ଷ୍ଟାରଡମ ନେଇ ନାନା ପାଟେକରଙ୍କ କଟାକ୍ଷ: ଏଠି ବଦଳା ଯାଏ ପ୍ରତି ସପ୍ତାହରେ ସୁପରଷ୍ଟାର…

ମୁମ୍ବାଇ : ଦ ଭ୍ୟାକ୍ସିନ ୱାର୍‌ ଫିଲ୍ମ ପାଇଁ ନାନା ପାଟେକର ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ଏହାର ଜୋରଦାର ପ୍ରଚାର ହେଉଛି। ଏହି ସମୟରେ, ଏକ ସାକ୍ଷାତକାରରେ ସେ ଆଜିର ତାରକା ଏବଂ ସେମାନଙ୍କ ଷ୍ଟାରଡମ ଉପରେ ଏକ କଟାକ୍ଷ କରିଛନ୍ତି।

ହୋଇଥିବା ବାର୍ତ୍ତାଳାପରେ ନାନା ପାଟେକର କହିଛନ୍ତି ଆଜିର ଅଭିନେତାଙ୍କ ଖ୍ୟାତି କେବଳ ଚାରି ଦିନ ପର୍ଯ୍ୟନ୍ତ ରହିଥାଏ, ଯାହା ପ୍ରତି ସପ୍ତାହରେ ବଦଳିବାରେ ଲାଗିଛି। ଯଦି ଆଜି କାହାର କ୍ରେଜ ଅଛି, ଆସନ୍ତାକାଲି ପଚାରିବାକୁ କେହି ନାହାଁନ୍ତି ।

କିମ୍ବଦନ୍ତୀ ସୁପରଷ୍ଟାରଙ୍କ ଅକ୍ଷୁର୍ଣ୍ଣ ଷ୍ଟାରଡମର ଉଦାହରଣ ଦେଇ ନାନା ପାଟେକର କହିଛନ୍ତି, ସେହି ସମୟର ତାରାକାମାନଙ୍କୁ ଦେଖ, ଆମେ ୟୁସୁଫ ସାହାବ (ଦିଲୀପ କୁମାର)ଙ୍କୁ ଭୁଲି ପାରିବୁ ନାହିଁ। ରାଜ କପୁର, ଦେବ ଆନନ୍ଦ ସାହାବଙ୍କୁ ଭୁଲି ପାରିବୁ ନାହିଁ। ବକ୍ସ ଅଫିସ ନମ୍ବର ବିଷୟରେ ସେ ମଧ୍ୟ ସେ କହିଛନ୍ତି, ଆଜିକାଲି, ପ୍ରତି ସପ୍ତାହରେ ତାରକା ବଦଳା ଯାଏ। ଏଠି ପ୍ରତି ସପ୍ତାହରେ ସୁପରଷ୍ଟାର ବଦଳା ଯାଏ।

ନାନା ପାଟେକର ଓଟିଟି ପ୍ଲାଟଫର୍ମକୁ ପ୍ରଶଂସା କରି ଏହାକୁ ଏକ ଭଲ ପ୍ଲାଟଫର୍ମ ବୋଲି କହିଛନ୍ତି, କାରଣ ଏହା ତାଙ୍କ ଭଳି ଅଭିନେତାମାନଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ଦେଇଥାଏ। ସେ କହିଛନ୍ତି, ଆମ ଭଳି ଚେହେରା ନେଇ ଆସିଥିବା ଲୋକମାନେ ସେତେବେଳେ ସୁଯୋଗ ପାଇ ନ ଥିଲେ। ଓମ ପୁରୀଙ୍କର ସୁନ୍ଦର ଚେହେରା ନ ଥିଲା। ଇରଫାନଙ୍କର ମଧ୍ୟ ସୁନ୍ଦର ଚେହେରା ନ ଥିଲା। ମୋର ଚେହେରା ନ ଥିଲା, ମନୋଜ ବାଜପେୟୀଙ୍କର କୌଣସି ଚେହେରା ନ ଥିଲା। ରଘୁବୀର ଯାଦବଙ୍କର ନ ଥିଲା।

ତେବେ ବର୍ତ୍ତମାନ ଆମେ ସମସ୍ତେ ଏକ ମଞ୍ଚ ପାଇଛୁ। ଓଟିଟି ପହଞ୍ଚିବା ପରେ ଥିଏଟର ଏବଂ ସିନେମା ପରେ କଳାକାରମାନେ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବାକୁ ଆଉ ଏକ ପ୍ଲାଟଫର୍ମ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri