Posted inଜାତୀୟ

VIDEO: ଇସ୍ରୋର ମହଙ୍ଗା ଅନ୍ତରୀକ୍ଷ ମିଶନ ‘NISAR’ ଲଞ୍ଚ, ପୃଥିବୀ ଉପରେ ରଖିବ ତିକ୍ଷ୍ଣ ନଜର

ଶ୍ରୀହରିକୋଟା,୩୦।୭: ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇସ୍ରୋ) ତା’ର ସବୁଠାରୁ ମହଙ୍ଗା ଅନ୍ତରୀକ୍ଷ ମିଶନ ‘ନିସାର’ (NASA-ISRO Synthetic Aperture Radar) ଲଞ୍ଚ କରିଛି। ବୁଧବାର ଅନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ଅନ୍ତରୀକ୍ଷ କେନ୍ଦ୍ରରୁ ସା ୫ଟା ୪୦ ମିନିଟରେ ଏହାକୁ ଲଞ୍ଚ କରାଯାଇଛି। ଏହି ସାଟେଲାଇଟ ଇସ୍ରୋ ଏବଂ ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥା ନାସାର ମିଳିତ ଉଦ୍ୟମରେ ପ୍ରସ୍ତୁତ ହୋଇଛି। ଏହାକୁ ସୂର୍ଯ୍ୟ ସମକାଳୀନ ଧ୍ରୁବୀୟ କକ୍ଷରେ ସ୍ଥାପନ କରାଯିବ, ଯେଉଁଠାରୁ ଏହା ସମଗ୍ର ପୃଥିବୀ ଉପରେ ନଜର ରଖିବ। ଏହି ମିଶନର ମୋଟ ଖର୍ଚ୍ଚ ପ୍ରାୟ ୧.୫ ବିଲିୟନ ଆମେରିକୀୟ ଡଲାର, ଅର୍ଥାତ ପ୍ରାୟ ୧୩,୧୨୦ କୋଟି ଟଙ୍କା।
ନିସାର ମିଶନ ହେଉଛି ଇସ୍ରୋ ଓ ନାସାର ଏକ ମିଳିତ ପ୍ରୟାସ, ଯାହାକୁ ଉଭୟ ସଂସ୍ଥା ବର୍ଷ ବର୍ଷ ଧରି କଠିନ ପରିଶ୍ରମ ପରେ ସଫଳ କରିଛନ୍ତି। ଇସ୍ରୋ ଏହାକୁ ଭାରତର ବାହୁବଳୀ ରକେଟ GSLV-F୧୬ ମାଧ୍ୟମରେ ଲଞ୍ଚ କରିଛି। ଏହା ଏକ ଏକ୍ସପେଣ୍ଡେବଲ ନନ-ରିୟୁଜେବଲ ତିନି-ପର୍ଯ୍ୟାୟ ଲଞ୍ଚ ଭେଇକିଲ। ପୂର୍ବରୁ ଇସ୍ରୋ ରିସୋର୍ସ ସାଟ୍‌ ଓ ରିସାଟ୍‌ ଭଳି ପୃଥିବୀ ନିରୀକ୍ଷଣ ସାଟେଲାଇଟ ଲଞ୍ଚ କରିଥିଲା, କିନ୍ତୁ ସେଗୁଡ଼ିକ କେବଳ ଭାରତୀୟ ଅଞ୍ଚଳ ପର୍ଯ୍ୟନ୍ତ ସୀମିତ ଥିଲା।
ନିସାର କ’ଣ ଓ ଏହା କାହିଁକି ସ୍ବତନ୍ତ୍ର?
ନିସାର ହେଉଛି ନାସା ଓ ଇସ୍ରୋର ସିନ୍ଥେଟିକ ଆପାର୍ଚର ରାଡାର ସାଟେଲାଇଟ, ଯାହା ଅନ୍ତରୀକ୍ଷରୁ ପୃଥିବୀକୁ ମ୍ୟାପିଂ କରିବାରେ ପ୍ରଥମ ରାଡାର ସାଟେଲାଇଟ। ଏହା ବିଭିନ୍ନ ପରିବେଶଗତ ଏବଂ ଭୂ-ବୈଜ୍ଞାନିକ ପରିବର୍ତ୍ତନର ନିରୀକ୍ଷଣ କରିବ। ପ୍ରାରମ୍ଭରେ ଏହାକୁ ଲୋ ଆର୍ଥ ଅର୍ବିଟରେ ରଖାଯାଇଛି, ଯେଉଁଠାରେ ଏହା ଲଗାତାର ତିନି ବର୍ଷ ଧରି ନିରୀକ୍ଷଣ କରିବ। ଏହି ସାଟେଲାଇଟ ପୃଥିବୀ ଭିତର ପର୍ଯ୍ୟନ୍ତ ମ୍ୟାପ ତିଆରି କରିପାରିବ, ବରଫାଚ୍ଛାଦିତ ପର୍ବତ ଓ ଜଙ୍ଗଲ ବିଷୟରେ ସୂଚନା ଦେଇପାରିବ। ଏହା ବରଫ ଢ଼ାଙ୍କିଥିବା ପାହାଡ଼ର ସଠିକ ଅଧ୍ୟୟନ, ଭୂମି ଧସିବା, ଜ୍ୱାଳାମୁଖୀ ଓ ଭୂମିକମ୍ପ ମାମଲାରେ ସହାୟକ ହେବ। ଏହା ସହ ନିସାର କୃଷି, ମାଟିର ଆର୍ଦ୍ରତା ଏବଂ ଅବସଂରଚନା ଉପରେ ମଧ୍ୟ ନଜର ରଖିବ।
ନିସାର ସାଟେଲାଇଟର ଓଜନ ୨.୫ ଟନ ଏବଂ ଏହାକୁ ପୃଥିବୀଠାରୁ ୭୪୮ କିଲୋମିଟର ଉଚ୍ଚତାରେ ପ୍ରକ୍ଷେପଣ କରାଯାଇଛି। ଲୋ ଆର୍ଥ ଅର୍ବିଟରୁ ଏହା ପୃଥିବୀର ଏକ ଚକ୍କର ୧୨ ଦିନରେ ସମ୍ପୂର୍ଣ୍ଣ କରିବ। ଥରକେ ୨୪୦ କିଲୋମିଟର ଅଞ୍ଚଳକୁ କଭର କରିବ ଏବଂ ଲଗାତାର ତିନି ବର୍ଷ ଧରି କାର୍ଯ୍ୟ କରିବ। ଇସ୍ରୋ ବୈଜ୍ଞାନିକଙ୍କ ମତରେ, ଏହି ସାଟେଲାଇଟ ପ୍ରତିଦିନ ୮୦ ଟେରାବାଇଟ ଡାଟା ଉପଲବ୍ଧ କରାଇବ।
ନିସାରରେ ବ୍ୟବହୃତ ସିନ୍ଥେଟିକ ଆପାର୍ଚର ରାଡାର ପ୍ରଯୁକ୍ତି ମେଘ ପାର କରି ମଧ୍ୟ ନିରୀକ୍ଷଣ କରିପାରିବ। ଏହା ଉଚ୍ଚ ରିଜୋଲ୍ୟୁସନର ଚିତ୍ର ନେବାରେ ସକ୍ଷମ ଏବଂ ଏହାକୁ ଆଲୋକର ଆବଶ୍ୟକତା ନାହିଁ। ଅନ୍ଧାରରେ ମଧ୍ୟ ଏହା ଡାଟା ସଂଗ୍ରହ କରିପାରିବ। ଅର୍ଥାତ ଏହା ଏପରି ଏକ ସାଟେଲାଇଟ ଯାହା ପୃଥିବୀ ଉପରେ ୨୪ ଘଣ୍ଟା ନଜର ରଖିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?