ଜେଏସ୍‌ପିକୁ ୨ଟି ବର୍ଗରେ ଜାତୀୟ ସିଏସ୍‌ଆର୍‌ ପୁରସ୍କାର

ଭୁବନେଶ୍ୱର,୨୩।୮: କର୍ପୋରେଟ୍‌ ସାମାଜିକ ଦାୟିତ୍ୱ (ସିଏସ୍‌ଆର୍‌) କାର୍ଯ୍ୟ ନିମନ୍ତେ ଭାରତ ସରକାରଙ୍କ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ପ୍ରଦାନ କରାଯାଉଥିବା ସମ୍ମାନଜନକ ଜାତୀୟ ସିଏସ୍‌ଆର୍‌ ପୁରସ୍କାର-୨୦୨୦ ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର(ଜେଏସ୍‌ପି)କୁ ଦୁଇଟି ବର୍ଗରେ ବିଜେତା ଘୋଷଣା କରାଯାଇଛି। କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ପ୍ରେସ ବିଜ୍ଞପ୍ତି ଅନୁଯାୟୀ ନବୀନ ଜିନ୍ଦଲଙ୍କ ନେତୃତ୍ୱାଧୀନ ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଆକାଂକ୍ଷା ଜିଲା-ଦୁର୍ଗମ ଅଞ୍ଚଳରେ ସିଏସ୍‌ଆର୍‌ (ପୂର୍ବ ଜୋନ) ଏବଂ ଜାତୀୟ ପ୍ରାଥମିକତା କ୍ଷେତ୍ରରେ ଅବଦାନ (ଦିବ୍ୟାଙ୍ଗଙ୍କୁ ସହାୟତା) ଶ୍ରେଣୀରେ ବିଜେତା ଭାବେ ମନୋନୀତ କରାଯାଇଛି। ବିଭିନ୍ନ ମନ୍ତ୍ରଣାଳୟ, ରାଜ୍ୟ ସରକାର, ଭାରତର ୩ ପ୍ରତିଷ୍ଠିତ ଅନୁଷ୍ଠାନ, ଇଣ୍ଡଷ୍ଟ୍ରି ଓ ବାଣିଜ୍ୟ ଚାମ୍ବର ଏବଂ ଗୋଷ୍ଠୀ ସମୂହଙ୍କ ସହ ସିଧାସଳଖ କଥାବାର୍ତ୍ତା ପରେ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା କରାଯାଇଥିବା ଏକ ତିନି ପର୍ଯ୍ୟାୟ ଚୟନ ପ୍ରକ୍ରିୟା ପରେ ଜେଏସ୍‌ପି ଏହି ପୁରସ୍କାର ପାଇଁ ମନୋନୀତ ହୋଇଛି।
ଏ ସମ୍ପର୍କରେ ଜେଏସ୍‌ପିର ଚେୟାରମ୍ୟାନ ନବୀନ ଜିନ୍ଦଲ କହିଛନ୍ତି, ଲୋକଙ୍କ ସହଭାଗିତା ତଥା ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦେଇ ଶିଳ୍ପାୟନ ମାଧ୍ୟମରେ ଆମେ ସାମଗ୍ରିକ ବିକାଶ ନିମନ୍ତେ କାର୍ଯ୍ୟ କରିବାରେ ବିଶ୍ବାସ କରୁ। ସ୍ଥାନୀୟ ଜନସାଧାରଙ୍କ ଜୀବନ ଧାରଣ ମୂଲ୍ୟରେ ଉନ୍ନତି ନିମନ୍ତେ ସିଏସ୍‌ଆର୍‌ ମାଧ୍ୟମରେ ଆମେ ବିଭିନ୍ନ ବହୁମୁଖୀ ସାମାଜିକ ବିକାଶ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛୁ। ଏହି ପୁରସ୍କାର ନିଶ୍ଚିତ ଭାବେ ଆମ ପାଇଁ ଏକ ବଡ ସ୍ବୀକୃତି ଏବଂ ଆମ ପାଇଁ ସର୍ବଦା ଜନସାଧାରଣ ହିଁ ପ୍ରଥମ।


Enter your email to get our daily news in your inbox.

All Right Reserved By Dharitri.Com

ୟୁନିୟନ ବ୍ୟାଙ୍କର ନୂଆ ଲୋନ୍‌ ପ୍ରୋସେସିଂ ସେଣ୍ଟର

ଭୁବନେଶ୍ୱର,୧୭।୭: ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱର ଏବଂ କଟକରେ ୪ ନୂଆ ଲୋନ୍‌ ପ୍ରୋସେସିଂ ୟୁନିଟ ଶୁଭାରମ୍ଭ କରାଯାଇଛି। ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ର...

