ପାଟଣା,୯।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ସାହାରପଡ଼ା ବ୍ଲକ ଖଜିରାପାଟ ଗ୍ରାମର ବରିଷ୍ଠ ଭାଜପାନେତ୍ରୀ ତଥା ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ମମିତା ନାଏକ ମଙ୍ଗଳବାର ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଏଥି ସକାଶେ ସାହାରପଡ଼ା ବ୍ଲକ ମୁଖ୍ୟାଳୟ କ୍ଳବ ଗୃହରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଛି। ପୂର୍ବତନ ଜିଲା ଭାଜପା ସଭାପତି ସବୁଜ ମହାନ୍ତ ବର୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବରିଷ୍ଠ ଭାଜପା ନେତା ଶିବାଜୀ ଗୌତମ ମହାନ୍ତ ବର୍ମା, ଭାଜପା ମଣ୍ଡଳ ସଭାପତି ନରହରି ମହାନ୍ତ, ବୁଲୁ ବାରିକ, ବ୍ରଜ ବନ୍ଧୁସେଠୀ, ଜୁଲିଅସ ସିଂ, ପୂର୍ବତନ ଖିରେଈ ଟାଙ୍ଗିରି ସରପଞ୍ଚ ବନୋଜ ମହାନ୍ତଙ୍କ ସହ କାର୍ଯ୍ୟକର୍ତ୍ତାମାନେ ସାମିଲ ହୋଇ ମମିତାଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ କରିଥିଲେ। ଏଥି ସହ ଜିଲା ଭାଜପା ସଭାପତି ଶୁକଦେବ ମହାନ୍ତ, ଜିଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା ,ଉପ ସଭାପତି ଅଗ୍ନନୁ ମହାନ୍ତ, ସାହାରପଡା ବ୍ଲକ ଚେୟାରମ୍ୟାନ ରିନା ନାୟକ, ପ୍ରମୁଖତାଙ୍କୁ ଶୁଭେଛା ଜଣାଇଛନ୍ତି।


