ବରଗଡ଼ରେ ରାଷ୍ଟ୍ରୀୟ ଲୋକ ଅଦାଲତ

ବରଗଡ଼,୧୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଶନିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସିଭିଲ୍‌ କୋର୍ଟ ପରିସରରେ ଜିଲା ଓ ଦୌରାଜଜ୍‌ ତଥା ଜିଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଅନୁପ କୁମାର ନନ୍ଦଙ୍କ ତତ୍ତ୍ୱାବଧାନରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ଉକ୍ତ ଲୋକ ଅଦାଲତରେ ସମସ୍ତ ପ୍ରକାର ବିଚାରାଧିନ ମୋକଦ୍ଦମା ତଥା ଦେୱାନୀ ଓ ଫୌଜଦାରୀ(ସାଲିସ୍‌ ଯୋଗ୍ୟ), ମୋଟର ଦୁର୍ଘଟଣାଜନିତ କ୍ଷତିପୂରଣ, ବ୍ୟାଙ୍କଋଣ, ବିଦ୍ୟୁତ୍‌ ଓ ଜଳଯୋଗାଣ, ପାରିବାରିକ ସମସ୍ୟା, ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ୍‌ ବାଉନ୍ସ ମାମଲାର ଆପୋସ ସମାଧାନ କରାଯାଇଥିଲା।
ଉକ୍ତ ଲୋକ ଅଦାଲତରେ ୩୫୩୦ଟି ପ୍ରାକ୍‌ ମୋକଦ୍ଦମା ମାମଲାର ବିଚାର ପାଇଁ ବିଭିନ୍ନ ବ୍ୟାଙ୍କ କାର୍ଯ୍ୟାଳୟରୁ, ୯୨୪ଟି ବିଚାରାଧିନ ମୋକଦ୍ଦମା ମାମଲାର ବିଚାର ପାଇଁ ବିଭିନ୍ନ ଅଦାଲତରୁ ଏବଂ ୮୨୦୦ଟି ବିଚାରାଧିନ ମୋକଦ୍ଦମା ମାମଲାର ବିଚାର ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟ ପ୍ରମୁଖଙ୍କ ତରଫରୁ ବିଚାରକୁ ନିଆଯାଇଥିଲା। ଉକ୍ତ ମୋକଦ୍ଦମା ଗୁଡ଼ିକ ମଧ୍ୟରୁ ୩୧୯ ପ୍ରାକ୍‌ ମୋକଦ୍ଦମା ମାମଲା, ୨୧୯ ବିଚାରା ବିଭାଗୀୟ ବିଚାରାଧିନ ମୋକଦ୍ଦମା ମାମଲା ଏବଂ ୬୩୮୯ଟି ଜିଲାପାଳଙ୍କ ରାଜସ୍ବ ବିଚାରାଧିନ ମୋକଦ୍ଦମା ମାମଲାର ବିଚାର ହୋଇଥିଲା। ଏଥିରେ ପ୍ରାକ୍‌ ମୋକଦ୍ଦମା ମାମଲା ବାବଦକୁ ୬୨ଲକ୍ଷ ୬୭ହଜାର ୨୮୫ ଟଙ୍କା ଏବଂ ବିଚାର ବିଭାଗୀୟ ବିଚାରାଧିନ ମୋକଦ୍ଦମା ମାମଲା ବାବଦକୁ ୨କୋଟି ୭୨ଲକ୍ଷ ୫୫ହଜାର ୯୪୩ ଟଙ୍କା ଆଦାୟ ହୋଇଥିଲା। ଜିଲା ଓ ଦୌରାଜଜ୍‌ଙ୍କ ଅଦାଲତରେ ୬୦ଟି ମୋଟର ଦୁର୍ଘଟଣାଜନିତ କ୍ଷତିପୂରଣ ମୋକଦ୍ଦମା ମାମଲା ବାବଦକୁ ବିଚାରକୁ ନିଆଯାଇଥିଲା ଏବଂ ୨୨ଟି ମୋଟର ଦୁର୍ଘଟଣାଜନିତ କ୍ଷତିପୂରଣ ମୋକଦ୍ଦମା ମାମଲାର ଆପୋସ ସମାଧାନ କରାଯାଇ ୧କୋଟି ୫୮ଲକ୍ଷ ୩୮ହଜାର ଟଙ୍କା ଦୁର୍ଘଟଣାଜନିତ କ୍ଷତିପୂରଣ ରାଶି ପ୍ରଦାନ କରାଯାଇଥିଲା।
ଉକ୍ତ ଲୋକ ଅଦାଲତକୁ ବରଗଡ଼ ଜିଲା ଆଇନ ସେବା ପ୍ରାଧିକରଣ ଅ୍ଯଯକ୍ଷ ଅନୁପ କୁମାର ଚନ୍ଦନ ଓ ଭାରପ୍ରାପ୍ତ ସଚିବ ଦିଗବିଜୟ ଦାଶ ପରିଚାଳନା କରିଥିଲେ। ପାରିବାରିକ ଅଦାଲତର ବିଚାରପତି ମାନସ ରଞ୍ଜନ ରଥ, ଅତିରିକ୍ତ ଜିଲା ବିଚାରପତି ପ୍ରିୟରଞ୍ଜନ ବାରିକ, ମୁ୍ଯଯ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପୁନମ ଜେନା, ବରିଷ୍ଠ ଦେୱାନୀ ବିଚାରପତି ସୁଚରିତା ମହାନ୍ତି, ବରିଷ୍ଠ ଦେୱାନୀ ବିଚାରପତି(ମହିଳା ଅଦାଲତ) ପ୍ରଜ୍ଞା ପୂଜାପ୍ରଦା, ବରିଷ୍ଠ ଦେୱାନୀ ବିଚାରପତି(ଏଲଆର୍‌ ଏଣ୍ଡ୍‌ ଏଲଟିଭି) ବର୍ଷା ଶର୍ମା, ଉପଖଣ୍ଡୀୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀଷ୍ଟି ସାମନ୍ତ ଏବଂ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ(ପ୍ରଥମ ଶ୍ରେଣୀ) ଋତୁପୂର୍ଣ୍ଣା ଦାସ ବିଭିନ୍ନ ଅଦାଲତ ଗୁଡ଼ିକୁ ପରିଚାଳନା କରିଥିଲେ। ଆଇନଜୀବୀ ସୁଧିର ପୁରୋହିତ, ନିଧୁବନ ବିହାରୀ ପ୍ରସାଦ ପଣ୍ଡା, ଯୁଗଳ ପ୍ରସାଦ ସିଂ, ଶିରିଶ ବଲ୍ଳଭ ମିଶ୍ର, ଚିତ୍ତରଞ୍ଜନ ପଣ୍ଡା, ମହେନ୍ଦ୍ର ସାହୁ, ଦେବାଶିଷ ମିଶ୍ର, ମାନଭଞ୍ଜନ ତ୍ରିପାଠୀ, କିରଣ କୁମାର ମିଶ୍ର ପ୍ରମୁଖ ଅଦାଲତ ପରିଚାଳନାରେ ସହଯୋଗ କରିଥିଲେ। ପ୍ରାଧିକରଣ ଅନ୍ତର୍ଭୁକ୍ତ ଆଇନଜୀବୀ ଜିଲା ଓକିଲ ସଂଘର ଆଇନଜୀବୀ, ପୋଲିସ, ଆଇନ ସେବା ପ୍ରାଧିକରଣ ଏବଂ କୋର୍ଟର କର୍ମଚାରୀମାନେ ମ୍ଯଯ ସହଯୋଗ କରିଥିଲେ।

Share