Posted inଖେଳ

ନଟରାଜନଙ୍କ ରେକର୍ଡ

ବ୍ରିସ୍‌ବେନ୍‌,୧୬।୧(ପି.ଟି.): ୟର୍କର ସ୍ପେଶାଲିଷ୍ଟ ଥଙ୍ଗାରାସୁ ନଟରାଜନ ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ପଦାର୍ପଣ କରି ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ପ୍ରଥମ ଭାରତୀୟ ଭାବେ ନେଟ୍‌ ବୋଲର ହିସାବରେ କୌଣସି ଗସ୍ତରେ ଯାଇ ସବୁ ୩ଟି ଯାକ ଫର୍ମାଟରେ ପଦାର୍ପଣ କରିବାର ସୁଯୋଗ ହାସଲ କରିଛନ୍ତି।
ଭାରତୀୟ ଦଳର ଅଧିକାଂଶ ଖେଳାଳି ଆହତ ହୋଇ ସିରିଜରୁ ବାଦ୍‌ପଡିବା ପରେ ତାମିଲନାଡୁର ୨୯ ବର୍ଷୀୟ ନଟରାଜନଙ୍କୁ ଏହି ମ୍ୟାଚ୍‌ରେ ଖେଳିବାର ସୁଯୋଗ ମିଳିଥିଲା। ଗତ ଡିସେମ୍ବର ୨ରେ ସେ କାନ୍‌ବେରାରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆରେ ପଦାର୍ପଣ କରିଥିଲେ। ଭାରତ ଏହି ମ୍ୟାଚରେ ୧୩ ରନରେ ବିଜୟୀ ହୋଇଥିଲା। ଏହି ମ୍ୟାଚରେ ୧୦ ଓଭର ବୋଲିଂ କରି ନଟରାଜନ ୭୦ ରନ ବ୍ୟୟ କରିଥିଲେ ମଧ୍ୟ ଦୁଇ ମୂଲ୍ୟବାନ ଉଇକେଟ ହାସଲ କରିଥିଲେ। ଏହାପରେ ଟି୨୦ ସିରିଜରେ ସେ ୩ଟି ମ୍ୟାଚ ଖେଳି ୬ ଉଇକେଟ ଅକ୍ତିଆର କରିଥିଲେ। ଭାରତ ଟି୨୦ ସିରିଜରେ ୨-୧ରେ ବିଜୟୀ ହୋଇଥିଲା। ନଟରାଜନଙ୍କୁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟୁଇଟ୍‌ କରି ଅଭିନନ୍ଦନ ଜଣାଇଛି। ପ୍ରଥମ ଭାରତୀୟ ଖେଳାଳିଭାବେ ଗୋଟିଏ ଗସ୍ତରେ ୩ଟି ଯାକ ଫର୍ମାଟ୍‌ରେ ଡେବ୍ୟୁ କରିଥିବାରୁ ନଟରାଜନଙ୍କୁ ସ୍ବାଗତ କରୁଛୁ ବୋଲି ଆଇସିସି ଟୁଇଟ୍‌ କରି ଉଲ୍ଲେଖ କରିଛି।
ନଟରାଜନଙ୍କ ମା’ ଜଣେ ଦିନମଜୁରିଆ ଭାବେ କାର୍ଯ୍ୟ କରୁଥିଲେ। ସେ ଚଳିତ ଚତୁର୍ଥ ଟେଷ୍ଟର ପ୍ରଥମ ଦିବସରେ ୨୦ ଓଭର ବୋଲିଂ କରି ୬୩ ରନ ବ୍ୟୟ କରିବା ସହ ୨ ମୂଲ୍ୟବାନ ଉଇକେଟ ଅକ୍ତିଆର କରିଛନ୍ତି। ସେ ଶତକ ହାସଲ କରିଥିବା ମାର୍ନସ ଲାବୁସେନ ଓ ମାଥ୍ୟୁ ଓ୍ବାଡେଙ୍କୁ ଆଉଟ କରି ଭାରତକୁ ବ୍ରେକ୍‌ ଥ୍ରୁ ଦେଇଥିଲେ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ଟୁଇଟ୍‌ କରି ତାଙ୍କୁ ଅଭିନନ୍ଦନ ଜଣାଇଛି। ସ୍ପିନ୍‌ ଅଲରାଉଣ୍ଡର ଓ୍ବାଶିଂଟନ ସୁନ୍ଦର ମଧ୍ୟ ଏହି ମ୍ୟାଚରେ ପଦାର୍ପଣ କରିଛନ୍ତି। ସେ ଷ୍ଟିଭ୍‌ ସ୍ମିଥ୍‌ଙ୍କ ଉଇକେଟ ଅକ୍ତିଆର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ନିର୍ଦ୍ଦେଶ ପରେ ତତ୍ପର ହେଲା ଯୋଗାଣ ବିଭାଗ, ଗୋଟିଏ ଘରୁ ଜବତ ହେଲା ୨୧ ଗ୍ୟାସ ସିଲିଣ୍ଡର

ବରଗଡ଼,୧୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରନ୍ଧନ ଗ୍ୟାସର କଳାବଜାର ଚାଲିଥିବା ଅଭିଯୋଗ ହୋଇଛି। ତେବେ ଏଭଳି କଳାବଜାର ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲାପାଳ ଆଦିତ୍ୟ ଗୋୟଲ…

କଳିଙ୍ଗା ଘାଟିରେ କୁଆପଥର ବର୍ଷା, କିଛି ସମୟ ପାଇଁ ଠପ୍ ହେଲା ଯାତାୟତ

ଭଞ୍ଜନଗର,୧୫ା୩(ବାବୁଲା ପ୍ରଧାନ): ଗଞ୍ଜାମ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ଅଞ୍ଚଳରେ ରବିବାର ଦିନବେଳା କୁଆପଥର ସହ ପ୍ରବଳ ବର୍ଷା ହୋଇଛି । ପ୍ରାୟ ୨…

ଅବକାରୀ ରେଞ୍ଜ ପକ୍ଷରୁ ଚଢ଼ାଉ; ଦେଶୀରନ୍ଧା ମଦ- ମହୁଲ ଫୁଲ ଜବତ, ୩ ଗିରଫ

ବଞ୍ଚୋ,୧୫ା୩(ପ୍ରଦୋଷ କୁମାର ବିଶ୍ୱାଳ ): ଆନନ୍ଦପୁର ଉପଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲା ଅବକାରୀ ଅଧିକ୍ଷକଙ୍କ ତତ୍ତ୍ବାବଧନରେ ଆନନ୍ଦପୁର ଅବକାରୀ ରେଞ୍ଜ ପକ୍ଷରୁ ଚଢ଼ାଉ କରାଯାଇଛି । ଅବକାରୀ ନିରୀକ୍ଷକ…

ଗାଙ୍ଗଦହଣୀରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାର ଛାରଖାର, ଘରେ କେହି ନଥିବା ବେଳେ…

ପୁରୁଷୋତ୍ତମପୁର,୧୫ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଗାଙ୍ଗଦହଣୀ ଗ୍ରାମ ପଞ୍ଚାୟତ ଧୋବା ସାହିରେ ଅଗ୍ନିକାଣ୍ଡ । ରବିବାର ଅଭି ସେଠୀଙ୍କ ଘରେ ନିଆଁ ଲାଗି…

ବିଶ୍ୱର ୬୦୦ କମ୍ପାନୀକୁ ପଛରେ ପକାଇ ବଡ଼ ଡିଲ୍ ହାତେଇଲା ଭାରତର ଏହି ଷ୍ଟାର୍ଟଅପ୍

ନୂଆଦିଲ୍ଲୀ,୧୫ା୩: ଭାରତୀୟ ଯୁବ ଇଞ୍ଜିନିୟରଙ୍କ କମାଲ। କେରଳର ତିରୁବନନ୍ତପୁରମରୁ ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ‘ଜେନରୋବୋଟିକ୍ସ’ ସିଙ୍ଗାପୁରରୁ ଏକ ବଡ଼ ସଫଳତା ହାସଲ କରିଛି। ବିଶ୍ୱର ପ୍ରାୟ ୬୦୦ରୁ…

ସ୍ତ୍ରୀଙ୍କ ସହ ଝଗଡ଼ା ପରେ ଚରମ ନିଷ୍ପତ୍ତି ନେଲେ ବ୍ୟକ୍ତି; ଫେସବୁକ ଲାଇଭରେ ସାପକୁ

କୋରାପୁଟ,୧୫।୩: କୋରାପୁଟ ଜିଲା ମାଳିଗୁଡ଼ା ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ସେହି ଅଞ୍ଚଳର ନବୀନ ମାଳି ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ସହ…

ଗଛକୁ ଧକ୍କା ଦେଇ ବିଲକୁ ପଶିଗଲା କାର୍, ଏକାଥରେ ଚାଲିଗଲା ମା’ପୁଅଙ୍କ ଜୀବନ

ବୁଗୁଡ଼ା,୧୫।୩(କାଳିଚରଣଦାଶ ): ବୁଗୁଡ଼ା ଥାନା ଅନ୍ତର୍ଗତ ତାକରଡ଼ା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।କାର ଦୁର୍ଘଟଣାରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଥିବା  ବେଳେ ବାପା…

ବିବାଦ ମଧ୍ୟରେ ଲୁଚି ଲୁଚି ବିବାହ କଲେ RCB ବୋଲର ୟଶ ଦୟାଲ୍

ନୂଆଦିଲ୍ଲୀ,୧୫ା୩: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ର ଦ୍ରୁତ ବୋଲର ୟଶ ଦୟାଲ୍ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଯୌନ ନିର୍ଯାତନା ଭଳି ଗମ୍ଭୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri