ନାମକୁ ମାତ୍ର ଯାଞ୍ଚ, ମିଳୁନି ସୁରକ୍ଷା

ରାଉରକେଲା, ୩୧।୭(ସଙ୍ଗୀତା ଜେନା): ଶିଳ୍ପ ସହର ରାଉରକେଲାରେ ନିର୍ମାଣ କାର୍ଯ୍ୟ ଅହରହ କରାଯାଉଛି। ରାଉରକେଲା ଇସ୍ପାତ କାରଖାନା ବ୍ୟତୀତ ଶତାଧିକ ଘରୋଇ ଓ ବେସରକାରୀ ସଂସ୍ଥାରେ ଲକ୍ଷାଧିକ ନିର୍ମାଣ ଶ୍ରମିକ କାମ କରୁଛନ୍ତି। ଏହାସହ ବିଭିନ୍ନ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କ ସମସ୍ତ ସୁବିଧା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଥିବା ବେଳେ ସୁରକ୍ଷା ପାଇଁ କଡ଼ା ନିୟମ ଲାଗୁ କରିଛନ୍ତି। ହେଲେ ଶ୍ରମିକଙ୍କ କାର୍ଯ୍ୟସ୍ଥଳୀରେ ହେଉଥିବା ଆଇନ ଉଲ୍ଲଂଘନ ସମ୍ପର୍କରେ କେହି ନିଘା ଦେଉନାହାନ୍ତି। ଏପରିକି ନିର୍ମାଣ କାର୍ଯ୍ୟସ୍ଥଳୀରେ ସୁରକ୍ଷା ଅବହେଳା ଯୋଗୁ ଦୁର୍ଘଟଣା ବୃଦ୍ଧି ପାଉଛି। ପ୍ରାୟ ଏକ ମାସ ମଧ୍ୟରେ କୋଏଲନଗର, ଜଗଦା, ଝିରପାଣି ଅଞ୍ଚଳରେ ୩ ଜଣ ଶ୍ରମିକ ଆହତ ହୋଇଥିବା ବେଳେ ଜଣେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି।
ଜୁଲାଇ ୨ ତାରିଖରେ ଜଗଦା ଅଞ୍ଚଳରେ ଏକ ବାସଗୃହ ନିର୍ମାଣ ବେଳେ ଜଣେ ମହିଳା ଶ୍ରମିକଙ୍କ ଗୋଡ ଖସି ମେରୁଦଣ୍ଡ ଭାଙ୍ଗିଯାଇଥିଲା। ତେବେ ଗତ ୧୭ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଗତ ୧୮ ତାରିଖରେ ଅନୁରୂପ ଭାବେ ଜଗଦା ଅଞ୍ଚଳର ଜଣେ ଶିକ୍ଷାବିତ୍‌ ଦମ୍ପତିଙ୍କ ବାସଗୃହ ନିର୍ମାଣ ବେଳେ ଏକ ଦୁର୍ଘଟଣାରେ ୨ଜଣ ଠିକା ଶ୍ରମିକ ଆହତ ହୋଇଥିଲେ। ସେମାନଙ୍କ ସୁରକ୍ଷା ବେଲ୍ଟ ସହ ସୁରକ୍ଷା ଉପକରଣ ନ ଥିବା ଯୋଗୁ ଦୁର୍ଘଟଣା ହୋଇଥିବା କୁହାଯାଇଥିଲା। ସେହିପରି କୋଏଲନଗର ଅଞ୍ଚଳରେ ଜଣେ ଶ୍ରମିକ ଆହତ ହୋଇଥିଲେ। ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଯାଇଥିଲା। ପରିବାରବର୍ଗ ଥାନାରେ ଅଭିଯୋଗ କରିଥିବା ବେଳେ ତାକୁ ଠିକାଦାର, ଘର ମାଲିକ ଓ ପୀଡ଼ିତ ଶ୍ରମିକ ପରିବାର ମିଳିତ ଭାବେ ଆପୋସ ସମାଧାନ କରିଥିଲେ। ଏହି ଘଟଣା ପରେ ଶ୍ରମିକ ସୁରକ୍ଷା ଉପରେ ଏକ ବିରାଟ ପ୍ରଶ୍ନବାଚୀ ଉଠିଥିଲା।
ଏସିଆର ବଡ଼ ଜନବସତି ଭାବେ ଖ୍ୟାତିଲାଭ କରିଥିବା ଛେଣ୍ଡ କଲୋନୀ, ବାସନ୍ତୀ କଲୋନୀ, ଉଦିତନଗର, କୋଏଲନଗର, ଝିରପାଣି, ଜଗଦା ସମେତ ବିଭିନ୍ନ ଜନବସତି ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ଯୋଗୁ ହଜାର ହଜାର ଶ୍ରମିକଙ୍କ ସୁରକ୍ଷା ନେଇ ଆଶଙ୍କା ପ୍ରକାଶ ପାଇଛି। ଉକ୍ତ ଅଞ୍ଚଳ ଗୁଡ଼ିକରେ ଶ୍ରମ ବିଭାଗ ପକ୍ଷରୁ କଡ଼ା ଯାଞ୍ଚ କରାଯାଉନାହିଁ। ବିଭାଗ ନିକଟରେ ପର୍ଯ୍ୟାପ୍ତ କର୍ମଚାରୀ ନ ଥିବାରୁ ଯାଞ୍ଚ ହେଉନାହିଁ ବୋଲି ବିଗତ ଦିନରେ ରାଉରକେଲା ଜିଲା କଂଗ୍ରେସ ସଭାପତି ବିରେନ ସେନାପତି ଅଭିଯୋଗ କରିଥିଲେ। ଶ୍ରମିକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ଲାଗି ସେନାପତି ସମ୍ପୃକ୍ତ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ। ଏ ନେଇ ରାଉରକେଲା ଶ୍ରମ ବିଭାଗର ଜେଏଲସି ପ୍ରଣବ ଜେନାଙ୍କୁ ପଚାରାଯିବାରୁ ସେ କହିଲେ, ବିଭାଗରେ କର୍ମଚାରୀ ଅଭାବ ରହିଛି। ହେଲେ ପ୍ରାୟତଃ ଡିଏଲଓ ଓ ଏଏଲଓଙ୍କୁ ନେତୃତ୍ୱରେ ବିଭିନ୍ନ ନିର୍ମାଣସ୍ଥଳୀ ଓ କାରଖାନା ଯାଞ୍ଚ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ଜେନା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

ଦିଲ୍ଲୀ ଏକ୍ୟୁଆଇ ୪୪୧: ଜିଆର୍‌ଏପି-୪ ଲାଗୁହେଲା

ନୂଆଦିଲ୍ଲୀ,୧୪ା୧୨: ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ଶନିବାର ସନ୍ଧ୍ୟାରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୪୧ରେ ପହଞ୍ଚତ୍ଛି, ଯାହାକି ଅତ୍ୟନ୍ତ ଗମ୍ଭୀର ବର୍ଗର। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri