Posted inଫୁରସତ

ଟଏଲେଟ୍‌ ଡିଜାଇନିଂ କଲେ ନାସା ଦେଉଛି ୨୬ ଲକ୍ଷ ନଗଦ ପୁରସ୍କାର

ଓ୍ବାଶିଂଟନ, ୨୯।୬: ଚନ୍ଦ୍ର ତଥା ମହାକାଶକୁ ଯାଉଥିବା ଯାନରେ ସୁବିଧା ସୁଯୋଗ ଯେଭଳି ମିଳିପାରିବ ସେନେଇ ନାସା ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ମହାକାଶ ଯାନରେ ଟଏଲେଟ୍‌ ନିର୍ମାଣ ଲାଗି ନାସା ପକ୍ଷରୁ ସର୍ବସାଧାରଣଙ୍କର ସହାୟତା ଲୋଡ଼ା ଯାଇଛି। ଉପଯୁକ୍ତ ଟଏଲେଟ୍‌ ଡିଜାଇନିଂ କରିଥିବା ବ୍ୟକ୍ତିଙ୍କୁ ନାସା ପକ୍ଷରୁ ମୋଟ ୨୬ ଲକ୍ଷ ୪୦ହଜାର ଟଙ୍କାର ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି। ଟଏଲେଟ୍‌ ଡିଜାଇନିଂରେ ପ୍ରଥମ ସ୍ଥାନ ହାସଲ କରିଥିବା ବ୍ୟକ୍ତିଙ୍କୁ ଏଥିପାଇଁ ୧୫ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ। ସେହିପରି ଦ୍ୱିତୀୟ ପ୍ରତିଯୋଗୀଙ୍କୁ ୭ଲକ୍ଷ ୬୦ ହଜାର ଏବଂ ତୃତୀୟ ପ୍ରତିଯୋଗୀଙ୍କୁ ୩ ଲକ୍ଷ ୮୦ ହଜାର ଟଙ୍କା ଦିଆଯିବ ବୋଲି ସୂଚନା ଦିଆଯାଇଛି। ନାସାକୁ ଡିଜାଇନିଂ ପଠାଇବାର ଅନ୍ତିମ ତାରିଖ ୨୦୨୦ ଅଗଷ୍ଟ ୧୭ ତାରିଖ ରଖାଯାଇଛି। ୨୦୨୪ ମହାକାଶ ମିଶନ ପାଇଁ ନାସା ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ଏହି ମର୍ମରେ ଏଭଳି ବିଜ୍ଞପ୍ତି ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫୋନ୍‌କୁ ଚାର୍ଜରେ ଲଗାଇ କରୁଛନ୍ତି କି ଏଭଳି…

ନୂଆଦିଲ୍ଲୀ: କେତେକ ଫୋନ୍‌କୁ ଚାର୍ଜରେ ଲଗାଇ କଲ୍‌ କରିବା ସହିତ ଗେମିଂ ଅବା ଅନ୍ୟ କିଛି ଆପ୍ଲିକେଶନ ବ୍ୟବହାର କରିଥାନ୍ତି। ତେବେ ଏହା ବିପଦକୁ ଡାକି...

ଯେଉଁଠି ସାପ ମୃତ୍ୟୁରେ ଶୁଦ୍ଧିକ୍ରିୟା ପାଳନ କରାଯାଏ

ଭାରତରେ ଏଭଳି ଏକ ଗାଁ ରହିଛି, ଯେଉଁଠାରେ ଯୌତୁକ ଭାବେ ବିଷାକ୍ତ ସାପ ଦିଆଯାଏ। ଏହି ପରମ୍ପରା ମଧ୍ୟପ୍ରଦେଶର ଗୌରିଆ ସମୁଦାୟଙ୍କ ମଧ୍ୟରେ ରହିଛି। ପରମ୍ପରା...

ରବର କି ବୋର୍ଡ

ଆଜିକାଲି କମ୍ପ୍ୟୁଟର ଯୁଗ। କମ୍ପ୍ୟୁଟରର ଅନ୍ୟତମ ଅତ୍ୟାବଶ୍ୟକ ପାର୍ଟ ହେଲା କି ବୋର୍ଡ। ଏହା ସାଧାରଣତଃ କଠିନ ପ୍ଲାଷ୍ଟିକରେ ପ୍ରସ୍ତୁତ ହୋଇଥାଏ। ଅସାବଧାନତାରୁ ଯଦି ଏହା...

ମୋଦିଙ୍କୁ କୁକିଙ୍କ ନିବେଦନ: ସାର୍‌ ବିଦାୟ ସମ୍ବର୍ଦ୍ଧନା ତ କରି ଦିଅନ୍ତୁ, +୨ ପଢ଼ୁଥିବା ନେହାଙ୍କୁ ଶାଢ଼ିରେ ଦେଖିବାକୁ ଇଚ୍ଛା ଥିଲା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ବସିଥିବା ବୈଠକ ପରେ ସିବିଏସ୍‌ଇର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ରଦ୍ଦ କରାଯିବା ନେଇ ଘୋଷଣା କରାଯାଇଥିଲା। କୋଭିଡର...

ଉତ୍‌ଥାନ ପଥରେ ଭାରତୀୟ ହକି

ଉତ୍ତମ ସାଙ୍ଗଠନିକ ଦକ୍ଷତାର ବିନିଯୋଗ, ନିରପେକ୍ଷ ଖେଳାଳି ଚୟନ, ବିଶ୍ୱ ହକିର ପ୍ରତିଷ୍ଠିତ ପ୍ରଶିକ୍ଷକ ନିଯୁକ୍ତି ଏବଂ ଏକାଧିକ ଅନ୍ତର୍ଜାତୀୟ ପ୍ରତିଯୋଗିତା ଏବଂ ପ୍ରୋ ଲିଗ୍‌...

ବସ୍‌-ଟ୍ରେନ୍‌

ନିକଟରେ ଜାପାନରେ ଏମିତି ଏକ ବସ୍‌ ଉନ୍ମୋଚନ ହୋଇଛି, ଯାହା ସମସ୍ତଙ୍କୁ ଚକିତ କରିଦେଇଛି। କାରଣ ଏହି ବସ୍‌ ରାସ୍ତାରେ ତ ଚାଲିପାରେ ତା’ସହ ରେଳ...

କଣ୍ଟାର ଶେଯରେ ୯ ଭୀଷ୍ମ

ମହାଭାରତରେ ପିତାମହ ଭୀଷ୍ମ ଶରଶଯ୍ୟାରେ ଥିଲେ। ଏହା ଉପରେ ଥାଇ ବି ସେ ଅନେକ ଦିନ ଜୀବିତ ଥିଲେ। କାରଣ ତାଙ୍କୁ ଇଚ୍ଛାମୃତ୍ୟୁର ବରଦାନ ମିଳିଥିଲା।...

ଗୁରୁଜ୍ଞାନ…

ମଣିଷ ଜୀବନର ପ୍ରତି ସ୍ତରରେ ଗୁରୁଙ୍କ ଆବଶ୍ୟକତା ଅଛି । ଗୁରୁ ହିଁ ସାକ୍ଷାତ୍‌ ବ୍ରହ୍ମଃ ଓ ବ୍ରହ୍ମଃ ଆମ ଜୀବନରେ ଅନେକ ରୂପରେ ଆସନ୍ତି...

Advertisement
Archives

Model This Week