ଭୁବନେଶ୍ୱର,୧୫ା୧୨: ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ ଆଜି ଦଳରୁ ବିଦା କରିଛି କଂଗ୍ରେସ । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କୃତ କରାଯାଇଥିବା ନେଇ ଦଳ ପକ୍ଷରୁ କୁହାଯାଇଛି । ଏହାରି ଭିତରେ ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।
କଂଗ୍ରେସରୁ ମୋକିମଙ୍କ ବହିଷ୍କାରକୁ ନେଇ ମୁହଁ ଖୋଲିଛନ୍ତି ନରସିଂହ ମିଶ୍ର । ସେ କହିଛନ୍ତି ଯେ, ହାଇକମାଣ୍ଡ ନିଷ୍ପତ୍ତି ନେଇଛନ୍ତି, ତେଣୁ ଏ ବିବାଦରେ କିଛି କହିବିନି । କିନ୍ତୁ ଏହି ନିଷ୍ପତ୍ତି ଉପରେ ଆଉଥରେ ବିଚାର କରିବା ଉଚିତ । କଟକରେ ମୋକିମ ଜଣେ ମଜବୁତ ନେତା ଥିଲେ ତେଣୁ କଟକରେ ପ୍ରଭାବ ପଡିବ ବୋଲି କହିଛନ୍ତି ନରସିଂହ ମିଶ୍ର ।
ପ୍ରକାଶଥାଉକି, ସୋନିଆ ଗାନ୍ଧୀଙ୍କୁ ମୋକିମ ଚିଠି ଲେଖିଥିଲେ । ଭକ୍ତଙ୍କ ନେତୃତ୍ୱକୁ ନେଇ ବି ପ୍ରଶ୍ନ ଉଠାଇଥିଲେ ମୋକିମ। କଂଗ୍ରେସ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇବା ଠିକ୍ ନୁହେଁ ବୋଲି ଭକ୍ତ ଦାସ କହିଥିଲେ । ତେବେ ଦଳରୁ ବହିଷ୍କାର କରିବା ପରେ ମୋକିମ ପ୍ରତିକ୍ରିୟା ଦେଇ ମିଡିଆକୁ ଧନ୍ୟବାଦ ଦେଇଛନ୍ତି । ସେ ଦଳ ଉପରେ ଆରୋପ ଲଗାଇଛନ୍ତି । କଂଗ୍ରେସ ମୋତେ ପ୍ରାଥମିକ ସଦସ୍ୟତା ପଦରୁ ବହିଷ୍କାର କରିଦେଇଛନ୍ତି । ମୁଁ ଭାବିଥିଲି କଂଗ୍ରେସ ସୁଧାର ଆଣିବ କିନ୍ତୁ ଓଲଟା ମୋ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି ।