ଉତ୍ପାଦନ-ଆର୍ଥିକ ମାନଦଣ୍ଡରେ ନାଲ୍‌କୋର ଦୃଢ଼ ପ୍ରଦର୍ଶନ

ଭୁବନେଶ୍ୱର,୨୩।୯:ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ (ନାଲ୍‌କୋ)ର ୪୧ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ଗୁରୁବାର ଭୁବନେଶ୍ୱରଠାରେ ଆୟୋଜିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଅଂଶୀଦାରମାନେ ୧୪,୧୮୧ କୋଟି ଟଙ୍କାର ସର୍ବାଧିକ ଆୟ ସାଙ୍ଗକୁ ବିକ୍ରୟ କାରବାର ଏବଂ ଟିକସ ପରବର୍ତ୍ତୀ ସର୍ବୋଚ୍ଚ ୨,୯୫୨ କୋଟି ଟଙ୍କାର ଲାଭ ଉଲ୍ଲିଖିତ ବାର୍ଷିକ ହିସାବ ଖାତାକୁ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ଏହାର ଇକ୍ୱିଟି ଶେୟାର ପିଛା ୧.୫୦ଟଙ୍କା ହିସାବରେ ଚୂଡ଼ାନ୍ତ ଲାଭାଂଶ ୩୦% ମଧ୍ୟ ପରିଷଦ ଅନୁମୋଦନ କରିଥିଲା। ଏଠାରେ ଘୋଷିତ ଓ ପୈଠ ହୋଇଥିବା ଅନ୍ତରୀଣ ଲାଭାଂଶ ଏବଂ ଏଜିଏମରେ ଅନୁମୋଦିତ ଚୂଡ଼ାନ୍ତ ଲାଭାଂଶ ସହ ମୋଟ୍‌ ଇକ୍ୱିଟି ଶେୟାର କ୍ୟାପିଟାଲର ୧୩୦% ଯାହା ଅଦ୍ୟାବଧି ସର୍ବାଧିକ ରହିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ନାଲ୍‌କୋ ପ୍ରଥମ ଥର ପାଇଁ ନିଜର ସ୍ମେଲ୍ଟର ପ୍ଲାଣ୍ଟରେ ୯୬୦ଟି ପଟ୍‌କୁ କାର୍ଯ୍ୟକ୍ଷମ କରି ୧୦୦% କ୍ଷମତାର ଉପଯୋଗରେ ସର୍ବୋଚ୍ଚ ୪,୬୦,୦୦୦ ଟନ୍‌ ଆଲୁମିନିୟମ ଉପତ୍ାଦନ କରିଛି। ସେହିପରି କମ୍ପାନୀର ଦାମନଯୋଡ଼ିସ୍ଥିତ ଖଣି ଏବଂ ବିଶୋଧନ ପ୍ରକଳ୍ପରୁ ସର୍ବାଧିକ ୭୫,୧୧,୦୭୫ ଏମ୍‌ଟି ବକ୍ସାଇଟ୍‌ ଉପତ୍ାଦନ କରିଛି, ଯାହା କମ୍ପାନୀ ସ୍ଥାପନା ପରଠାରୁ ଏକ ସର୍ବକାଳୀନ ରେକର୍ଡ ବୋଲି କୁହାଯାଇଛି।
ଏହି ପରିପ୍ରେକ୍ଷୀରେ ଅଂଶଧନଧାରୀମାନଙ୍କୁ ଭର୍ଚୁଆଲ୍‌ ମାଧ୍ୟମରେ ଉଦବୋଧନ ଦେଇ ନାଲ୍‌କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର ପାତ୍ର କହିଛନ୍ତି,୨୦୨୧-୨୨ ଆର୍ଥିକ ବର୍ଷରେ କମ୍ପାନୀର ବ୍ୟବସାୟିକ ଯାତ୍ରା ଉତ୍କର୍ଷର ଏକ ଐତିହାସିକ ବର୍ଷ ଥିଲା। ସେହିଭଳି ଉପତ୍ାଦନ ଏବଂ ଆର୍ଥିକ ପ୍ରଦର୍ଶନରେ ମଧ୍ୟ ଉଚ୍ଚ ସ୍ତରୀୟ ମାନଦଣ୍ଡ ସ୍ଥାପନ ସହ କମ୍ପାନୀ ଅପ୍ରତ୍ୟାଶିତ ସଫଳତା ହାସଲ କରି ଅନେକ ପୁରୁଣା ରେକର୍ଡକୁ ମଧ୍ୟ ଅତିକ୍ରମ କରିଛି। ଏହି ଉଲ୍ଲେଖନୀୟ ପରିଣାମ ହେଉଛି ମହାମାରୀର ପ୍ରତିକୂଳ ପ୍ରଭାବ ବିରୋଧରେ ନାଲ୍‌କୋ ଦ୍ୱାରା ପ୍ରଦର୍ଶିତ ଅସାଧାରଣ ମନୋଭାବର ନିଦର୍ଶନ। ସେହିପରି ମୁଦ୍ରାସ୍ଫୀତିଜନିତ ବିଭିନ୍ନ ନିବେଶ ମୂଲ୍ୟ ବୃଦ୍ଧି, କୋଇଲାର ଅଭାବ ଏବଂ ଲଣ୍ଡନ୍‌ ମେଟାଲ୍‌ ଏକ୍ସଚେଞ୍ଜ ମୂଲ୍ୟରେ ଅସ୍ଥିରତା ସତ୍ତ୍ୱେ ମଧ୍ୟ କମ୍ପାନୀ ସର୍ବନିମ୍ନ ମୂଲ୍ୟରେ ବକ୍ସାଇଟ୍‌ ଏବଂ ଆଲୁମିନିୟମ ଉପତ୍ାଦନରେ ବିଶ୍ୱରେ ନିଜର ସ୍ଥିତିକୁ ବଜାୟ ରଖିବାରେ ସକ୍ଷମ ହୋଇଛି ବୋଲି ପାତ୍ର ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଲ୍‌କାତାରେ ହେବ ବାର୍ସେଲୋନା, ରିୟଲ ମାଡ୍ରିଡ୍‌ ଲିଜେଣ୍ଡ୍ସ ମ୍ୟାଚ୍‌

କୋଲ୍‌କାତା,୧୩ା୧୦: ବିଶ୍ୱ ଫୁଟ୍‌ବଲର ଅନ୍ୟତମ ସଫଳ କ୍ଲବ ବାର୍ସେଲୋନା ଓ ରିୟଲ ମାଡ୍ରିଡ୍‌ର ଲିଜେଣ୍ଡ୍ସ ଦଳ ଆସନ୍ତା ନଭେମ୍ବର ୨୫ରେ କୋଲ୍‌କାତାରେ ଏକ ପ୍ରଦର୍ଶନୀ ମ୍ୟାଚ୍‌ ଖେଳିବେ।…

ଗଞ୍ଜେଇ ସହ ବାଇକ ଜବତ: ଅଭିଯୁକ୍ତ ଗଲେ ଜେଲ             

ଦିଗପହଣ୍ଡି,୧୩|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧୭ ନଂ.ରାଜ୍ୟ ରାଜପଥ କଡ଼ରେ ଥିବା ପଥପାର୍ଶ୍ଵ ସୁବିଧାକେନ୍ଦ୍ର ନିକଟରୁ ମଙ୍ଗଳବାର ପୂର୍ବାହ୍ନ ସାଢେ ୬…

ତେଜିଲା ଆନ୍ଦୋଳନ, ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ

ବୈଶିଙ୍ଗା,୧୩।୧୦(ରତନ ଦାଶ): ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ତଥା ବୈଶିଙ୍ଗା ଥାନା ଅନ୍ତର୍ଗତ ବଣଦାମଦରପୁର ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀଙ୍କ ବଦଳି ନିର୍ଦ୍ଦେଶକୁ ଗ୍ରାମବାସୀ ବିରୋଧ କରିଛନ୍ତି।…

ଆସନ୍ତାକାଲି ଅସ୍ତ ହେବେ ଶୁକ୍ର! ୪ ରାଶିଙ୍କ ଉପରେ ଘୋର ଆର୍ଥିକ ସଙ୍କଟ! ଅଯଥାରେ ବଢିଯିବ ଖର୍ଚ୍ଚ…

ଧନ, ସମୃଦ୍ଧି ଏବଂ ଖୁସିର ଗ୍ରହ ଶୁକ୍ର ଆସନ୍ତା ୧୪ ଅକ୍ଟୋବରରେ ତୁଳା ରାଶିରେ ଅସ୍ତ ହେଉଛନ୍ତି । ନବରାତ୍ରିର ପବିତ୍ର ଦିନଗୁଡ଼ିକରେ ଶୁକ୍ରଙ୍କ ଅସ୍ତଗମନ କିଛି…

ମୋଦିଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ଏଲ୍‌. ମୁରୁଗନ୍‌, ଭବିଷ୍ୟତ ଯୋଜନା ସମ୍ପର୍କରେ ସୂଚନା ଦେଇ କହିଲେ….

ନୂଆଦିଲ୍ଲୀ,୧୩।୧୦: ଭାଜପାର ବରିଷ୍ଠ ନେତା ତଥା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଏଲ୍‌. ମୁରୁଗନ୍‌ ମଙ୍ଗଳବାର ମୋଦି କ୍ୟାବିନେଟ୍‌ରୁ ଇସ୍ତଫା ଦେଇଛନ୍ତି। ଏପରିକି ଏଲ୍‌. ମୁରୁଗନ୍‌…

ନିର୍ବାଚନ ବାତିଲକୁ ନେଇ କେସିଙ୍ଗା କଲେଜରେ ରାଜନୈତିକ ଝଡ଼

କେସିଙ୍ଗା, ୧୩।୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବାକୁ ନେଇ ରାଜନୈତିକ ଉତ୍ତେଜନା ଦେଖାଦେଇଛି। ଏହାର ପ୍ରତିବାଦରେ ବିଜେଡି…

ହୃଦ୍‌ଘାତରେ ଚାଲିଗଲା ଡାକ୍ତରଙ୍କ ଜୀବନ

ଖଡିଆଳ,୧୩ା୧୦ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଚଲାନପଡ଼ା ଗ୍ରାମର ଆୟୁଷ ଡାକ୍ତର ଚିତ୍ତରଞ୍ଜନ ରାଉତ (୫୫)ଙ୍କ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ବୋଡ଼େନ ବ୍ଲକ…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ମାଲାମାଲ ହେବେ ୩ ରାଶି: ମିଳିବ ଫଇଦା ହିଁ ଫାଇଦା, ଧନ ସହ ଘରକୁ ଆସିବ ଖୁସିଖବର

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୭ ଅକ୍ଟୋବର ୨୦୨୬ରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ସହ ମଙ୍ଗଳଙ୍କ ନକ୍ଷତ୍ର ଗୋଚର ମଧ୍ୟ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?