ଖାଲଖମାରେ ଭରି ହୋଇଛି ଜାତୀୟ ରାଜପଥ, ଯାତ୍ରୀ ଦୁର୍ଘଟଣାର ଶିକାର ହୋଇ…

ଭଞ୍ଜନଗର,୮ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଆସିକା ମୁଖ୍ୟ ରାସ୍ତା ରାଞ୍ଚି ବିଜୟଓ୍ବାଡା କରିଡ଼ର ଯୋଜନାରେ ନିର୍ମାଣ ହୋଇଛି। କିନ୍ତୁ ଉକ୍ତ ରାସ୍ତାର ଅନେକ ସ୍ଥାନରେ ଖାଲଖମା ଭରି ରହିଛି। ଗୋବରାଠାରେ ଥିବା ପୁରୁଣା ସେତୁଟି ବର୍ତ୍ତମାନ ବିପଦସଙ୍କୁଳ ଅବସ୍ଥାରେ ଅଛି। ସେଠାରେ ନୂତନ ସେତୁ ଆବଶ୍ୟକ ରହିଛି। କିନ୍ତୁ ତାହା ହେବାକୁ ନାହିଁ। ଏଥିସହ ରାସ୍ତାର ଅନେକ ସ୍ଥାନରେ ଛୋଟ ବଡ଼ ଗର୍ତ୍ତ ଥିବା ଲକ୍ଷ୍ୟ କରାଯାଇଛି।

ଅନ୍ୟପଟେ ରାସ୍ତାର ଉଭୟ ପାଶର୍‌ବରେ ଲଟାବୁଦାରେ ଭରି ହୋଇଗଲାଣି। କେତେକ ସ୍ଥାନରେ ପିଚୁ ରାସ୍ତା ଉପରକୁ ୫ ଫୁଟ ଲଟାବୁଦା ମାଡ଼ି ବସିଲାଣି । ଯେଉଁଥି ପାଇଁ ଦୈନନ୍ଦିନ ଉକ୍ତ ରାସ୍ତାରେ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଯାତ୍ରୀ ମାନଙ୍କ ପାଇଁ ଦିନକୁ ଦିନ ଅସୁରକ୍ଷିତ ହୋଇପଡ଼ୁଛି। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହୋଇଛି।

Dharitri – Odisha’s No.1 Odia Daily

Share