କଳ୍ପନା ଚାଓ୍ବଲାଙ୍କ ପରେ ଚେତିଲା ନାସା, ସୁନୀତାଙ୍କୁ ଫେରାଇ ଆଣିବା ପାଇଁ ବଦଳାଇଲା ନିୟମ

ଓ୍ବାଶିଂଟନ,୩୧ା୮: ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସଙ୍କୁ ଫେରାଇ ଆଣିବାରେ ନାସା ଆଉ କୌଣସି ଭୁଲ୍‌ କରିବାକୁ ଚାହୁଁନାହିଁ। କାରଣ ଏପରି ଘଟଣାରେ ଅନେକ ମହାକାଶଚାରୀ ଦୁର୍ଘଟଣାରେ ପ୍ରାଣ ହରାଇସାରିଛନ୍ତି। ଏଭଳି ପରିସ୍ଥିତିରେ ନାସା ବର୍ତ୍ତମାନ ସତର୍କତାର ସହ କାର୍ଯ୍ୟ କରୁଛି। ଆସନ୍ତାବର୍ଷ ଫେବୃଆରୀରେ ସୁନୀତା ଓ୍ବିଲିୟମ୍ସ ଏବଂ ତାଙ୍କ ସାଥୀଙ୍କୁ ପୃଥିବୀକୁ ଫେରାଇ ଆଣିବ ନାସା। ନାସା କ୍ରମାଗତ ଭାବରେ ସୁନୀତାଙ୍କୁ ଫେରାଇ ଆଣିବାରେ ବିଳମ୍ବ କରୁଛି। ନାସାର ଜଣେ ଅଧିକାରୀ କହିଛନ୍ତି, ସୁନୀତା ଅନ୍ତର୍ଜାତୀୟ ସ୍ପେସ ଷ୍ଟେଶନରେ ୮ ମାସ ରହିବେ।

Indian-Origin Astronaut Kalpana Chawla's Death Weighed On NASA In Sunita Williams Decision

କହିବାକୁ ଗଲେ ଭାରତୀୟ ବଂଶୋଦ୍ଭବ ତଥା ଆମେରିକୀୟ ମହାକାଶଚାରୀ କଳ୍ପନା ଚାଓ୍ବଲା ଏବଂ ଅନ୍ୟ ୬ ଜଣ ୧ ଫେବୃଆରୀ ୨୦୦୩ରେ ପ୍ରାଣ ହରାଇଥିଲେ। ତାଙ୍କର ସ୍ପେସ୍‌ ସଟଲ କଲମ୍ବିଆ ଭାଙ୍ଗି ଜଳିଗଲା। ଯେତେବେଳେ ସ୍ପେସ୍‌ ସଟଲ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କଲା ସେତେବେଳେ ଏହି ଦୁର୍ଘଟଣା ଘଟିଥିଲା। ନାସା ଅଧିକାରୀଙ୍କ ପାଇଁ ଏହା ଏକ ବଡ଼ ଝଟ୍‌କା ଥିଲା। ଏହା ପୂର୍ବରୁ ୨୮ ଜାନୁଆରୀ ୧୯୮୬ରେ ମଧ୍ୟ ଏକ ଦୁର୍ଘଟଣା ଘଟିଥିଲା। ଏହି ବିସ୍ଫୋରଣରେ ସମସ୍ତ କର୍ମଚାରୀଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରେ ୧୪ ଜଣ ମହାକାଶଚାରୀ ପ୍ରାଣ ହରାଇଥିଲେ।

Kalpana Chawla's 'tragic' mission a lesson for Sunita Williams' Starliner: The story of 'risky' return to Earth | Mint

ନାସାର ମୁଖ୍ୟ ବିଲ୍‌ ନେଲସନ କହିଛନ୍ତି, ଏହି ଦୁଇଟି ଦୁର୍ଘଟଣା ମହାକାଶଚାରୀଙ୍କ ବିନା ବୋଇଙ୍ଗ ଷ୍ଟାର୍‌ଲାଇନର ଫେରସ୍ତ ନିଷ୍ପତ୍ତି ଉପରେ ବହୁତ ପ୍ରଭାବ ପକାଇଛି। ନେଲସନ ନିଜେ ଜଣେ ମହାକାଶଚାରୀ ଏବଂ ଦୁଇଟି ମହାକାଶଯାନ ଦୁର୍ଘଟଣାର ଅନୁସନ୍ଧାନକାରୀ ଦଳର ଅଂଶ ହୋଇଛନ୍ତି। ସେ କହିଛନ୍ତି, ନାସା ସେହି ସମୟରେ ସ୍ପଷ୍ଟ ଭାବରେ ଭୁଲ କରିଛି। ନାସାର ସଂସ୍କୃତି ଏପରି ଥିଲା ଯେ ବିପଦ ବିଷୟରେ ଜୁନିଅର ଫ୍ଲାଇଟ ଇଞ୍ଜିନିୟରଙ୍କ ଚେତାବନୀ ସତ୍ତ୍ୱେ କେହି ସେମାନଙ୍କ କଥା ଶୁଣିଲେ ନାହିଁ। ଆଜି ଲୋକମାନେ ସେମାନଙ୍କର ମନ କଥା କହିବାକୁ ଉତ୍ସାହିତ ହୁଅନ୍ତି।

NASA News: Astronaut Sunita Williams all set to travel to space for the third time tonight in Boeing Starliner | Today News

କଳ୍ପନା ଚାଓ୍ବଲା ଏବଂ କର୍ମଚାରୀଙ୍କର ଦକ୍ଷିଣ ଆମେରିକା ଆକାଶରେ ମୃତ୍ୟୁ ଘଟିଥିଲା। ଯେତେବେଳେ ସ୍ପେସ୍‌ ସଟଲ କଲମ୍ବିଆ ପୃଥିବୀର ବାୟୁମଣ୍ଡଳକୁ ପୁନର୍ବାର ପ୍ରବେଶ କଲାବେଳେ ଏହି ଘଟଣା ଘଟିଥିଲା। ନିର୍ଦ୍ଧାରିତ ଅବତରଣର ୧୬ ମିନିଟ୍‌ ପୂର୍ବରୁ ଏହା ନଷ୍ଟ ହୋଇଗଲା। ବର୍ତ୍ତମାନ ଏଭଳି ପରିସ୍ଥିତିରେ ନାସା ଫେବୃଆରୀ ୨୦୨୫ରେ ସୁନୀତା ଏବଂ ବୁଚ୍‌ ଓ୍ବିଲ୍‌ମୋରଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛି। ଇଞ୍ଜିନିୟରମାନେ ବର୍ତ୍ତମାନର ପରିସ୍ଥିତି ଏବଂ ମହାକାଶଯାନର ଉଡ଼ାଣରେ ଥିବା ବିପଦ ବିଷୟରେ କହିଛନ୍ତି। ନାସା ଅଧିକାରୀ କହିଛନ୍ତି, ମହାକାଶଯାନକୁ ପ୍ରତ୍ୟାବର୍ତ୍ତନ ପାଇଁ ନିଷ୍ପତ୍ତି ସର୍ବସମ୍ମତି କ୍ରମେ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ସୁଦାନ ହସ୍ପିଟାଲ ଉପରେ ବଡ଼ଧରଣର ଆକ୍ରମଣ: ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ନିନ୍ଦା କରି କହିଲେ…

କାଇରୋ,୨୨ା୩: ସୁଦାନର ଡାର୍‌ପୁର ଅଞ୍ଚଳରେ ଥିବା ଏକ ହସ୍ପିଟାଲ ଉପରେ ଆକ୍ରମଣ ଯୋଗୁ ୧୩ ଜଣ ପିଲାଙ୍କ ସମେତ ଅନୂ୍ୟନ ୬୪ ଜଣଙ୍କ ମୃତ୍ୟୁ ଘଟିଥିବା ବିଶ୍ୱ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri