ସମୁଦ୍ର ତଳେ ଜୀବନର ରହସ୍ୟ ଖୋଜୁଛି ନାସା

ଆମ ପୃଥିବୀର ମାତ୍ର ଏକ-ଚତୁର୍ଥାଂଶ ସ୍ଥଳଭାଗ ଏବଂ ବାକି ତିନି-ଚତୁର୍ଥାଂଶ ଭାଗ ଜଳ, ଯାହା ସମୁଦ୍ର ମହାସମୁଦ୍ରରେ ପରିପୂର୍ଣ୍ଣ। ଏହି ବିଶାଳ ଜଳଭାଗର ମହାସାଗର ତଳ ବାସ୍ତବରେ ଅତ୍ୟନ୍ତ ବୈଚିତ୍ର୍ୟମୟ ଏବଂ ଅନେକ ଭୌଗୋଳିକ ତଥା ଜୈବ-ବିବିଧତାରେ ପରିପୂର୍ଣ୍ଣ। ଏହା ଅନେକ ଗଭୀର ଗଣ୍ଡ ଓ ଖାତ, ଆଗ୍ନେୟଗିରି, ଜ୍ୱାଳାମୁଖୀର ମୁହଁ ତଥା ପ୍ରବାଳପ୍ରାଚୀର ଆଦିରେ ଭରା। ସମୁଦ୍ର ତଳର ଏହି ଗଭୀର ଅଞ୍ଚଳରେ ସୂର୍ଯ୍ୟକିରଣ ଆଦୌ ପହଞ୍ଚତ୍ ପାରେ ନାହି। ସୁତରାଂ ଏହା ଏକ ଅନ୍ଧକାରାଛନ୍ନ ଇଲାକା। ଏଠାକାର ତାପମାତ୍ରା ମଧ୍ୟ ଅତ୍ୟନ୍ତ କମ୍‌ ଓ ଶୂନ୍ୟ ଡିଗ୍ରୀ ସେଲସିୟସରୁ ବହୁତ ତଳେ। ଅତ୍ୟଧିକ ଗଭୀରତା ହେତୁ ଏଠାରେ ଜଳର ଚାପ ଏତେ ପ୍ରଚଣ୍ଡ ଯେ, ଏହି ଉଚ୍ଚ ଚାପରେ ଯେକୌଣସି ଜୀବ ଚାପିହୋଇ ସଙ୍ଗେ ସଙ୍ଗେ ମରିଯିବ।
ଆମ ପୃଥିବୀ ମହାସାଗରର ସବୁଠାରୁ ଗଭୀରତମ ସ୍ଥାନ ହେଉଛି ସୁଦୂର ପ୍ରଶାନ୍ତ ମହାସାଗରର ଫିଲିପାଇନ୍‌ସ ଦ୍ୱୀପପୁଞ୍ଜ ନିକଟସ୍ଥ ମେରିଆନା ଗଣ୍ଡ ବା ଟ୍ରେଞ୍ଚ, ଯାହାର ଗଭୀରତା ପ୍ରାୟ ୧୧ କି.ମି.। ଏହାର ଗଭୀରତା ସ୍ଥଳଭାଗର ସର୍ବୋଚ୍ଚ ସ୍ଥାନ ଏଭରେଷ୍ଟ ଶୃଙ୍ଗର ଉଚ୍ଚତାଠାରୁ ମଧ୍ୟ ଅଧିକ। ଏଠାରେ ସମୁଦ୍ର ଜଳର ଚାପ ହେଉଛି ଭୂପୃଷ୍ଠର ଚାପଠାରୁ ପ୍ରାୟ ୧୦୦ ଗୁଣ ବେଶି। ପ୍ରକୃତିର ଏଭଳି ଅଭାବନୀୟ ଅଞ୍ଚଳରେ ମଧ୍ୟ ଜୀବନ ସମ୍ଭବ ହୋଇଛି। ଏଭଳି ପ୍ରତିକୂଳ ବାତାବରଣ ମଧ୍ୟରେ ଏଠାରେ ଅନେକ ଜୀବ ପ୍ରଜାତି ଯଥା ଚିଙ୍ଗୁଡିଜାତୀୟ ଜୀବ ସ୍ରିମ୍ପ ଓ କ୍ରଷ୍ଟେସିଆନ, ତାରକାମାଛ, ସ୍କୁଇଡ ଆଦି ବହୁ ମାତ୍ରାରେ ବାସ କରିଥିବାର ଦେଖିବାକୁ ମିଳେ। ତେବେ ପ୍ରଶ୍ନ ହେଉଛି : ଏଭଳି ପ୍ରତିକୂଳ ବାତାବରଣ ମଧ୍ୟରେ ଜୀବନର ଅଭ୍ୟୁଦୟ ଓ ବିକାଶ ଘଟିଲା କିପରି? ଏଠାରେ ସୂର୍ଯ୍ୟାଲୋକର ଅନୁପସ୍ଥିତିରେ ଜୀବନ ବଞ୍ଚିବା ନିମନ୍ତେ ଶକ୍ତିର ଉତ୍ସ ସୃଷ୍ଟି ହେଲା କିପରି? ଆମ ସୌରମଣ୍ଡଳର ଅନ୍ୟ କୌଣସି ମହାକାଶୀୟ ପିଣ୍ଡରେ ଜଣାଥିବା ସମୁଦ୍ରର ଏଭଳି ପ୍ରତିକୂଳ ବାତାବରଣରେ ଜୀବନର ସମ୍ଭାବନା ଅଛି କି?
ଆମ ସୌରମଣ୍ଡଳର ସମୁଦ୍ର ଥିବା ଦୁଇଟି ଜଣାଶୁଣା ପିଣ୍ଡ ହେଉଛନ୍ତି ଶନି ଗ୍ରହର ଏକ ଚନ୍ଦ୍ର ‘ଏନସେଲଆଦସ’ ଏବଂ ବୃହସ୍ପତିର ‘ୟୁରୋପା’। ୟୁରୋପାର ଆକାର ଆମର ଚନ୍ଦ୍ରଠାରୁ ସାନ। ଏହାର ବ୍ୟାସ ପୃଥିବୀର ବ୍ୟାସର ମାତ୍ର ଏକଚତୁର୍ଥାଂଶ ହେଲେ ସୁଦ୍ଧା ଏହାର ବହଳ ବରଫ ଓ ପଥର ଆବରଣ ତଳେ ତରଳ ଜଳରାଶିର ଏକ ବିଶାଳ ସମୁଦ୍ର ବିଦ୍ୟମାନ ଥିବାର ଅନୁମାନ କରାଯାଏ, ଯେଉଁଠି ପୃଥିବୀଠାରୁ ଦୁଇ ଗୁଣରୁ ଅଧିକ ଜଳରାଶି ମହଜୁଦ ଥିବାର ଆକଳନ କରାଯାଉଛି। ଏହି ଚନ୍ଦ୍ରପୃଷ୍ଠର ବହଳ ବରଫ ଆବରଣ ଭେଦକରି ନିମ୍ନସ୍ଥ ସାଗର ତଳରେ ସୂର୍ଯ୍ୟକିରଣ ପ୍ରବେଶ କରିପାରେ ନାହିଁ। ଏହା ଏକ ଅତିଶୟ ଥଣ୍ଡା ଅଞ୍ଚଳ ଏବଂ ତାପମାତ୍ରା ୨୦୦ ଡିଗ୍ରୀ ସେଲସିୟସ ପାଖାପାଖି, ଯାହା ଶୂନ୍ୟ ଡିଗ୍ରୀରୁ ବହୁତ ତଳେ। ସୁତରାଂ ୟୁରୋପାର ଏଭଳି ଶୀତଳ ଓ ନିରନ୍ଧ୍ରତାର ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଯେ ଜୀବନ ବଞ୍ଚତ୍ପାରିବ ନାହିଁ, ତାହା ଧରିନେବା ଠିକ ହେବ ନାହିଁ। ଆମ ପୃଥିବୀର ସମୁଦ୍ରତଳ ସହିତ ସାମଞ୍ଜସ୍ୟ ଥିବା ୟୁରୋପାର ଏହି ସମୁଦ୍ରତଳରେ ଜୀବନର ବିକାଶର ସମ୍ଭାବନା ଉପରେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ ଏବେ ଗବେଷଣା କରୁଛି। ସେଥିପାଇଁ ୟୁରୋପାକୁ ଇତି ମଧ୍ୟରେ ଅନେକ ଅନୁସନ୍ଧାନକାରୀ ଉପଗ୍ରହ ଓ ଅଭିଯାନ ପ୍ରେରଣ କରାଯାଇଛି। ଆଉ ସେ ଦିଗରେ ଆମ ପୃଥିବୀର ମହାସାଗର ତଳର ଅଧ୍ୟୟନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ବିଶ୍ୱାସ କରାଯାଏ।
ବାସ୍ତବରେ ସମୁଦ୍ର ତଳର ରହସ୍ୟ ସମ୍ପର୍କରେ ଏବେ ସୁଦ୍ଧା ଆମର ଜ୍ଞାନ ଅତି ସୀମିତ। ଏପରିକି, ଆମେ ମଙ୍ଗଳ ଗ୍ରହ କିମ୍ବା ଚନ୍ଦ୍ରକୁ ଯେତିକି ମାତ୍ରାରେ ଜାଣିଛୁ, ଆମ ପୃଥିବୀର ସମୁଦ୍ରତଳ ସମ୍ପର୍କରେ ମଧ୍ୟ ଆମର ସେତିକି ଜ୍ଞାନ ନାହିଁ। ଏପର୍ଯ୍ୟନ୍ତ ସମୁଦ୍ରତଳର ମାତ୍ର ୨୩% ଭାଗ ଅଞ୍ଚଳର ସର୍ବେକ୍ଷଣ ତଥା ଅଧ୍ୟୟନ କରି ନକ୍ସା ପ୍ରସ୍ତୁତ କରାଯାଇପାରିଛି; ବାକି ୭୭% ଭାଗ ଅଞ୍ଚଳର ରୂପରେଖ ଆମର ଅଜ୍ଞାତସାରରେ ରହିଛି। ସାଗରତଳର ସବୁଠାରୁ ଗଭୀର ତଥା ଜୀବନ ଉପସ୍ଥିତିର ସମ୍ଭାବନା ଥିବା ଅଞ୍ଚଳକୁ ହାଡାଲ ପରିସର ବୋଲି କୁହାଯାଏ, ଯାହା ଗ୍ରୀକ ପୁରାଣର ପାତାଳର ଦେବତା ହାଡେସ (Hades)ଙ୍କ ନାମାନୁସାରେ ନାମିତ। ସମୁଦ୍ରତଳର ଏହି ଅଞ୍ଚଳ ଏତେ ବ୍ୟାପକ ଯେ ଏହାର କ୍ଷେତ୍ରଫଳ ସମଗ୍ର ଅଷ୍ଟ୍ରେଲିଆ ମହାଦେଶଠାରୁ ମଧ୍ୟ ଅଧିକ। ଆମର ଅଗୋଚରରେ ଥିବା ଏଭଳି ବିସ୍ତୀର୍ଣ୍ଣ ସମୁଦ୍ରତଳର ରହସ୍ୟ ରୋମାଞ୍ଚଘେରା ପ୍ରସଙ୍ଗ ଉପରେ ଆଲୋକପାତ କରି ପୃଥିବୀ ବାହାରେ ସମୁଦ୍ରତଳ ଭଳି ପ୍ରତିକୂଳ ପରିବେଶ ମଧ୍ୟରେ ଜୀବନର ଉପସ୍ଥିତିକୁ ସନ୍ଧାନ କରିବା ନିମନ୍ତେ ଆମେରିକୀୟ ଅନ୍ତରୀକ୍ଷ ସଙ୍ଗଠନ ‘ନାସା’ ଏକ ସମୁଦ୍ରତତଳ ଅଧ୍ୟୟନ କାର୍ଯ୍ୟକ୍ରମ ହାତକୁ ନେଇଛି।
‘ନାସା’ ମହାସାଗର ତଳକୁ ଅଧ୍ୟୟନ କରିବା ପାଇଁ ମନୁଷ୍ୟ ନଥିବା ସ୍ବୟଂଚାଳିତ ଡ୍ରୋନ୍‌ କିମ୍ବା ଜଳଯାନ ରୋବୋଟ ପ୍ରେରଣ କରିବାକୁ ଯୋଜନା ରଖିଛି। ଏଭଳି ଯାନରେ କ୍ୟାମେରା ଓ ସେନ୍ସର୍‌ ସ୍ଥାନିତ ହେବ, ଯାହା ଜରିଆରେ ସାଗର ତଳର ଫଟୋ ସଂଗ୍ରହ ତଥା ମାପନ କରାଯାଇପାରିବ। ମାନବ ରହିତ ଏହି ଯାନକୁ ସମୁଦ୍ର ମଧ୍ୟକୁ ଖସାଇ ଏକ ଅନ୍ତରୀକ୍ଷ ଯାନର କୌଣସି ଗ୍ରହପୃଷ୍ଠକୁ ସ୍ପର୍ଶ ସଦୃଶ ସାଗର ତଳରେ ପିଟିକରି ଅବତରଣ କରାଯିବ। ଏହି କାର୍ଯ୍ୟକ୍ରମରେ ପ୍ରଥମେ ୧୯୭୭ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର ଏକ ଗବେଷକ ଦଳ ପ୍ରଶାନ୍ତ ମହାସାଗର ତଳରେ ୮୦୦୦ ଫୁଟ ଗଭୀରତାକୁ ଏକ ଦୂର-ନିୟନ୍ତ୍ରିତ ଯାନ ପ୍ରେରଣ କରିଥିଲେ। ଏହା ସମୁଦ୍ରତଳର ଜ୍ୱାଳାମୁଖୀଗୁଡ଼ିକର ଉତ୍ତପ୍ତ ଗହ୍ବର ନିକଟରେ ପହଞ୍ଚତ୍ ଚତୁପାର୍ଶ୍ୱର ଫଟୋ ସଂଗ୍ରହ କରିଥିଲା। ଫଟୋସମୂହରୁ ଏଭଳି ଅଭାବନୀୟ ସ୍ଥାନରେ ଅନେକ ଜୀବ ପ୍ରଜାତି ବାସ କରୁଥିବାର ଜଣାଯାଇଥିଲା। ଏହା ବୈଜ୍ଞାନିକମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା। କାରଣ ସମୁଦ୍ର ତଳର ଏହି ଅଞ୍ଚଳରେ ପୃଥିବୀରେ ସକଳ ଶକ୍ତିର ଆଧାର ସୂର୍ଯ୍ୟାଲୋକ କଦାପି ପହଞ୍ଚି ନ ଥାଏ। ସମୁଦ୍ର ଜଳରେ ଉପଲବ୍ଧ କିଛି ରାସାୟନିକ ପଦାର୍ଥର ରାସାୟନିକ ପ୍ରତିକ୍ରିୟାରୁ ହିଁ ଆହରିତ ଶକ୍ତି ଏଠାରେ ଜୀବନପ୍ରକ୍ରିୟା ନିମନ୍ତେ ଶକ୍ତି ଯୋଗାଇ ଜୀବନକୁ ବଞ୍ଚାଇ ରଖିଥାଏ। ଏହି ଅତ୍ୟଧିକ ଗଭୀରତାରେ ଜଳର ଚାପ ୧୫୦୦ ପାଉଣ୍ଡ ବର୍ଗ ଇଞ୍ଚ ପ୍ରତି, ଯେଉଁଥିରେ ଶରୀରର ଜୀବନ୍ତ କୋଷଗୁଡ଼ିକ ସଙ୍ଗେ ସଙ୍ଗେ ଚାପି ହୋଇ ନଷ୍ଟ ହୋଇଯିବ। ପ୍ରକତିର ଏଭଳି ପ୍ରତିକୂଳ ବାତାବରଣ ମଧ୍ୟରେ ଜୀବନର ଉପସ୍ଥିତି ବାସ୍ତବରେ ଏକ ବିସ୍ମୟକର ଘଟଣା ନୁହେଁ କି?
