ଜୀବନ ସଂଘର୍ଷରେ ନାରାୟଣ: ପେଟ ବଢ଼ୁଛି, ହାତ ଗୋଡ଼ ଫୁଲୁଛି

ପାରଳାଖେମୁଣ୍ଡି,୧୬ା୪(ଡି.ଏନ୍‌.ଏ.): ଆଦିବାସୀ ବହୁଳ ଗଜପତି ଜିଲାରେ ଜଣେ ଗରିବ ଆଦିବାସୀ ଛାତ୍ର ବଞ୍ଚିବା ପାଇଁ ଜୀବନ ସହ ସଂଘର୍ଷ କରୁଛନ୍ତି। ଏହା ଦେଖିବାକୁ ମିଳିଛି ମୋହନା ବ୍ଲକ ଅନ୍ତର୍ଗତ ଧାଡିଆମ୍ବ ପଞ୍ଚାୟତ ପଲ୍ଲାବନ୍ଧା ଗ୍ରାମରେ। ପଲ୍ଲାବନ୍ଧା ଗ୍ରାମର ନିରଞ୍ଜନ ଦଳାଇଙ୍କ ୯ ବର୍ଷର ପୁଅ ନାରାୟଣ। ନାରାୟଣ ଧାଡିଆମ୍ବ ସରାକରୀ ପ୍ରାଥମିକ ବିଦ୍ୟାଳର ଦ୍ୱିତୀୟ ଶ୍ରେଣୀର ଛାତ୍ର । ଗତ ୪ ମାସ ହେବ ସେ ଅଜଣା ରୋଗରେ ଆକ୍ରନ୍ତ ହୋଇ ଜୀବନ କାଟୁଛନ୍ତି । ନିରଞ୍ଜନ ଅନ୍ୟର ଜମିରେ ମୂଲ ଲାଗି ପରିବାର ପ୍ରତିପୋଷଣ କରନ୍ତି। ତାଙ୍କ ପରିବାର କହିଲେ ସ୍ତ୍ରୀ କୈକେଇଙ୍କ ସହ ଦୁଇ ପୁଅ ଓ ଗୋଟିଏ ଝିଅ। ପଲ୍ଲାବନ୍ଧା ଗ୍ରାମର ଝାଟିମାଟିରେ ତିଆରି ଭଙ୍ଗାଘରେ ଜୀବନ କାଟନ୍ତି ୫ ପାଣୀ କୁଟୁମ୍ବ। ବଡପୁଅ ନାରାୟଣ ଗତ ୪ ମାସ ହେବ ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇପଡିଲେ। ମା’ ବାପା ଅର୍ଜିଥିବା ଟଙ୍କାକୁ ପୁଅ ନାରାୟଣର ଚିକିତ୍ସାରେ ଖର୍ଚ୍ଚ କରିଦେଲେ । ଏବେ ମାତାପିତା କୁଲି ମଜୁରି କରି ସନ୍ତାନମାନଙ୍କ ତୁଣ୍ଡରେ ଆହାର ଦେଇ ପୁଅ ନାରାୟଣର ଚିକିତ୍ସାଭାର ବହନ କରିବା ତାଙ୍କ ପକ୍ଷରେ ସମ୍ଭବ ହୋଇପାରୁନାହିଁ। ଏଣେ ନାରାୟଣଙ୍କ ରୋଗ ଦିନକୁ ଦିନ ବଢିବାରେ ଲାଗିଛି । ନାରାୟଣଙ୍କ ପେଟ ଅସ୍ବାଭାବିକ ଭାବେ ବଢିବା ସହ ହାତ ଓ ଗୋଡ ଫୁଲିବାକୁ ଲାଗିଛି । ନାରାୟଣଙ୍କ ପେଟରେ ପାଣି ଜମିବା ସହ ପରିସ୍ରା ଠିକ୍‌ ଭାବେ ହେଉ ନ ଥିବା ଡାକ୍ତରଙ୍କ ପ୍ରାଥମିକ ଚିକିତ୍ସା ପରେ ଜଣାପଡିଥିବା କହିଛନ୍ତି ନାରାୟଣଙ୍କ ମା’ ବାପା। ଯେଉଁ ବୟସରରେ ସାଙ୍ଗସାଥୀଙ୍କ ଗହଣରେ ହସି ଖେଳି ବୁଲିବା କଥା ସେହି ସମୟ ଆଜି ନାରାୟଣଙ୍କ ପାଇଁ ଯନ୍ତ୍ରଣାଦାୟକ ହୋଇଛି। ବିଦ୍ୟାଳୟ ବଦଳରେ ଘର ବିଛଣା ତାଙ୍କ ନିତିଦିନିଆ ଠିକଣା ହୋଇଛି। ପ୍ରତିଦିନ ସେ ଜୀବନ ସହ ସଂଘର୍ଷ କରୁଥିବା ବେଳେ କୋମଳମତି ପୁଅର ଏଭଲି ଶାରୀରିକ ଅବସ୍ଥା ଦେଖି ମା’ ବାପାଙ୍କ ଆଖିରୁ ମଧ୍ୟ ଲୁହ ଶୁଖୁନି। ପୁଅ ଆଉ ଚାଲିପାରୁନି କି ଆଖିକୁ ଭଲ ଭାବରେ ଦିଶୁନି । ପୁଅର ଏଭଳି କଷ୍ଟକୁ ଦେଖି ମା’ବାପା ଆଖିରୁ ଲୁହ ଗଡାଇବାଛଡା ଅନ୍ୟ ଉପାୟ ନାହିଁ । ସରକାରୀ ସ୍ତରରୁ ଆର୍ଥିକ ସହାୟତା କିମ୍ବା ଉନ୍ନତମାନର ଚିକିତ୍ସା ମିଳିଲେ ପୁଅ ନିଶ୍ଚିତ ଭାବେ ଭଲହୋଇଯିବ ଓ ପୁଣି ତାଙ୍କ ପରିବାରରେ ସୁଖର ଦିନ ଫେରିଆସିବ ବୋଲି ଆଶା ବାନ୍ଧିଛନ୍ତି ଆଦିବସୀ ଦମ୍ପତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ ଚନ୍ଦ୍ରଗିରିଠାରେ ଥିବା ସଉରା ଉନ୍ନୟନ ସଂସ୍ଥା ଆଦିବାସୀମାନଙ୍କର ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନରେ ଉନ୍ନତି ଆଣିବା ପାଇଁ ୯ଗୋଟି ଗ୍ରାମପଞ୍ଚାୟତର ୩୨ଖଣ୍ଡ ଗ୍ରାମରେ ବର୍ଷକୁ କୋଟି କୋଟି ଟଙ୍କା ଖର୍ଚ୍ଚକରି କାମ କରୁଛନ୍ତି । କିନ୍ତୁ ପଲ୍ଲାବନ୍ଧା ସେହି ୩୨ଖଣ୍ଡ ଗ୍ରାମ ମଧ୍ୟରେ ଆସୁଥିଲେ ମଧ୍ୟ ଜନଜାତିର ଜଣେ ଗରିବ ପିଲା ଦୀର୍ଘ ୪ମାସରୁ ଅଧିକ ସମୟ ହେଲାଣି ଅଜଣା ରୋଗରେ ପୀଡିତ ହେବା ଘଟଣାରେ ସଉରା ଉନ୍ନୟନ ସଂସ୍ଥା ସ୍ବତନ୍ତ୍ର ପଦାଧିକାରୀ ବନମାଳୀ ଭୂୟାଁଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ସେ ସୌରା ଜନଜାତିରେ ଆସୁନାହାନ୍ତି, ଖାଲି ଜନଜାତି ହୋଇଥିବା ଯୋଗୁ ଆମ ଦ୍ୱାରା କିଛି ସାହାଯ୍ୟ କରିହେବ ନାହିଁ। ଆଦିବାସୀ ଛାତ୍ରର ଚିକିତ୍ସା ପ୍ରଦାନ ଦିଗରେ ପ୍ରଶାସନ ଓ ସରକାର ପଦକ୍ଷେପ ନେବାକୁ ଲୋକପ୍ରତିନିଧି ନିବେଦନ କରଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri