ନାଲ୍‌କୋର ୩ୟ ତ୍ରୈମାସରେ ୩.୫% ଅଭିବୃଦ୍ଧି

ଭୁବନେଶ୍ୱର,୮।୨: ଆଲୁମିନା ଏବଂ ଆଲୁମିନିୟମ୍‌ ଉତ୍ପାଦନକାରୀ ଓ ରପ୍ତାନିକାରୀ ଉଦ୍ୟୋଗ ନ୍ୟାଶନାଲ୍‌ ଆଲୁମିନିୟମ୍‌ କମ୍ପାନୀ ଲିମିଟେଡ୍‌ (ନାଲ୍‌କୋ)୨୦୨୧-୨୨ ଆର୍ଥିକ ବର୍ଷର ୩ୟ ତ୍ରୈମାସରେ ଅଭୂତପୂର୍ବ ସଫଳତା ହାସଲ କରିଛି। ଏହି ଆର୍ଥିକ ବର୍ଷର ୩ୟ ତ୍ରୈମାସରେ କମ୍ପାନୀ ଏହାର ନିଟ୍‌ ଲାଭରେ ପ୍ରାୟ ୩.୫ ଗୁଣ ଅଭିବୃଦ୍ଧି ହାସଲ କରି ୮୩୧ କୋଟି ଟଙ୍କା ନିଟ୍‌ ଲାଭ କରିଛି। ଏହା ଗତ ବର୍ଷର ସମାନ ଅବଧି ମଧ୍ୟରେ ହୋଇଥିବା ନିଟ୍‌ ଲାଭ ୨୪୦ କୋଟି ଟଙ୍କାର ୨୪୬% ଅଟେ। ୨୦୨୧ ଡିସେମ୍ବର ଶେଷ ସୁଦ୍ଧା ନାଲ୍‌କୋ ହାସଲ କରିଥିବା ନିଟ୍‌ ଲାଭ ୧୯୨୬ କୋଟି ଟଙ୍କା ମଧ୍ୟ ଏକ ସର୍ବକାଳୀନ ରେକର୍ଡ। ଏହି ଆର୍ଥିକ ବର୍ଷର ୯ ମାସରେ କମ୍ପାନୀ ଏହାର ନିଟ୍‌ ଲାଭରେ ପ୍ରାୟ ୫ଗୁଣ ଅଭିବୃଦ୍ଧି ହାସଲ କରିଛି, ଯାହା ଗତ ବର୍ଷର ଏହି ଅବଧିରେ ହୋଇଥିବା ଲାଭ ୩୬୪ କୋଟି ଟଙ୍କା ଉପରେ ୪୨୯%। ସେହିପରି ୨୦୨୧-୨୨ ଆର୍ଥିକ ବର୍ଷର ୩ୟ ତ୍ରୈମାସରେ ପରିଚାଳନାଗତ ମୋଟ ରାଜସ୍ବରେ ଅଭିବୃଦ୍ଧି ଘଟି ୩,୭୭୩ କୋଟି ଟଙ୍କା ହୋଇଛି। ଯାହା ଗତ ବର୍ଷ ଏହି ଅବଧିରେ ୨,୩୭୯ କୋଟି ଟଙ୍କା ରହିଥିଲା। କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ନବରତ୍ନ କମ୍ପାନୀ ନାଲ୍‌କୋର ଉଲ୍ଲେଖନୀୟ ସଫଳତା ପଛରେ ନିରବଚ୍ଛିନ୍ନ କଞ୍ଚାମାଲ ଯୋଗାଣ ତଥା ଉତ୍ପାଦନ ବୃଦ୍ଧି, ଯୋଜନାବଦ୍ଧ ବିଦ୍ୟୁତ ପରିଚାଳନା, ବିଶେଷ କରି କୋଇଲା ସଂକଟ ସମୟରେ ଉତ୍ପାଦନ କ୍ଷମତାର ସୁବିନିଯୋଗ ଏବଂ ୟୁନିଟ୍‌ଗୁଡ଼ିକର ସୁପରିଚାଳନା ଦ୍ୱାରା ଏହି ଉତ୍କୃଷ୍ଟ ପ୍ରଦର୍ଶନ ସମ୍ଭବ ହୋଇପାରିଛି। ଏଥି ସହ ନାଲ୍‌କୋ ପ୍ରତି ଶେୟାର ଉପରେ ୩ ଟଙ୍କାର ଦ୍ୱିତୀୟ ମଧ୍ୟବର୍ତ୍ତୀ ଡିଭିଡେଣ୍ଡ ମଧ୍ୟ ଘୋଷଣା କରିଛି। ଏଥି ପୂର୍ବରୁ ଡିସେମ୍ବର ୨୦୨୧ରେ ଇକ୍ୱିଟି ଶେୟାର ପ୍ରତି ୨ଟଙ୍କାର ପ୍ରଥମ ମଧ୍ୟବର୍ତ୍ତୀ ଡିଭିଡେଣ୍ଡ ମଧ୍ୟ ପ୍ରଦାନ କରାଯାଇଥିଲା, ଚଳିତ ଆର୍ଥିକ ବର୍ଷରେ ପ୍ରଦାନ କରାଯାଇଥିବା ମୋଟ ମଧ୍ୟବର୍ତ୍ତିକାଳୀନ ଡିଭିଡେଣ୍ଡ୍‌ ଇକ୍ୱିଟି ଶେୟାର ପୁଞ୍ଜିର ୧୦୦% ଅଟେ।
୨୦୨୧-୨୨ ଆର୍ଥିକବର୍ଷର ୯ମାସ ମଧ୍ୟରେ କମ୍ପାନୀ ଗତ ବର୍ଷର ୫୩.୪୮ ଲକ୍ଷ ଟନ୍‌ ତୁଳନାରେ ୫୫.୦୩ ଲକ୍ଷ ଟନ୍‌ ବକ୍ସାଇଟ୍‌ ଉତ୍ପାଦନ କରିଛି। ସେହିଭଳି ଆଲୁମିନା ହାଇଡ୍ରେଟ୍‌ ୧୫.୦୭ ଲକ୍ଷ ଟନ୍‌ ତୁଳନାରେ ୧୫.୪୧ ଲକ୍ଷ ଟନ୍‌ ଉତ୍ପାଦନ ହୋଇଛି। ଆଲୁମିନିୟମ୍‌ ଉତ୍ପାଦନ ମଧ୍ୟ ସ୍ମେଲଟର ପ୍ଲାଣ୍ଟର ସମ୍ପୂର୍ଣ୍ଣ କ୍ଷମତା ବ୍ୟବହାର ସହିତ ଡିସେମ୍ବର ୨୦୨୧ ସୁଦ୍ଧା ଶେଷ ହୋଇଥିବା ପ୍ରଥମ ନଅ ମାସରେ ୩.୪୩ ଲକ୍ଷ ଟନ୍‌ ହୋଇଛି, ଯାହା ଗତ ବର୍ଷର ଏହି ଅବଧିରେ ୩.୦୬ ଲକ୍ଷ ଟନ ଥିଲା। ନାଲ୍‌କୋ ସ୍ମେଲଟର ପ୍ଲାଣ୍ଟ ଏହାର ଇତିହାସରେ ପ୍ରଥମଥର ପାଇଁ ସମସ୍ତ ପ୍ରକାର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଶତପ୍ରତିଶତ କ୍ଷମତା ବିନିଯୋଗ କରିବା ସହ ୯୬୦ଟି ପଟ୍‌ ଏକକାଳୀନ କାର୍ଯ୍ୟ କରାଇବାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିପାରିଛି।
ଏ ସମ୍ପର୍କରେ ନାଲ୍‌କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର ପାତ୍ର କହିଛନ୍ତି, ଏହି ସଫଳତାର ଶ୍ରେୟ ଆମର କର୍ମଚାରୀମାନଙ୍କର ନିଷ୍ଠାପର ସେବା ଏବଂ ଅକ୍ଳାନ୍ତ ପରିଶ୍ରମ ଯୋଗୁ ସମ୍ଭବ ହୋଇପାରିଛି। ଏଥିସହ ଉତ୍ପାଦନ, ଉତ୍ପାଦକତା ଉପରେ ଗୁରୁତ୍ୱ ପ୍ରଦାନ କରିବା ସହିତ କମ୍ପାନୀର ଉତ୍ପାଦନ, ଜନଶକ୍ତି ଏବଂ ପରିଯୋଜନା ଉପରେ ବିଶେଷ ଧ୍ୟାନ ଦ୍ୱାରା ଏହା ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri