ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନରେ ମିଳିଲା କ୍ଷତିକାରକ ରାସାୟନିକ କଣିକା!

ନୂଆଦିଲ୍ଲୀ,୧୮।୮: ବୈଜ୍ଞାନିକମାନେ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ (ଆଇଏସଏସ)ରେ କ୍ଷତିକାରକ ରାସାୟନିକ କଣିକାର ପ୍ରମାଣ ପାଇଛନ୍ତି। ଘରୁ ବାହାରୁଥିବା ଧୂଳିକଣାରୁ ଅଧିକ କ୍ଷତିକାରକ ରାସାୟନିକ କଣିକା ସ୍ପେସ ଷ୍ଟେସନରେ ଦେଖିବାକୁ ମିଳିଛି। ଏକ ଅଧ୍ୟୟନ ଅନୁଯାୟୀ, ଆଇଏସଏସରେ ବାୟୁ ଫିଲ୍ଟରରୁ ସଂଗୃହିତ ଧୂଳିରେ ବିପଜ୍ଜନକ ରାସାୟନିକ ପଦାର୍ଥ ରହିଛି। ଯାହାକୁ ନେଇ ବୈଜ୍ଞାନିକମାନେ ଚିନ୍ତା ପ୍ରକଟ କରିଛନ୍ତି।

ଅଧ୍ୟୟନରୁ ଜଣାପଡିଛି କି, ସ୍ପେସ୍‌ ଷ୍ଟେସନରେ ମିଳିଥିବା ଧୂଳିରେ କାର୍ବନ ପ୍ରଦୂଷକ ସ୍ତର ସାଧାରଣ ଆମେରିକୀୟ କିମ୍ବା ପାଶ୍ଚାତ୍ୟ ୟୁରୋପୀୟ ଘରେ ଦେଖାଯାଉଥିବା ଧୂଳିର କଣିକା ଠାରୁ ଅଧିକ। ବର୍ମିଂହାମ ବିଶ୍ୱବିଦ୍ୟାଳୟ ଏବଂ ନାସା ଗ୍ଲେନ ରିସର୍ଚ୍ଚ ସେଣ୍ଟର (ଯୁକ୍ତରାଷ୍ଟ୍ର)ର ଅନୁସନ୍ଧାନକାରୀଙ୍କ ଦ୍ୱାରା ହୋଇଥିବା ଅଧ୍ୟୟନର ରିପୋର୍ଟ ପରିବେଶ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ପତ୍ରିକାରେ ପ୍ରକାଶିତ ହୋଇଛି।

ଅନୁସନ୍ଧାନ ସମୟରେ ବୈଜ୍ଞାନିକମାନେ ପଲିବ୍ରୋମାଇଟେଡ ଡିଫେନିଲ ଇଥର (ପିବିଡିଏସ), ଅର୍ଗାନୋଫୋସଫେଟ ଏଷ୍ଟର୍‌ (ଓପିଏସ), ବ୍ରୋମିନେଟେଡ ଫ୍ଲେମ ରିଟାର୍ଡାଣ୍ଟ (ବିଏଫଆରଏସ), ପଲିସାଇକ୍ଲିକ ଏରୋମେଟିକ ହାଇଡ୍ରୋକାର୍ବନ (ପିଏଏଚଏସ), ପଫେର୍‌ଲାରୋ ଆଲ୍କାଇଲ ସବଷ୍ଟାନ୍ସ ଓ ପଲିଚ୍ଲୋରାଇନ ବିସିଫେନି ବିଫେନି ପରି କ୍ଷତିକାରକ କଣିକା ଚିହ୍ନଟ କରିଥିଲେ। ବିଏଫଆରଏସ ଏବଂ ଓପିଏସ ବିଭିନ୍ନ ଦେଶରେ ଇଲେକ୍ଟ୍ରୋନିକ୍ସ, ବିଲ୍ଡିଂରେ ଇନସୁଲେସନ ତଥା ଆସବାବପତ୍ର ଏବଂ ପୋଷାକ ଭଳି ଦ୍ରବ୍ୟ ତଥା ଅଗ୍ନି ନିରାପତ୍ତା ପାଇଁ ପ୍ରସ୍ତୁତ ଦ୍ରବ୍ୟରେ ବ୍ୟବହୃତ ହୁଏ। ପିଏଏଚଏସ ହାଇଡ୍ରୋକାର୍ବନ ଇନ୍ଧନରେ ରହିଥାଏ। ନିର୍ମାଣ ସାମଗ୍ରୀ ଏବଂ ଇଲେକ୍ଟ୍ରୋନିକ୍ସରେ ପିସିବି ବ୍ୟବହୃତ ହେଉଥିବାବେଳେ ପୋଷାକରୁ ଦାଗ ହଟାଇବା ପାଇଁ ପିଏଫଏଏସ ବ୍ୟବହୃତ ହୁଏ। ତେବେ ସ୍ବାସ୍ଥ୍ୟ ଉପରେ ଏଗୁଡିକର କ୍ଷତିକାରକ ପ୍ରଭାବକୁ ଦୃଷ୍ଟିରେ ରଖି ଏଥିମଧ୍ୟରୁ କେତେକ ଉପରେ ପ୍ରତିବନ୍ଧକ ଲଗାଯାଇଛି ଏବଂ କେତେକଙ୍କ ବ୍ୟବହାର ସୀମିତ ରହିଛି।

