ନନ୍ଦନକାନନ ନୂଆ ନିର୍ଦ୍ଦେଶକ ହେଲେ IFS  ସନତ କୁମାର ଏନ

ବାରଙ୍ଗ,୨।୨(ଲିଙ୍ଗରାଜ ରାଉତ):  ନନ୍ଦନକାନନ ପ୍ରାଣୀ ଉଦ୍ୟାନ ନୂଆ ନିର୍ଦ୍ଦେଶକ ହେଲେ IFS ସନତ କୁମାର ଏନ। ପୂର୍ବରୁ ସନତ କୁମାର ଏନ ଉପନିର୍ଦ୍ଦେଶକ ଦାୟିତ୍ୱରେ ଥିଲେ । ତେବେ ନିର୍ଦ୍ଦେଶକ ଥିବା ମନୋଜ ଭି. ନାୟରଙ୍କୁ SPCB ମେମ୍ବର ସେକ୍ରେଟାରୀ ଦାୟିତ୍ୱ ମିଳିବା ପରେ ସନତ କୁମାରଙ୍କୁ ପ୍ରାଣୀ ଉଦ୍ୟାନ ନୂଆ ନିର୍ଦ୍ଦେଶକ ଦାୟିତ୍ୱ ମିଳିଛି।
ଅନ୍ୟପକ୍ଷେ, ମନୋଜ ଭି. ନାୟରଙ୍କୁ ମଧ୍ୟ ବନ୍ୟପ୍ରାଣୀ ଅତିରିକ୍ତ ପିସିସିଏଫ ଦାୟିତ୍ୱ ଦିଆଯାଇଛି। CAMPA ସିଇଓ ଜି. ରାଜେଶଙ୍କୁ OFSDPର PD ଭାବେ ଅତିରିକ୍ତ ଦାୟିିତ୍ୱ ମିଳିଛି।

Share
Tags: Nandankanan