ସୁନାବେଡ଼ା/ଦାମନଯୋଡ଼ି,୧୧ା୮(କୃତ୍ତିବାସ ପ୍ରଧାନ/ନରସିଂହ ବ୍ରହ୍ମା): କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ବାଳିକା ବିଭାଗ ଜାତୀୟସ୍ତରୀୟ କବାଡ଼ି ପ୍ରତିଯୋଗିତାରେ ଭୁବନେଶ୍ୱର ସମ୍ଭାଗ ଟିମ୍ରେ ଥିବା ସୁନାବେଡ଼ା କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ଅପରାଜିତା ରଥ ସଫଳତା ହାସଲ କରିଛନ୍ତି।
କର୍ନାଟକର ବେଙ୍ଗାଲୁରୁ ଡିଆର୍ଡିଓ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଜାତୀୟସ୍ତରୀୟ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ସାରା ଭାରତରୁ ୨୪ ଟିମ୍ ଭାଗ ନେଇଥିଲେ। ଫାଇନାଲରେ ଚେନ୍ନାଇ ସମ୍ଭାଗ ସହ ଭୁବନେଶ୍ୱର ସମ୍ଭାଗ ମଧ୍ୟରେ କବାଡ଼ି ଖେଳ ହୋଇଥିଲା। ଏଥିରେ ଭୁବନେଶ୍ବର ସମ୍ଭାଗ ରନରଅପ୍ ହୋଇଥିଲା। ଅପରାଜିତାଙ୍କ ସଫଳତା ପାଇଁ ସ୍କୁଲ ଅଧ୍ୟକ୍ଷ ଅଶ୍ବିନୀ କୁମାର ପ୍ରଧାନ, ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ଓ ଅଞ୍ଚଳବାସୀ ଶୁଭେଚ୍ଛା ଜଣାଇଛନ୍ତି।