ଆମେରିକାର ୮୦ ଧନୀ ମହିଳାଙ୍କ ମଧ୍ୟରେ ୩ ଭାରତୀୟ

ନ୍ୟୁୟର୍କ,୮।୬: ନିଜର ଦକ୍ଷତା ବଳରେ ସଫଳତା ହାସଲ କରିଥିବା ୮୦ ସବୁଠାରୁ ଧନୀ ମହିଳାଙ୍କ ମଧ୍ୟରେ ୩ ଜଣ ପ୍ରବାସୀ ଭାରତୀୟ ରହିଛନ୍ତି। ଫୋବର୍‌ସ ପକ୍ଷରୁ...

୪୮ କୋଟି ପ୍ୟାନ୍‌ ଅଧାରରେ ଲିଙ୍କ୍‌, ୩୧ ମାର୍ଚ୍ଚ ସୁଦ୍ଧା ଅନିବାର୍ଯ୍ୟ, ନ ହେଲେ ୧୦ ହଜାର ଜରିମାନା…

ନୂଆଦିଲ୍ଲୀ,୬।୨ : ସ୍ଥାୟୀ ଆକାଉଣ୍ଟ ନମ୍ବର (ପ୍ୟାନ) କୁ ଆଧାର ସହିତ ବାଧ୍ୟତାମୂଳକ ସଂଯୋଗ ଉପରେ ସରକାର ପୁଣିଥରେ ଚେତାବନୀ ଦେଇଛନ୍ତି ଯେ ଯଦି ପ୍ୟାନ...

ପାତ୍ରପଡାରେ ଖୋଲିଲା ବଜାର କୋଲକାତା

ଭୁବନେଶ୍ୱର,୨-୬: ପୂର୍ବ ଭାରତର ପ୍ରମୁଖ ରିଟେଲ ଚେନ୍‌ ବଜାର କୋଲକାତା ସ୍ଥାନୀୟ ପାତ୍ରପଡାଠାରେ ନୂଆ ଶୋ’ରୁମ ଶୁଭାରମ୍ଭ କରିଛି। ଓଡ଼ିଆ ସିନେମା ଅଭିନେତ୍ରୀ ଏଲିନା ସାମନ୍ତରାୟ...

ଷ୍ଟାର୍ଟଅପ୍‌ ଇକୋସିଷ୍ଟମରେ ନିବେଶ ଲାଗି ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

ନୂଆଦିଲ୍ଲୀ,୩୦-୧୦: ଭାରତରେ ଏକ ଶକ୍ତିଶାଳୀ ଷ୍ଟାର୍ଟଅପ୍‌ ଇକୋସିଷ୍ଟମ ରହିଥିବା ବେଳେ ଏହାର ସୁବିଧା ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱସ୍ତରର ନିବେଶକଙ୍କୁ ମଙ୍ଗଳବାର ଆହ୍ବାନ ଜଣାଇଛନ୍ତି।...

ଧନ କୁବେରଙ୍କ ସମ୍ପତ୍ତି ଦିନ ପିଛା ବଢୁଛି ୨୨ ହଜାର କୋଟି…

ଓ୍ବାଶିଂଟନ,୧୬।୧ : ଗତ ଦୁଇ ବର୍ଷ ମଧ୍ୟରେ ବିଶ୍ୱର ୧ ପ୍ରତିଶକ ଧନ କୁବେରଙ୍କ ସମ୍ପତ୍ତି ପ୍ରାୟ ଦୁଇଗୁଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏହି...

ଭି.ଜି. ସିଦ୍ଧାର୍ଥଙ୍କ ମୃତ୍ୟୁର କାରଣ: ଋଣ ଜାଲରେ ଛନ୍ଦି ହୋଇଥିଲେ

ନୂଆଦିଲ୍ଲୀ,୧।୮: ଦେଶର ପ୍ରଖ୍ୟାତ କଫି ଚେନ୍‌ କ୍ୟାଫେ କଫି ଡେ(ସିସିଡି)ର ମାଲିକ ଭି.ଜି.ସିଦ୍ଧାର୍ଥ ଆମତ୍ହତ୍ୟାକୁ ନେଇ ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ତେବେ ପ୍ରଶ୍ନ ଉଠୁଛି,...

ପେମେଣ୍ଟ ଲାଗି ବିଦ୍ୟୁତ୍‌ ବିତରଣ କମ୍ପାନୀଙ୍କୁ ୩ମାସ ସମୟ

ବିଦ୍ୟୁତ୍‌ ଉତ୍ପାଦନ କମ୍ପାନୀଗୁଡିକୁ ବକେୟା ଦେୟ ପ୍ରଦାନ ଲାଗି ବିତରଣ କମ୍ପାନୀଙ୍କୁ ୩ ମାସ ଅଧିକ ସମୟ ଦିଆଯାଇଛି। ଲକ୍‌ଡାଉନ ସମୟରେ ବିତରଣ କମ୍ପାନୀଗୁଡିକ ଚବିଶ...

Advertisement
Archives

Model This Week