ଦୈନନ୍ଦିନ ଜିନିଷ ଯଥା କ୍ୟାମେରା, ଏମପିଥ୍ରୀ ପ୍ଲେୟାର, ଟାବଲେଟ, ମେଡିକାଲ ଉପକରଣ ଏବଂ ବ୍ୟକ୍ତିଗତ ବ୍ୟବହାର ପାଇଁ ମହାକାଶଚାରୀଙ୍କ ଦ୍ୱାରା ସ୍ପେସ ଷ୍ଟେସନକୁ ଆଣିଥିବା ପୋଷାକ ଏହି ରାସାୟନିକ ପଦାର୍ଥର ଏକ ସମ୍ଭାବ୍ୟ ଉତ୍ସ ହୋଇପାରେ। ସେହିଭଳି ସେଠାରେ ଉପସ୍ଥିତ ଥିବା କାର୍ବନ ଡାଇଅକ୍ସାଇଡ ଏବଂ ଅନ୍ୟାନ୍ୟ ଗ୍ୟାସୀୟ ପ୍ରଦୂଷଣକୁ ବାହାର କରାଯାଇଥାଏ। ଏହା ସତ୍ତ୍ୱେ ସେଠାରେ କିପରି କ୍ଷତିକାରକ ରାସାୟନିକ ପଦାର୍ଥ ଜମା ହେଲା ସେ ସମ୍ବନ୍ଧରେ କୌଣସି ସୂଚନା ନାହିଁ। ଏନେଇ ଅଧିକ ଗବେଷଣା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୌତୁକ ମୃତ୍ୟୁ ସମାଜରେ ବଡ଼ କଳଙ୍କ: ସୁପ୍ରିମକୋଟ

ନୂଆଦିଲ୍ଲୀ,୨୭।୩(ପି.ଟି.):  ଯୌତୁକ ମୃତ୍ୟୁ ସମାଜରେ ଏକ ବଡ଼ କଳଙ୍କ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେବା ସହ ଆଇନଗତ ପ୍ରତିକାର ସତ୍ତ୍ୱେ ଉକ୍ତ ପ୍ରଥା ଜାରି ରହିଥିବା କହିଛନ୍ତି…

ପୁଣିଥରେ ପଛଘୁଞ୍ଚା ଦେଲେ ଟ୍ରମ୍ପ, ୧୦ ଦିନ ଯୁଦ୍ଧବିରତି ଅବଧି ବଢ଼ାଇଲେ

ନୂଆଦିଲ୍ଲୀ,୨୭।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବିଶେଷକରି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri