ନାମ ବଦଳିଲା, ପୂରଣ ହେଲାନି ପଦବୀ

ଭବାନୀପାଟଣା,୨୫।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ବିଶ୍ୱ ବିଦ୍ୟାଳୟରୁ ନାମ ପରିବର୍ତ୍ତନ ହୋଇ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ହେଲା। ତଥାପି ପୂରଣ ହେଲାନି ପଦବୀ। ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଏବେ ଅନେକ ପଦବୀ ଖାଲିପଡିଛି। ଯାହାକୁ ନେଇ ଜିଲାର ଶିକ୍ଷାବିତ୍‌, ବୁଦ୍ଧିଜୀବୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଧାନସଭାରେ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ବିଭିନ୍ନ ବିଭାଗରେ ମୋଟ ୧୧୨ଟି ମଞ୍ଜୁରୀପ୍ରାପ୍ତ ପ୍ରଫେସର, ସହକାରୀ ପ୍ରଫେସର, ସହଯୋଗୀ ପ୍ରଫେସର ପଦବୀ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ମାତ୍ର ୨୧ ଜଣ ନିୟମିତ ଭାବରେ କାର୍ଯ୍ୟ କରୁଛନ୍ତି। ଅବଶିଷ୍ଟ ୯୧ଟି ପଦବୀ ଖାଲିପଡିଛି। ଏଥିରେ ମାନବ ବିଜ୍ଞାନ ବିଭାଗରେ ଗୋଟିଏ ପଦବୀ ଖାଲି ପଡିଥିବାବେଳେ ଉଭିଦ ବିଜ୍ଞାନ ୭, ରସାୟନିକ ବିଜ୍ଞାନରେ ୭, ବାଣିଜ୍ୟ ୭, ଅର୍ଥନିତୀ ୬, ଶିକ୍ଷାରେ ୭, ଇଂରାଜୀ ୪, ଭୂଗୋଳରେ ୪, ଇତିହାସ ୭, ଗଣିତ ୭, ଓଡିଆରେ ୭, ଭୌତିକ ବିଜ୍ଞାନରେ ୫, ରାଜନିତୀ ବିଜ୍ଞାନ ୪, ସଂସ୍କୃତ ୭, ସାମାଜିକ ବିଜ୍ଞାନ ୪ ଓ ଜୀବବିଜ୍ଞାନରେ ୭ଟି ପଦବୀ ଖାଲିପଡିଛି। ଏହାସହ ବିଶ୍ୱବିଦ୍ୟାଳୟରେ ୨୭ଜଣ ସରକାରୀ ଅଧ୍ୟାପକ କାର୍ଯ୍ୟକରୁଥିବାବେଳେ ୪୮ ଅତିଥି ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ମା’ ମାଣିକେଶ୍ୱରୀ ବିଶ୍ୱ ବିଦ୍ୟାଳୟରେ ବିଭିନ୍ନ ବର୍ଗରେ ୯୦ରୁ ୯୦ଟି ମଞ୍ଜୁରପ୍ରାପ୍ତ ଅଣଶିକ୍ଷକ କର୍ମଚାରୀ ପଦବୀ ଖାଲିପଡିଛି। ଅଦ୍ୟାବଧି ବିଶ୍ୱବିଦ୍ୟାଳୟରେ ନିୟମିତ ଭାବେ କୌଣସି କର୍ମଚାରୀ ନିଯୁକ୍ତି ହୋଇପାରିନାହାନ୍ତି। ସେହିପରି ବର୍ତ୍ତମାନ ବିଶ୍ୱ ବିଦ୍ୟାଳୟରେ ୮୫ଜଣ କର୍ମଚାରୀ କାର୍ଯ୍ୟରତ ଅଛନ୍ତି। ସେଥିମଧ୍ୟରୁ ନିୟମିତ ୮, ୭୬ଚୁକ୍ତିଭିତ୍ତିକ ଓ ଜଣେ ଦୈନିକ ମଞ୍ଜୁରୀପ୍ରାପ୍ତ କର୍ମଚାରୀ ଅଛନ୍ତି। ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଭିତ୍ତିଭୂମିର ଉନ୍ନତି ପାଇଁ ୨୦୨୦-୨୧ ଠାରୁ ୨୦୨୪-୨୫ ମସିହା ପର୍ଯ୍ୟନ୍ତ ସମୁଦାୟ ୪୭କୋଟି ୩୨ଲକ୍ଷ ୬୮ହଜାର ୫୬୦ ଟଙ୍କା ମଞ୍ଜୁର କରାଯାଇଥିବାବେଳେ ସେଥିମଧ୍ୟରୁ ମୋଟ ୩୬କୋଟି ୬୬ଲକ୍ଷ ୫୩ହଜାର ୭୯୨ଟଙ୍କା ପ୍ରଦାନ କରାଯାଇଛି। ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ କଳାହାଣ୍ଡି ଓ ନୂଆପଡା ଜିଲା ଅନୁବନ୍ଧିତ ରହିଛି। ଗତ ୨୧ ତାରିଖ ବିଧାନସଭାରେ ଧର୍ମଗଡ଼ ବିଧାୟକ ସୁଧିର ରଞ୍ଜନ ପଟ୍ଟଯୋଷୀ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି ଓ ବିଶ୍ୱବିଦ୍ୟାଳୟରେ କେତେ ଅଧ୍ୟାପକ ଓ କର୍ମଚାରୀ ପଦବୀ ଖାଲି ପଡିଛି ତାହା ଉପରେ ପ୍ରଶ୍ନ କରିଥିଲେ। ଏହାସହ ବିଶ୍ୱବିଦ୍ୟାଳୟରେ ସ୍ବତନ୍ତ୍ର ଅନୁଦାନ ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାର କି ପଦକ୍ଷେପ ନେଇଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଜବାବରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉପରୋକ୍ତ ଖାଲି ପଡିଥିବା ଅଧ୍ୟାପକ ଓ କର୍ମଚାରୀ ପଦବୀ ଉପରେ ସୂଚନା ଦେବା ସହ ଭିତ୍ତିଭୂମି ଉନ୍ନତି ପାଇଁ ଦିଆଯାଇଥିବା ଅନୁଦାନ ଉପରେ କହିଥିଲେ। ସେହିପରି ବିଶ୍ୱବିଦ୍ୟାଳୟରେ କର୍ମଚାରୀ ଅଭାବ ଯୋଗୁ କାର୍ଯ୍ୟ ପ୍ରଭାବିତ ହେଉଛି। ଖାଲିପଡିଥିବା ପଦବୀ ପୂରଣ ପାଇଁ ପ୍ରତିବର୍ଷ ରାଜ୍ୟ ସରକାର ବିହିତ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହାସହ ବିଶ୍ୱବିଦ୍ୟାଳୟର ଆବଶ୍ୟକତା ଅନୁଯାୟୀ ଭିତ୍ତିଭୂମି ପାଇଁ ଅର୍ଥ ଯୋଗାଇ ଦିଆଯାଉଛି। ଆଇନଗତ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ଦ୍ୱାରା ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ICC vs BCB: ବଢିଲା ବାଂଲାଦେଶର ଟେନସନ, ସରକାର-ଖେଳାଳିଙ୍କ ମଧ୍ୟରେ ବୈଠକ

ଢାକା,୨୨।୧: ବାଂଲାଦେଶ କ୍ରିକେଟ ବର୍ତ୍ତମାନ ୨୦୨୬ ଟି-୨୦ ବିଶ୍ୱକପ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି। ପ୍ରଶ୍ନଟି ସରଳ: ବାଂଲାଦେଶ ତାର ଦଳକୁ ଭାରତ...

ଶ୍ରୀମନ୍ଦିରକୁ ବୋମା ଧମକ: ସୋସିଆଲ ମିଡିଆରେ ଧମକପୂର୍ଣ୍ଣ ମେସେଜ ପରେ…

ପୁରୀ,୨୨।୧: ଶ୍ରୀମନ୍ଦିରକୁ ବୋମା ଧମକ। ସୋସିଆଲ ମିଡିଆରେ ଧମକପୂର୍ଣ୍ଣ ମେସେଜ ମାମଲାରେ ଜଣକୁ ପୋଲିସ ଅଟକ ରଖିଛି । ଜୁଲି ରାଣୀ ପଣ୍ଡା ନାମକ ଏକ...

‘ଖୁବ ଶୀଘ୍ର ଭାରତ ସହ ହେବ ବଡ଼ ଡିଲ’, ଡାଭୋସରେ ମୋଦିଙ୍କୁ ଏମିତି ପ୍ରଶଂସା କଲେ ଟ୍ରମ୍ପ ସଭିଏଁ ଆଶ୍ଚର୍ଯ୍ୟ!

ଡାଭୋସ,୨୨।୧: ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମକୁ ସମ୍ବୋଧିତ କରିବା ପରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସହିତ ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଏକ ପ୍ରମୁଖ...

କମିଗଲା ସୁନା ରେଟ୍‌: ଜାଣନ୍ତୁ ୧୦ ଗ୍ରାମକୁ କେତେ

ନୂଆଦିଲ୍ଲୀ,୨୧।୧: ଗତ କିଛି ଦିନ ଧରି ସୁନା ଏବଂ ରୂପା ମୂଲ୍ୟ ନିରନ୍ତର ବୃଦ୍ଧି ପାଉଥିଲା ଏବଂ ପ୍ରତିଦିନ ଏକ ପ୍ରବଳ ବୃଦ୍ଧି ସହିତ ନୂଆ...

‘ହଁ ମୁଁ ଏକଛତ୍ରବାଦୀ’, ଡାଭୋସରେ ଏମିତି ବୟାନ ଦେଲେ ଟ୍ରମ୍ପ, ସାରା ବିଶ୍ୱରେ ହେଉଛି ଚର୍ଚ୍ଚା

ଡାଭୋସ,୨୨।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତି ଏବଂ ତାଙ୍କ ଆକ୍ରମଣାତ୍ମକ ଶୈଳୀ ବିରୁଦ୍ଧରେ ବିଶ୍ୱ ସ୍ତରରେ ପ୍ରତିବାଦର ସ୍ବର ବଢ଼ୁଛି। ଭେନେଜୁଏଲା ଏବଂ ଗ୍ରୀନଲାଣ୍ଡ...

ରବି ଧାନ ଚାଷ ପ୍ରଭାବିତ ଆଶଙ୍କା: ଡ୍ୟାମ୍‌ରୁ ପାଣି ଛାଡ଼ିଦେଲା ଏମ୍‌ଆଇପି ବିଭାଗ

ଅମରପାଲି, ୨୨ା୧(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଲୁତୁରପଙ୍କ ଗ୍ରାମରେ ଘୁଙ୍ଗିନାଳ ଉପରେ ନିର୍ମାଣ ହୋଇଥିବା ଡ୍ୟାମରୁ ମଙ୍ଗଳବାର ରାତିରେ ବିନା ସୂଚନାରେ ଏମ୍‌ଆଇପି ବିଭାଗ...

୫ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୨।୧: ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଫେବୃଆରୀ ପ୍ରଥମ ସପ୍ତାହରେ ତାଙ୍କର ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୨ ତାରିଖରୁ ସେ ୫...

ହେବନି ଗାଡ଼ିର ପଞ୍ଜୀକରଣ, ଆସିଲା କଡ଼ା ନିୟମ

ନୂଆଦିଲ୍ଲୀ,୨୨।୧: ଚାଲାଣ ନ ଭରିଲେ ହେବନି ଗାଡ଼ି ପଞ୍ଜୀକରଣ । ମୋଟର ଯାନ ନିୟମରେ ସଂଶୋଧନ କରି ଏଭଳି କଠୋର ନିୟମ ଜାରି କରିଛନ୍ତି କେନ୍ଦ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri