ନୂଆଦିଲ୍ଲୀ,୨୪।୪:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରରେ ପହଞ୍ଚିଛନ୍ତି। ଆଜି ସେ ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ମଧୁବଣୀରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରୁଛନ୍ତି। ପହଲଗାମ ଆକ୍ରମଣ ପରେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ଗସ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ପହଲଗାମରେ ମୃତକଙ୍କୁ ହାତଯୋଡି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ତା’ପରେ ତାଙ୍କ ଭାଷଣ ଆରମ୍ଭ କରିଥିଲେ।
ମୋଦି ଗୁରୁବାର ବିହାର ମାଟିରୁ ପାକିସ୍ତାନକୁ ଏକ କଡ଼ା ବାର୍ତ୍ତା ଦେଇଛନ୍ତି। ମଧୁବାଣୀରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଆତଙ୍କବାଦୀମାନେ କଳ୍ପନା କରି ନ ଥିବେ ଏପରି ବଡ଼ ଦଣ୍ଡ ପାଇବେ। ସେମାନଙ୍କୁ ମାଟିରେ ପୋତି ଦେବାର ସମୟ ଆସିଛି।
#WATCH | Prime Minister Narendra Modi strongly criticised the Pahalgam terror attack while addressing a public meeting in Bihar’s Madhubani
He says, “Today, on the soil of Bihar, I say to the whole world, India will identify, trace and punish every terrorist and their backers.… pic.twitter.com/216kBwOryv
— ANI (@ANI) April 24, 2025
ଆତଙ୍କବାଦୀମାନେ ଏପ୍ରିଲ ୨୨ରେ ର୍ନିଦ୍ଦୋଷ ଏବଂ ନିରସ୍ତ୍ର ଲୋକଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି। ଏଥିପାଇଁ ଦେଶ ଦୁଃଖିତ। ସମଗ୍ର ଦେଶ ମୃତକଙ୍କ ପରିବାର ସହିତ ଛିଡ଼ା ହୋଇଛି। ଆହତମାନଙ୍କର ଚିକିତ୍ସା ଚାଲିଛି। ସରକାର ସେମାନଙ୍କର ପୂରା ଯତ୍ନ ନେଉଛନ୍ତି। ଏହି ଆକ୍ରମଣରେ କେହି ତାଙ୍କ ପୁଅକୁ ହରାଇଛନ୍ତି, କେହି ତାଙ୍କ ଭାଇକୁ ହରାଇଛନ୍ତି, କେହି ତାଙ୍କ ଜୀବନସାଥୀଙ୍କୁ ହରାଇଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ବଙ୍ଗାଳୀ କହୁଥିଲେ, କେତେକ ତାମିଲ କହୁଥିଲେ, ଆମର ଦୁଃଖ ସମସ୍ତଙ୍କ ପାଇଁ ସମାନ। ଆମର କ୍ରୋଧ ସମାନ। ଏହି ଆକ୍ରମଣ ପର୍ଯ୍ୟଟକଙ୍କ ଉପରେ ନୁହେଁ, ଏହା ଭାରତର ଆତ୍ମା ଉପରେ। ଯିଏ ବି ଏହି ଆକ୍ରମଣ କରିଛି, ସେହି ଆତଙ୍କବାଦୀମାନେ କଳ୍ପନାଠାରୁ ମଧ୍ୟ ବଡ଼ ଦଣ୍ଡ ପାଇବେ। ଆତଙ୍କବାଦୀଙ୍କୁ ସମ୍ପୂର୍ଣ୍ଣ ନିପାତ କରିବାର ସମୟ ଆସିଯାଇଛି। ୧୪୦ କୋଟି ଭାରତୀୟଙ୍କ ଇଚ୍ଛାଶକ୍ତି ଆତଙ୍କବାଦୀଙ୍କ ମେରୁଦଣ୍ଡ ଭାଙ୍ଗି ଦେବ। ତାଙ୍କୁ ପୂରା ମାଟିରେ ମିଶେଇଦେବୁ ବୋଲି ମୋଦି କହିଛନ୍ତି।
ମୋଦି କହିଛନ୍ତି , ଆତଙ୍କବାଦୀମାନଙ୍କୁ ଛଡ଼ାଯିବ ନାହିଁ। ନ୍ୟାୟ ସୁନିଶ୍ଚିତ କରିବା ପାଇଁ ଯଥାସମ୍ଭବ ପ୍ରୟାସ କରାଯିବ। ସାରା ଦେଶ ଏହି ସଂକଳ୍ପ ଉପରେ ଦୃଢ଼। ଭାରତ ପ୍ରତ୍ୟେକ ଆତଙ୍କବାଦୀ ଏବଂ ତାଙ୍କ ସମର୍ଥକଙ୍କୁ ଚିହ୍ନଟ କରିବ, ଠାବ କରିବ ଏବଂ ଦଣ୍ଡ ଦେବ। ଆତଙ୍କବାଦୀମାନଙ୍କୁ ଛଡ଼ାଯିବ ନାହିଁ। ମାନବତାରେ ବିଶ୍ୱାସ କରୁଥିବା ପ୍ରତ୍ୟେକ ବ୍ୟକ୍ତି ଆମ ସହିତ ଅଛନ୍ତି। ଏହି କଷ୍ଟକର ସମୟରେ ଆମ ସହିତ ଠିଆ ହୋଇଥିବା ବିଭିନ୍ନ ଦେଶର ଲୋକଙ୍କୁ ଏବଂ ସେମାନଙ୍କର ନେତାମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି।


