୍ରକାଶ କୁମାର ଦାସ, ବରିଷ୍ଠ ଆଇନଜୀବୀ ସୌମ୍ୟରଞ୍ଜନ ମିଶ୍ର, ସନ୍ତୋଷ କୁମାର ଦାସ, ସନ୍ଦୀପ ବାନାର୍ଜୀ, ହରିପ୍ରସାଦ ତାଣ୍ଡି, ପ୍ରଭାକର ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।