ଭଞ୍ଜନଗର କୋର୍ଟରେ ଜାତୀୟ ଲୋକ ଅଦାଲତ: ସମସ୍ୟାର ସମାଧାନ ହୋଇ ୧ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଲାଭ

ଭଞ୍ଜନଗର,୧୩ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସିଭିଲ କୋର୍ଟ ପରିସରରେ ଶନିବାର ୩ୟ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୮୬ଟି ମାମଲା ଫଇସଲା ହୋଇଥିଲା।
ଫଳରେ ୧୪୧୯୮୬୫୭ (ଏକ କୋଟି ଏକଚାଳିଶି ଲକ୍ଷ ଅଠାନବେ ହଜାର ଛଅ ଶହ ସତାବନ) ଟଙ୍କାର ସମ୍ପତ୍ତି ପକ୍ଷଗତଙ୍କୁ ଲାଭ ପହଞ୍ଚିଛି। ଲୋକ ଅଦାଲତରେ ବିଭିନ୍ନ ପ୍ରକାରର ମାମଲା ଯଥା ଆପରାଧିକ ସମ୍ପୃକ୍ତ ସମାଧାନଶୀଳ ମାମଲା, ଚେକ ବାଉନ୍ସ ମାମଲା, ଧନ ଫେରସ୍ତ ମାମଲା, ବିବାହ ଜନିତ ମାମଲା, ସାର୍ବଜନୀନ ସୁବିଧା ସମ୍ପୃକ୍ତ ବିବାଦ (ବିଦ୍ୟୁତ, ପାଣି ବିଲ) ପରି ଅନ୍ୟାନ୍ୟ ସିଭିଲ ମାମଲା ଇତ୍ୟାଦିର ସମାଧାନ କରାଯାଇଥିଲା। ଭଞ୍ଜନଗର ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ଏବଂ ଅତିରିକ୍ତ ଜିଲା ଦୌରାଜଜ ଶେଖ ମହମ୍ମଦ କଏସ୍‌ଙ୍କ ନେତୃତ୍ୱରେ ମାମଲାଗୁଡ଼ିକ ହୋଇଥିଲା। ଏହା ସହିତ ସିନିଅର ସିଭିଲ ଜଜ୍‌, ଭଞ୍ଜନଗର ଦେବାଶିଷ ବିଶୋଇ, ଏସ୍‌ଡିଜେଏମ୍‌ ସୌମ୍ୟରଞ୍ଜନ ପୃଷ୍ଟି, ଜେଏମ୍‌ଏଫ୍‌ସି ଭିୟେନା ନାୟକ ମଧ୍ୟ ବିଭିନ୍ନ କେସର ଫଇସଲା କରିଥିଲେ।

ଲୋକ ଅଦାଲତ ବେଞ୍ଚ ସଦସ୍ୟ ଡ଼ା. ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ରମେଶ ଚନ୍ଦ୍ର ପଣ୍ଡା, ଭଞ୍ଜନଗର ବାର୍‌ ଆସୋସିଏଶନ ସଭାପତି ଲକ୍ଷ୍ମୀକାନ୍ତ ମହାପାତ୍ର, ଅତିରିକ୍ତ ସରକାରୀ ପ୍ଲିଡର ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ଆଇନଜୀବୀ ଅଳକା ମଞ୍ଜରୀ ପଟ୍ଟନାୟକ, ସନ୍ତୋଷ କୁମାର ତିଆଡ଼ି, ସୁଶାନ୍ତ ତ୍ରିପାଠୀ, ପ୍ରଦୀପ ପାଳ, ବଂଶୀଧର ପ୍ରଧାନ, ଅରୁଣ କୁମାର ପାଢ଼ୀ, ଦେବୀ ତ୍ରିପାଠୀ, କୁନା ନାୟକ, ପ୍ରଭାକର ପାତ୍ର, ବଟକୃଷ୍ଣ ପଣ୍ଡା ପ୍ରମୁଖ ଏହି ଅବସରରେ ଉପସ୍ଥିତ ରହି ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ହେଲା ରୁଷିଆ-ୟୁକ୍ରେନ ଯୁଦ୍ଧ? ଯୁଦ୍ଧବିରତିକୁ ନେଇ ବଡ଼ ଦାବି କଲେ ଟ୍ରମ୍ପ

ଓ୍ବାଶିଂଟନ,୩୦।୧: ୟୁକ୍ରେନରେ ଚାଲିଥିବା ଯୁଦ୍ଧ ଏବଂ ପ୍ରବଳ ଥଣ୍ଡା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମାନବିକତା ଆଧାରରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ଟ୍ରମ୍ପ…

ପାନ ମସଲା ପ୍ରତିବନ୍ଧକ ଉପରେ H&FWର ବଡ଼ ବୟାନ, ବ୍ୟାନ ହେବନି ପାନ ମସଲା!

ଭୁବନେଶ୍ବର,୩୦।୧: ଓଡ଼ିଶାରେ ପାନ ମସଲାକୁ ବ୍ୟାନ କରିଛନ୍ତି ରାଜ୍ୟ ସରକାର । ବିଡ଼ି, ସିଗାରେଟ, ଗୁଟଖା ଏବଂ ତମାଖୁ ଭଳି ଉତ୍ପାଦର ପ୍ୟାକେଜିଂ, ସଂରକ୍ଷଣ ଏବଂ ଉତ୍ପାଦନ…

ଦୌଡ଼ରାଣୀଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼, ଶୋକ ପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ,୩୦।୧: ଭାରତୀୟ ଅଲିମ୍ପିକ ଆସୋସିଏସନର ସଭାପତି ଏବଂ ରାଜ୍ୟ ସଭା ସଦସ୍ୟ ପି.ଟି. ଉଷାଙ୍କ ସ୍ବାମୀ ଭି. ଶ୍ରୀନିବାସନଙ୍କ ଶୁକ୍ରବାର ସକାଳେ ଦେହାନ୍ତ ହୋଇଛି। ପରିବାର ସୂତ୍ରରୁ…

T20 World Cup 2026: ICC-ବାଂଲାଦେଶ ବିବାଦକୁ ନେଇ ମୁହଁ ଖୋଲିଲା ଶ୍ରୀଲଙ୍କା

ନୂଆଦିଲ୍ଲୀ,୩୦।୧: ୨୦୨୬ ଟି୨୦ ବିଶ୍ୱକପ ନେଇ ଆଇସିସି ଏବଂ ବାଂଲାଦେଶ ମଧ୍ୟରେ ବିବାଦ ଅନ୍ତର୍ଜାତୀୟ କ୍ରିକେଟରେ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି। ଭାରତ, ପାକିସ୍ତାନ ଏବଂ ବାଂଲାଦେଶ…

OISF ଯବାନଙ୍କ ବସ୍‌କୁ ଧକ୍କା ଦେଲା ଟ୍ରକ, ୨୬ ଜଣ ଯବାନ ଆହତ

କେନ୍ଦୁଝର,୩୦।୧ (ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନାର ୫୨୦ ନମ୍ବର ଜାତୀୟ ରାଜପଥର ତଡୁଆବାହାଳ ନିକଟରେ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ଓଆଇଏସଏଫ୍) ଯବାନଙ୍କୁ…

Budget 2026: କରଦାତାଙ୍କୁ ମିଳିବ ବଡ଼ ଆଶ୍ବସ୍ତି! ଏହି ନିୟମରେ ପରିବର୍ତ୍ତନ କରିପାରନ୍ତି ନିର୍ମଳା ସୀତାରମଣ

ନୂଆଦିଲ୍ଲୀ,୩୦।୧: ବଜେଟ୍ ୨୦୨୬ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି ଏବଂ ପ୍ରତି ବର୍ଷ ପରି, ଦେଶବ୍ୟାପୀ ଲକ୍ଷ ଲକ୍ଷ କରଦାତା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପରେ ନଜର…

ବଡ଼ ଖବର! କାକାଙ୍କ ସହ ଏକାଠି ହେବାକୁ ଯାଉଥିଲେ ଅଜିତ, ହେଲେ ବିଧିର ବିଧାନ ଥିଲା କିଛି ଅଲଗା

ମୁମ୍ବାଇ,୩୦।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଅକାଳ ମୃତ୍ୟୁ ପରେ ରାଜନୈତିକ ମହଲରେ ଶୋକ ପ୍ରକାଶ ପାଇଛି। ଏହି ସମୟରେ, ସୂତ୍ରଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଖବର ପ୍ରକାଶ କରୁଛନ୍ତି।…

ଆକାଶ ମାର୍ଗରେ ଏକାଠି ହେଲେ ପାକିସ୍ତାନ-ବାଂଲାଦେଶ, ଜାଣନ୍ତୁ ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ

କରାଚୀ,୩୦।୧: ୧୪ ବର୍ଷ ପରେ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ସିଧାସଳଖ ବିମାନ ସେବା ପୁନର୍ବାର ଆରମ୍ଭ ହୋଇଛି। ବାଂଲାଦେଶର ଜାତୀୟ ବିମାନ କମ୍ପାନୀ, ବିମାନ ବାଂଲାଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri