ନୂଆ ରେକର୍ଡ କଲା ନନ୍ଦନକାନନ: ବୁଲିଲେ ୪୦ ଲକ୍ଷ ପର୍ଯ୍ୟଟକ

ଭୁବନେଶ୍ୱର,୧।୧: ୨୦୨୫ରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆଗମନ କରିଥିବା ଗୁରୁବାର ସୂଚନା ମିଳିଛି। ୨୦୨୫ରେ ନନ୍ଦନକାନନକୁ ୪୦ ଲକ୍ଷ ୨୦ହଜାର ୫୩୯ ପର୍ଯ୍ୟଟକ ଆସିଛନ୍ତି।

ଏଥିସହିତ ପ୍ରାଣୀ ଉଦ୍ୟାନ ବୁଲିଛନ୍ତି ମୋଟ ୩୮ ଲକ୍ଷ ୪୩ ହଜାର ୨୮ ପର୍ଯ୍ୟଟକ। ବଟାନିକାଲ ଗାର୍ଡେନ ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ସାଜିଥିଲା। ମୋଟ ୧ ଲକ୍ଷ ୭୭ ହଜାର ୫୧୧ ପର୍ଯ୍ୟଟକ ବଟାନିକାଲ ଗାର୍ଡେନ ବୁଲିଥିବା ସୂଚନା ମିଳିଛି।

ବିଗତ ବର୍ଷାରେ ରେକର୍ଡ ୨୩.୨୩ କୋଟି ଟଙ୍କାର ରାଜସ୍ୱ ଆଦାୟ କରିଛି ନନ୍ଦନକାନନ। ୨୦୨୪ ତୁଳନାରେ ଏହି ରାଜସ୍ୱ ୧.୦୬ କୋଟି ଅଧିକ । ୨୦୨୪ରେ ୩୭ ଲକ୍ଷ ୯୯ ହଜାର ୬୩୨ ପର୍ଯ୍ୟଟକ ନନ୍ଦନକାନନ ବୁଲିଥିଲେ। ୨୨.୧୭ କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇଥିଲା।

Share