ଏହି ମହତ୍ତ୍ୱପୂର୍ଣ୍ଣ ସନ୍ଧାନରେ ଉତ୍ସାହିତ ହୋଇ ଗତ ୨୦୧୪ ମସିହାରେ ନାସାର ଜେଟ୍‌ ପ୍ରପଲସନ ଲାବୋରେଟୋରି ତରଫରୁ ନିଉଜିଲାଣ୍ଡ ସମୁଦ୍ରତଟ ନିକଟବର୍ତ୍ତୀ କେର୍ମାଡେକ ଗଣ୍ଡ ମଧ୍ୟରେ ନେରେଉସ ନାମକ ଏକ ଜଳଯାନ ରୋବୋଟକୁ ସମୁଦ୍ରତଳର ଅନୁସନ୍ଧାନ ନିମନ୍ତେ ପ୍ରେରଣ କରାଯାଇଥିଲା। ମାତ୍ର ଏହା ୧୦ କି.ମି. ଗଭୀରତାରେ ପହଞ୍ଚିବାବେଳେ ଜଳର ପ୍ରଚଣ୍ଡ ଚାପରେ ଚାପି ହୋଇ ନଷ୍ଟ ହୋଇ ଯାଇଥିଲା। ଏହାପରେ, ୨୦୧୮ ମସିହାରେ ନାସା ଅର୍ଫିୟସ ଶ୍ରେଣୀର ଅନ୍ୟ ମଜଭୁତ ଓ ଉନ୍ନତମାନର ଜଳଯାନ ରୋବଟ ପ୍ରେରଣ କରି ସମୁଦ୍ରତଳର ଅଭିଯାନ ଅବ୍ୟାହତ ରଖିଛି। ନାସା ଇତିମଧ୍ୟରେ ୨୦୦୧ ମସିହାଠାରୁ ‘ନାସା’ ଏକ୍ସଟ୍ରିମ ଏନଭାଇରନମେଣ୍ଟ ଅପରେଶନ ବା ନେମୋ କାର୍ଯ୍ୟକ୍ରମ ହାତକୁ ନେଇ ସମୁଦ୍ର ତଳକୁ ସମୁଦାୟ ୨୩ଟି ମାନବ ଯୁକ୍ତ ଓ ମାନବ ରହିତ ଅଭିଯାନ ପ୍ରେରଣ କରି ସାରିଛି।
ପୃଥିବୀର ସମୁଦ୍ର ତଳର ପ୍ରତିକୂଳ ପରିସ୍ଥିତି ଓ ସେଥିରେ ବାସ କରୁଥିବା ଜୀବପ୍ରଜାତିଙ୍କ ଅଧ୍ୟୟନ ଦ୍ୱାରା ସୌରମଣ୍ଡଳର ଗ୍ରହ ଓ ଚନ୍ଦ୍ରଗୁଡ଼ିକର ଜଣାଥିବା ସମୁଦ୍ରର ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଜୀବନର ଉପସ୍ଥିତିକୁ ଖୋଜି ବାହ୍ୟ ଜାଗତିକ ଜୀବସତ୍ତାର ସନ୍ଧାନ କରାଯାଇପାରିବ ବୋଲି ଆଶା ବାନ୍ଧିଛି ‘ନାସା’।
– ନିକୁଞ୍ଜ ବିହାରୀ ସାହୁ
ଏଜୁକେଶନ ଅଫିସର
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର
ଭୋପାଳ, ମଧ୍ୟପ୍ରଦେଶ
ମୋ : ୮୯୧୭୬୩୭୯୭୪


Enter your email to get our daily news in your inbox.

All Right Reserved By Dharitri.Com

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

T20 World Cupରେ ସବୁଠାରୁ ଦ୍ରୁତତମ ଅର୍ଦ୍ଧଶତକ କଲେ ଶିମରନ ହେଟମାୟାର, ଭାଙ୍ଗିଲା କ୍ରିସ ଗେଲଙ୍କ ୧୬ ବର୍ଷ ପୁରୁଣା ରେକର୍ଡ

ନୂଆଦିଲ୍ଲୀ,୬।୨: 2026 T20 World Cupର ଦ୍ୱିତୀୟ ମ୍ୟାଚ ୱେଷ୍ଟଇଣ୍ଡିଜ ଏବଂ ସ୍କଟଲାଣ୍ଡ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଶିମରନ ହେଟମାୟାର କ୍ରିସ ଗେଲଙ୍କ ୧୬ ବର୍ଷର…

ମେକ୍ସ ପିକଅପରେ ଚାଲାଣ ବେଳେ ମାଡ଼ିବସିଲା ଅଡବା ପୋଲିସ, ପୁରୀକୁ ଭାଙ୍ଗ…

ମୋହନା,୭।୨( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ବେବେରୀ ଛକରୁ ୧୧ କ୍ବିଣ୍ଟାଲରୁ ଉର୍ଦ୍ଧ୍ ଭାଙ୍ଗ ଜବତ କଲା ଅଡବା ପୋଲିସ ।…

ଜଙ୍ଗଲ କାଟି ଅଫିମ ଚାଷ, ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗଛ ନଷ୍ଟ କଲା ଅବକାରୀ ବିଭାଗ

ଟେନ୍‌ସା,୭ା୨(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ଅଞ୍ଚଳରୁ ଶନିବାର ୩୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଅଫିମ ଗଛ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ନଷ୍ଟ କରାଯାଇଛି।…

ମାଲେସିଆ ପହଞ୍ଚିଲେ ମୋଦି, ଗୋଟିଏ କାରରେ ଏକାଠି ଗଲେ ଦୁଇ ପ୍ରଧାନମନ୍ତ୍ରୀ

କୁଆଲାଲମ୍ପୁର,୭।୨: ମାଲେସିଆ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ମାଲେସିଆର ପ୍ରତିପକ୍ଷ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ସ୍ବାଗତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ X ହ୍ୟାଣ୍ଡେଲରେ…

୩ଶହ ଗ୍ରାମ ଚୋରି ସୁନା ଜବତ କଲା ଗଜପତି ପୋଲିସ, ଆଲମାରୀ ଭାଙ୍ଗି….

ଗଜପତି,୭।୨(ଗିରିଧାରୀ ପରିଛା): ଗଜପତି ଜିଲା ପୋଲିସକୁ ମିଳିଛି ବଡ଼ ସଫଳତା। ଏକ ୩ଜଣିଆ ଚୋର ଗ୍ୟାଙ୍ଗକୁ ଧରିବା ସହ ସେମାନଙ୍କ ନିକଟରୁ ୩ଶହ ଗ୍ରାମ ଚୋରି ସୁନା…

ଶ୍ରୀଲଙ୍କା ମୁହଁ ଖୋଲିବାରୁ ସରକାରଙ୍କ ସହ ପୁଣି କଥା ହେବ PCB, ଭାରତ ସହ ଖେଳିବାକୁ ନେଇ ନେବ ପରାମର୍ଶ

ନୂଆଦିଲ୍ଲୀ,୭।୨: ୨୦୨୬ ଟି୨୦ ବିଶ୍ୱକପ ଆରମ୍ଭ ହୋଇଛି। ତଥାପି, କ୍ରିକେଟର ସବୁଠାରୁ ଛୋଟ ଫର୍ମାଟର ସବୁଠାରୁ ବଡ଼ ଟୁର୍ଣ୍ଣାମେଣ୍ଟ ପୂର୍ବରୁ, ଚର୍ଚ୍ଚା ଖେଳାଳି କିମ୍ବା ଖେଳ ଉପରେ…

ମଣ୍ଡିରେ ପଡ଼ିଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ, ପାଳି କରି ଜଗୁଛନ୍ତି ଚାଷୀ

କେସିଙ୍ଗା,୭ା୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କାଣ୍ଡେଲ ପ୍ରାଥମିକ କୃଷି ସମବାୟ ସମିତି ଅଧିନସ୍ଥ ଶିରୋଲ,ବାଲସି ଓ କାଣ୍ଡେଲ ଧାନ ମଣ୍ଡିରେ ୧୭୬ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri