ମହାକାଶରେ ରହିଛି ସୁନା-ରୁପାରେ ତିଆରି ଉଲ୍‌କାପିଣ୍ଡ, ସନ୍ଧାନ କରିବ ନାସାର ‘ସାଇକି ମିଶନ’

ଓ୍ବାଶିଂଟନ୍‌, ୧୪।୧୦: ନାସା ମହାକାଶଯାନ ‘ସାଇକି ମିଶନ’କୁ ଲଞ୍ଚ କରିଛି। ଏହି ମିଶନ ମାଧ୍ୟମରେ ଏକ ବିରଳ ଉଲକାପିଣ୍ଡର ସନ୍ଧାନ କରାଯିବ ଯେଉଁଥିରେ ବହୁମୂଲ୍ୟ ଧାତୁ ଥିବାର ସନ୍ଧାନ ମିଳିଛି। ଅଧିକାଂଶ ଆଷ୍ଟ୍ରଏଡଗୁଡିକ ପଥର ବା ବରଫଯୁକ୍ତ ହୋଇଥାଏ କିନ୍ତୁ ଏହା ଧାତୁର ଉଲକାପିଣ୍ଡକୁ ବିଶ୍ୱର ପ୍ରଥମ ବିରଳ ଆବିଷ୍କାର ବୋଲି କୁହାଯାଉଛି। ‘ସ୍ପେସଏକ୍ସ’ ନାସାର କେନେଡି ସ୍ପେସ ସେଣ୍ଟରରୁ ମହାକାଶଯାନ ଉତକ୍ଷେପଣ କରିଛି।

ସେହି ଉଲକାପିଣ୍ଡର ନାମନୁସାରେ ଏହି ମହାକାଶଯାନର ନାମ ସାଇକି ରଖାଯାଇଛି। ଦୀର୍ଘ ୬ବର୍ଷର ଯାତ୍ରା କରି ୨୦୨୯ରେ ସାଇକି ଉଲକାପିଣ୍ଡ ପାଖରେ ସାଇକି ମହାକାଶଯାନ ପହଞ୍ଚିବ ବୋଲି ଆଶା କରାଯାଉଛି।

ସାଇକି ଉଲକାପିଣ୍ଡ ୧୮୫୨ ମସିହାରେ ଆବିଷ୍କୃତ ହୋଇଥିଲା ଏବଂ ଗ୍ରୀକ ପୁରାଣର ଆତ୍ମାର ଦେବୀଙ୍କ ନାମରେ ଏହି ଉଲକାପିଣ୍ଡର ନାମ ରଖାଯାଇଛି। ଆରିଜୋନା ଷ୍ଟେଟ ୟୁନିଭର୍ସିଟିର ବୈଜ୍ଞାନିକ ଲିଣ୍ଡି ଏଲ୍କିନ୍ସ-ଟାଣ୍ଟନ କହିଛନ୍ତି, ଆମ ପୃଥିବୀର କୋରକୁ ଯିବା ମଣିଷର ଦୀର୍ଘ ଦିନର ସ୍ବପ୍ନ ରହିଆସିଛି। ସେଠାରେ ତାପମାତ୍ରା ବହୁତ ଅଧିକ। ଟେକ୍ନୋଲୋଜି ପହଞ୍ଚିବା ଅସମ୍ଭବ ଅଟେ।କିନ୍ତୁ ଆମ ସୌର ମଣ୍ଡଳରେ ଏପରି ଏକ ସ୍ଥାନ ଅଛି ଯାହା ଦ୍ୱାରା ଆମେ କୋରକୁ ଦେଖିପାରିବା ସହ ସେହି କ୍ଷୁଦ୍ରଗ୍ରହ ବା ଉଲକାପିଣ୍ଡକୁ ଯାଇପାରିବା।

ଜ୍ୟୋର୍ତିବିଜ୍ଞାନୀମାନେ ରାଡାର ଏବଂ ଅନ୍ୟାନ୍ୟ ପର୍ଯ୍ୟବେକ୍ଷଣରୁ ଜାଣିପାରିଛନ୍ତି ଯେ, ଏହି ଉଲକାପିଣ୍ଡଟି ବହୁତ ବଡ। ପ୍ରାୟ ୧୪୪ ମାଇଲ (୨୩୨ କିଲୋମିଟର) ଚଉଡା ଏବଂ ୧୭୩ ମାଇଲ (୨୮୦ କିଲୋମିଟର) ଲମ୍ବ। ଏହା ଲୁହା, ନିକେଲ ଏବଂ ଅନ୍ୟାନ୍ୟ ଧାତୁରେ ସହ ନିକେଲ, ସୁନା, ରୂପା, ପ୍ଲାଟିନମ କିମ୍ବା ଇରିଡିୟମ ଦ୍ରବଣ ଥାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

IPL 2026: ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କଲା BCCI, ୧୨ ସହରରେ ମୁକାବିଲା, ମାର୍ଚ୍ଚ ୨୮ରୁ ଆରମ୍ଭ ହେବ…

ନୂଆଦିଲ୍ଲୀ,୨୬।୩: କ୍ରିକେଟ ପ୍ରେମୀଙ୍କ ଅପେକ୍ଷାର ଅନ୍ତ। ବିସିସିଆଇ (BCCI) ପକ୍ଷରୁ ଆଇପିଏଲ ୨୦୨୬ (IPL 19th Season)ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆସନ୍ତାମାର୍ଚ୍ଚ ୨୮ ତାରିଖରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri