ଉତ୍ପାଦନ-ଆର୍ଥିକ ମାନଦଣ୍ଡରେ ନାଲ୍‌କୋର ଦୃଢ଼ ପ୍ରଦର୍ଶନ

ଭୁବନେଶ୍ୱର,୨୩।୯:ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ (ନାଲ୍‌କୋ)ର ୪୧ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ଗୁରୁବାର ଭୁବନେଶ୍ୱରଠାରେ ଆୟୋଜିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଅଂଶୀଦାରମାନେ ୧୪,୧୮୧ କୋଟି ଟଙ୍କାର ସର୍ବାଧିକ ଆୟ ସାଙ୍ଗକୁ ବିକ୍ରୟ କାରବାର ଏବଂ ଟିକସ ପରବର୍ତ୍ତୀ ସର୍ବୋଚ୍ଚ ୨,୯୫୨ କୋଟି ଟଙ୍କାର ଲାଭ ଉଲ୍ଲିଖିତ ବାର୍ଷିକ ହିସାବ ଖାତାକୁ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ଏହାର ଇକ୍ୱିଟି ଶେୟାର ପିଛା ୧.୫୦ଟଙ୍କା ହିସାବରେ ଚୂଡ଼ାନ୍ତ ଲାଭାଂଶ ୩୦% ମଧ୍ୟ ପରିଷଦ ଅନୁମୋଦନ କରିଥିଲା। ଏଠାରେ ଘୋଷିତ ଓ ପୈଠ ହୋଇଥିବା ଅନ୍ତରୀଣ ଲାଭାଂଶ ଏବଂ ଏଜିଏମରେ ଅନୁମୋଦିତ ଚୂଡ଼ାନ୍ତ ଲାଭାଂଶ ସହ ମୋଟ୍‌ ଇକ୍ୱିଟି ଶେୟାର କ୍ୟାପିଟାଲର ୧୩୦% ଯାହା ଅଦ୍ୟାବଧି ସର୍ବାଧିକ ରହିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ନାଲ୍‌କୋ ପ୍ରଥମ ଥର ପାଇଁ ନିଜର ସ୍ମେଲ୍ଟର ପ୍ଲାଣ୍ଟରେ ୯୬୦ଟି ପଟ୍‌କୁ କାର୍ଯ୍ୟକ୍ଷମ କରି ୧୦୦% କ୍ଷମତାର ଉପଯୋଗରେ ସର୍ବୋଚ୍ଚ ୪,୬୦,୦୦୦ ଟନ୍‌ ଆଲୁମିନିୟମ ଉପତ୍ାଦନ କରିଛି। ସେହିପରି କମ୍ପାନୀର ଦାମନଯୋଡ଼ିସ୍ଥିତ ଖଣି ଏବଂ ବିଶୋଧନ ପ୍ରକଳ୍ପରୁ ସର୍ବାଧିକ ୭୫,୧୧,୦୭୫ ଏମ୍‌ଟି ବକ୍ସାଇଟ୍‌ ଉପତ୍ାଦନ କରିଛି, ଯାହା କମ୍ପାନୀ ସ୍ଥାପନା ପରଠାରୁ ଏକ ସର୍ବକାଳୀନ ରେକର୍ଡ ବୋଲି କୁହାଯାଇଛି।
ଏହି ପରିପ୍ରେକ୍ଷୀରେ ଅଂଶଧନଧାରୀମାନଙ୍କୁ ଭର୍ଚୁଆଲ୍‌ ମାଧ୍ୟମରେ ଉଦବୋଧନ ଦେଇ ନାଲ୍‌କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର ପାତ୍ର କହିଛନ୍ତି,୨୦୨୧-୨୨ ଆର୍ଥିକ ବର୍ଷରେ କମ୍ପାନୀର ବ୍ୟବସାୟିକ ଯାତ୍ରା ଉତ୍କର୍ଷର ଏକ ଐତିହାସିକ ବର୍ଷ ଥିଲା। ସେହିଭଳି ଉପତ୍ାଦନ ଏବଂ ଆର୍ଥିକ ପ୍ରଦର୍ଶନରେ ମଧ୍ୟ ଉଚ୍ଚ ସ୍ତରୀୟ ମାନଦଣ୍ଡ ସ୍ଥାପନ ସହ କମ୍ପାନୀ ଅପ୍ରତ୍ୟାଶିତ ସଫଳତା ହାସଲ କରି ଅନେକ ପୁରୁଣା ରେକର୍ଡକୁ ମଧ୍ୟ ଅତିକ୍ରମ କରିଛି। ଏହି ଉଲ୍ଲେଖନୀୟ ପରିଣାମ ହେଉଛି ମହାମାରୀର ପ୍ରତିକୂଳ ପ୍ରଭାବ ବିରୋଧରେ ନାଲ୍‌କୋ ଦ୍ୱାରା ପ୍ରଦର୍ଶିତ ଅସାଧାରଣ ମନୋଭାବର ନିଦର୍ଶନ। ସେହିପରି ମୁଦ୍ରାସ୍ଫୀତିଜନିତ ବିଭିନ୍ନ ନିବେଶ ମୂଲ୍ୟ ବୃଦ୍ଧି, କୋଇଲାର ଅଭାବ ଏବଂ ଲଣ୍ଡନ୍‌ ମେଟାଲ୍‌ ଏକ୍ସଚେଞ୍ଜ ମୂଲ୍ୟରେ ଅସ୍ଥିରତା ସତ୍ତ୍ୱେ ମଧ୍ୟ କମ୍ପାନୀ ସର୍ବନିମ୍ନ ମୂଲ୍ୟରେ ବକ୍ସାଇଟ୍‌ ଏବଂ ଆଲୁମିନିୟମ ଉପତ୍ାଦନରେ ବିଶ୍ୱରେ ନିଜର ସ୍ଥିତିକୁ ବଜାୟ ରଖିବାରେ ସକ୍ଷମ ହୋଇଛି ବୋଲି ପାତ୍ର ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

ଶେୟାର ବଜାରର ଉତ୍ସାହ, ମାର୍କେଟ କ୍ୟାପ୍ ୪୦୪ ଲକ୍ଷ କୋଟି ପାର

ମୁମ୍ବାଇ,୨୫।୪: ଗୁରୁବାର ଦ୍ୱିପ୍ରହରରେ ଶେୟାର ବଜାରରେ କିଣାବିକା ବଢିବା ସହିତ ଭାରତୀୟ ଶେୟାର ବଜାର ଉତ୍ସାହ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୪,୦୦୦ ପଏଣ୍ଟ ପାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri