କେନ୍ଦୁଝର,୨୮ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବିଜୁ ଜନତା ଦଳର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷିତ ହୋଇଛି। ଜିଲା ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ଅନୁମୋଦନ କ୍ରମେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ନୂତନ ପଦାଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି। ଉପସଭାପତି ଭାବେ ବରିଷ୍ଠ ନେତା ପ୍ରମୋଦ ପଟ୍ଟନାୟକ, ବିଜୟ ମହାନ୍ତି, ନନ୍ଦ କିଶୋର ବେହେରା, ବିକ୍ରମ କେଶରୀ ବିଶ୍ୱାଳ, ଗୋବିନ୍ଦ ଚରଣ ମହାନ୍ତ, ରମେଶ ଚନ୍ଦ୍ର ପଲେଇ,କିଶୋର କୁମାର ଜେନା,ରାଜକିଶୋର ବାରିକ,ସନ୍ତୋଷ କୁମାର ବାଲା,ରାହାସ ବିହାରୀ ପୃଷ୍ଟି, ନିରଞ୍ଜନ ଦାସ, ସୁରେନ୍ଦ୍ର କୁମାର ଜେନା, ରାମୁ ଚକ୍ର, ଚିନ୍ମୟ ଗିରିଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ କେନ୍ଦୁଝରଗଡ଼ ପୌରପାଳିକାର ଉପାଧ୍ୟକ୍ଷ ବରଦା ପ୍ରସନ୍ନ ଦାସ,ଚମ୍ପୁଆ ଏନ୍ଏସିର ଅଧ୍ୟକ୍ଷ ଗିରିଜା ଶଙ୍କର ସାହୁ,ସନ୍ତୋଷ କୁମାର ବିଶ୍ୱାଳ,ସୁଶୀଲ କୁମାର ହୋତା, ବୀରଭଦ୍ର ସେଠୀ, ଦୁର୍ଯ୍ୟୋଧନ ବାରିକ, ଗିରିଧାରୀ ମହାନ୍ତ, ଶତ୍ରୁଘ୍ନ ପାତ୍ର, ମହେନ୍ଦ୍ର କୁମାର ସାହୁ, ପ୍ରଶାନ୍ତ ଭଞ୍ଜଦେଓ, ବସନ୍ତ ମିଶ୍ର, ହେମନ୍ତ ସହାୟ, ମୋୟା ମୁଣ୍ଡା, ଅମରେଶ ମହାପାତ୍ର, ବାବୁଲାଲ ସାହୁ, ସୁବାସ କୁମାର ରାମ, ବିଜୟ କୁମାର ଚକ୍ର,ବାସନ୍ତୀ ମାଝୀ, ଦେବାଶିଷ ପଟ୍ଟନାୟକ, ଶରତ କୁମାର ସାହୁ(ମୁନା), ତପନ କୁମାର ପାଣି, ପରେଶ କୁମାର ପ୍ରଧାନ, ଅକ୍ଷୟ କୁମାର ମହାନ୍ତ,ରଞ୍ଜନ କୁମାର ଦାସ, ଅରୁଣ କୁମାର ବାରିକ, ଶୁଭେନ୍ଦୁ କୁମାର ପଟ୍ଟନାୟକ, ସୁରେନ୍ଦ୍ର କୁମାର ଦାଶ, ପର୍ଶୁରାମ ମହାରଣା, ବଳରାମ ବେହେରା, ନିରଞ୍ଜନ ତ୍ରିପାଠୀଙ୍କୁ ମନୋନୀତ କରାଯାଇଛି। କୋଷାଧ୍ୟକ୍ଷ ଭାବେ ରକ୍ଷାକର ସାହୁଙ୍କୁ ନିଯୁକ୍ତି ମିଳିଥିବାବେଳେ ସମ୍ପାଦକ ଭାବେ ଏମ୍ଡି ଅମୀର ହାସାନ,ଶତ୍ରୁଘ୍ନ ସିଂହ, ଅଭିମନ୍ୟୁ ନାଥ, ବୀରେନ୍ଦ୍ର କୁମାର ବିଶ୍ୱାଳ, ଅକ୍ଷୟ କୁମାର ସାହୁଙ୍କୁ ନିଯୁକ୍ତି ମିଳିଛି।


