ନାମକୁ ମାତ୍ର ଯାଞ୍ଚ, ମିଳୁନି ସୁରକ୍ଷା

ରାଉରକେଲା, ୩୧।୭(ସଙ୍ଗୀତା ଜେନା): ଶିଳ୍ପ ସହର ରାଉରକେଲାରେ ନିର୍ମାଣ କାର୍ଯ୍ୟ ଅହରହ କରାଯାଉଛି। ରାଉରକେଲା ଇସ୍ପାତ କାରଖାନା ବ୍ୟତୀତ ଶତାଧିକ ଘରୋଇ ଓ ବେସରକାରୀ ସଂସ୍ଥାରେ ଲକ୍ଷାଧିକ ନିର୍ମାଣ ଶ୍ରମିକ କାମ କରୁଛନ୍ତି। ଏହାସହ ବିଭିନ୍ନ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କ ସମସ୍ତ ସୁବିଧା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଥିବା ବେଳେ ସୁରକ୍ଷା ପାଇଁ କଡ଼ା ନିୟମ ଲାଗୁ କରିଛନ୍ତି। ହେଲେ ଶ୍ରମିକଙ୍କ କାର୍ଯ୍ୟସ୍ଥଳୀରେ ହେଉଥିବା ଆଇନ ଉଲ୍ଲଂଘନ ସମ୍ପର୍କରେ କେହି ନିଘା ଦେଉନାହାନ୍ତି। ଏପରିକି ନିର୍ମାଣ କାର୍ଯ୍ୟସ୍ଥଳୀରେ ସୁରକ୍ଷା ଅବହେଳା ଯୋଗୁ ଦୁର୍ଘଟଣା ବୃଦ୍ଧି ପାଉଛି। ପ୍ରାୟ ଏକ ମାସ ମଧ୍ୟରେ କୋଏଲନଗର, ଜଗଦା, ଝିରପାଣି ଅଞ୍ଚଳରେ ୩ ଜଣ ଶ୍ରମିକ ଆହତ ହୋଇଥିବା ବେଳେ ଜଣେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି।
ଜୁଲାଇ ୨ ତାରିଖରେ ଜଗଦା ଅଞ୍ଚଳରେ ଏକ ବାସଗୃହ ନିର୍ମାଣ ବେଳେ ଜଣେ ମହିଳା ଶ୍ରମିକଙ୍କ ଗୋଡ ଖସି ମେରୁଦଣ୍ଡ ଭାଙ୍ଗିଯାଇଥିଲା। ତେବେ ଗତ ୧୭ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଗତ ୧୮ ତାରିଖରେ ଅନୁରୂପ ଭାବେ ଜଗଦା ଅଞ୍ଚଳର ଜଣେ ଶିକ୍ଷାବିତ୍‌ ଦମ୍ପତିଙ୍କ ବାସଗୃହ ନିର୍ମାଣ ବେଳେ ଏକ ଦୁର୍ଘଟଣାରେ ୨ଜଣ ଠିକା ଶ୍ରମିକ ଆହତ ହୋଇଥିଲେ। ସେମାନଙ୍କ ସୁରକ୍ଷା ବେଲ୍ଟ ସହ ସୁରକ୍ଷା ଉପକରଣ ନ ଥିବା ଯୋଗୁ ଦୁର୍ଘଟଣା ହୋଇଥିବା କୁହାଯାଇଥିଲା। ସେହିପରି କୋଏଲନଗର ଅଞ୍ଚଳରେ ଜଣେ ଶ୍ରମିକ ଆହତ ହୋଇଥିଲେ। ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଯାଇଥିଲା। ପରିବାରବର୍ଗ ଥାନାରେ ଅଭିଯୋଗ କରିଥିବା ବେଳେ ତାକୁ ଠିକାଦାର, ଘର ମାଲିକ ଓ ପୀଡ଼ିତ ଶ୍ରମିକ ପରିବାର ମିଳିତ ଭାବେ ଆପୋସ ସମାଧାନ କରିଥିଲେ। ଏହି ଘଟଣା ପରେ ଶ୍ରମିକ ସୁରକ୍ଷା ଉପରେ ଏକ ବିରାଟ ପ୍ରଶ୍ନବାଚୀ ଉଠିଥିଲା।
ଏସିଆର ବଡ଼ ଜନବସତି ଭାବେ ଖ୍ୟାତିଲାଭ କରିଥିବା ଛେଣ୍ଡ କଲୋନୀ, ବାସନ୍ତୀ କଲୋନୀ, ଉଦିତନଗର, କୋଏଲନଗର, ଝିରପାଣି, ଜଗଦା ସମେତ ବିଭିନ୍ନ ଜନବସତି ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ଯୋଗୁ ହଜାର ହଜାର ଶ୍ରମିକଙ୍କ ସୁରକ୍ଷା ନେଇ ଆଶଙ୍କା ପ୍ରକାଶ ପାଇଛି। ଉକ୍ତ ଅଞ୍ଚଳ ଗୁଡ଼ିକରେ ଶ୍ରମ ବିଭାଗ ପକ୍ଷରୁ କଡ଼ା ଯାଞ୍ଚ କରାଯାଉନାହିଁ। ବିଭାଗ ନିକଟରେ ପର୍ଯ୍ୟାପ୍ତ କର୍ମଚାରୀ ନ ଥିବାରୁ ଯାଞ୍ଚ ହେଉନାହିଁ ବୋଲି ବିଗତ ଦିନରେ ରାଉରକେଲା ଜିଲା କଂଗ୍ରେସ ସଭାପତି ବିରେନ ସେନାପତି ଅଭିଯୋଗ କରିଥିଲେ। ଶ୍ରମିକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ଲାଗି ସେନାପତି ସମ୍ପୃକ୍ତ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ। ଏ ନେଇ ରାଉରକେଲା ଶ୍ରମ ବିଭାଗର ଜେଏଲସି ପ୍ରଣବ ଜେନାଙ୍କୁ ପଚାରାଯିବାରୁ ସେ କହିଲେ, ବିଭାଗରେ କର୍ମଚାରୀ ଅଭାବ ରହିଛି। ହେଲେ ପ୍ରାୟତଃ ଡିଏଲଓ ଓ ଏଏଲଓଙ୍କୁ ନେତୃତ୍ୱରେ ବିଭିନ୍ନ ନିର୍ମାଣସ୍ଥଳୀ ଓ କାରଖାନା ଯାଞ୍ଚ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ଜେନା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri