ନୈନା ମୃତ୍ୟୁ ମାମଲା: ତଦନ୍ତ କମିଟି ଦ୍ୱାରା ତଦନ୍ତ କରିବାକୁ ହାଇକୋର୍ଟଙ୍କ ଆଦେଶ

କେନ୍ଦୁଝର,୨୯ା୪(ସ୍ବ.ପ୍ର.): କେନ୍ଦୁଝର ସମାଜସେବୀ ରୋଜାଲିନ ସାହୁ (ନୈନା) ମୃତ୍ୟୁ ଘଟଣାକୁ ନେଇ ହାଇକୋର୍ଟ ଏକ ମାମଲାର ବିଚାର କରି ଏକ ତଦନ୍ତ କମିଟି ଦ୍ୱାରା ଯାଞ୍ଚ କରିବାକୁ କେନ୍ଦୁଝର ଏସ୍‌ପିଙ୍କୁ ଆଦେଶ ଦେଇଛନ୍ତି। ଏଥିରେ ସଂପୃକ୍ତ ବ୍ୟକ୍ତିମାନଙ୍କୁ କୌଣସି ଛାଡ଼ ନ କରି ଏହାର ତଦନ୍ତ ପାଇଁ ହାଇକୋର୍ଟ ଆଦେଶ କରିଛନ୍ତି। ଘଟଣାର ଅଭିଯୁକ୍ତମାନେ ଅବାଧରେ ବୁଲୁଥିଲେ ହେଁ ଧରା ଯାଉ ନ ଥିବା ଏବଂ ଏପରିକି ସାଇବର ସେଲ୍‌ ପୋଲିସ ଦ୍ୱାରା ମଧ୍ୟ ଏହାର ଯାଞ୍ଚ କରାଯାଉ ନ ଥିବାରୁ ଏନେଇ ଆବେଦନକାରୀ ତଥା ମୃତକାଙ୍କ ମା’ ରେବତୀ ସାହୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ଘଟଣାକୁ ନେଇ ଘଟଗାଁ ପୋଲିସ ମଧ୍ୟ ଏକ ହତ୍ୟା ମାମଲା ରୁଜୁ କରି ଚୁପ୍‌ ବସିଥିବା ନେଇ ଅଭିଯୋଗ ହୋଇଥିଲା। ତାଙ୍କ ଝିଅଙ୍କୁ ହତ୍ୟା କରାଯାଇଥିବା ନୈନା ମା’ ରେବତୀ ସାହୁ ଅଭିଯୋଗ କରିବା ପରେ ପୋଲିସ ଦୁର୍ଘଟଣା ଜନିତ ମୃତ୍ୟୁକୁ ହତ୍ୟା ମାମଲାରେ ପରିବର୍ତ୍ତିତ କରିଥିଲେ ହେଁ ଅଭିଯୁକ୍ତମାନଙ୍କୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ନେଇ ହାଇକୋର୍ଟରେ ଅଭିଯୋଗ କରିଥିଲେ। ଏହାର ଶୁଣାଣି କରି ବିଚାରପତି ଡକ୍ଟର ଏସ୍‌ କେ ପାଣିଗ୍ରାହୀ ସିଆରଏଲ ଏମ୍‌ପି ନଂ ୭୨୧ ଅଫ୍‌ ୨୦୨୩ରେ ଅଭିଯୋଗକୁ ଗ୍ରହଣ କରି ଏଭଳି ଆଦେଶ କରିଛନ୍ତି। ହାଇକୋର୍ଟଙ୍କ ଏହି ଆଦେଶ ପରେ ପୋଲିସ କି ପଦକ୍ଷେପ ଗ୍ରହଣ କରୁଛି ତାହାକୁ ପରିବାର ଲୋକ ତଥା ନୈନାଙ୍କ ମାତାପିତା ଅପେକ୍ଷା କରିଛନ୍ତି। ୨୦୨୨ ଡିସେମ୍ବର ୧୧ରେ ଗୁରୁତର ଅବସ୍ଥାରେ ନୈନାଙ୍କୁ କଟକ ନିଆଯାଇଥିଲା। ଉକ୍ତ ମାସ ୨୯ ତାରିଖରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ପୋଲିସ ଜାନୁୟାରୀ ୧ରେ ଅପମୃତ୍ୟୁ ମାମଲା ରୁଜୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଲ୍‌ କରିବା ଆଶାରେ ଶୀଘ୍ର ଶେଷ କରୁଛନ୍ତି କାମ: ଠିକ୍‌ ଢଙ୍ଗରେ ଲାଗୁନି ଷ୍ଟ୍ରିଟ୍‌ ଲାଇଟ 

ଧର୍ମଶାଳା,୨।୮(ଶିବ ପ୍ରଶାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ବିଭିନ୍ନ ଗାଁରେ ଅନ୍ଧକାର ଦୂର କରିବା ନିମନ୍ତେ ବ୍ଲକ ପ୍ରଶାସନ ପକ୍ଷରୁ ସୋଲାର ଷ୍ଟ୍ରିଟ୍‌ ଲାଇଟ ଲଗାଯିବା…

ମା’ ତାରାତାରିଣୀଙ୍କ ହୁଣ୍ଡିରୁ ମିଳିଲା କୁନି ପୁଅର ଚିଠି; ଦୁଃଖ ଶୁଣିବାକୁ ମା’ଙ୍କ ପାଖେ ଆକୁଳ ନିବେଦନ

ଗଞ୍ଜାମ,୮।୨: ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ହୁଣ୍ଡିରୁ ମିଳିଥିବା ଏକ ଚିଠି ଏବେ ଶ୍ରଦ୍ଧାଳୁଙ୍କ ମନକୁ ଆନ୍ଦୋଳିତ କରିଛି। ଜଣେ କୁନି ପୁଅ…

୩ ମାସରୁ ଅଧିକ ହେବ ବନ୍ଦ ପଡ଼ିଛି ରକ୍ତଭଣ୍ଡାର, ରୋଗୀସେବା ବ୍ୟାହତ

ବଲାଙ୍ଗୀର/କଣ୍ଟାବାଞ୍ଜି,୮ା୨(ସୁନିଲ କୁମାର ମହାନ୍ତି/ଗୁରୁ ଦୟାଲ ହଂସ): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗତ ୨୦୦୯ରେ ବିଜୁ ପଟ୍ଟନାୟକ ରକ୍ତଭଣ୍ଡାର ସ୍ଥାପିତ ହୋଇଥିଲା। ଏହି ରକ୍ତଭଣ୍ଡାରକୁ ତତ୍କାଳୀନ…

VIDEO: ଟସ୍‌ ଛାଡି ହଠାତ୍‌ କୁଆଡେ ଚାଲିଗଲେ କ୍ୟାପଟେନ ସୂର୍ଯ୍ୟକୁମାର? ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୮।୨: ଭାରତୀୟ କ୍ରିକେଟରେ, ଖେଳାଳିମାନଙ୍କ ମଧ୍ୟରେ ସମ୍ପର୍କ ପ୍ରାୟତଃ ବିଜୟ ଏବଂ ପରାଜୟକୁ ଅତିକ୍ରମ କରିଯାଏ। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ସମାନ ଦୃଶ୍ୟ ଦେଖାଯାଇଥିଲା, ଯେତେବେଳେ ଅଧିନାୟକ…

ଭକ୍ତମୟ ହୋଇଛି କାଳୀଜାଈଙ୍କ ପୀଠ, ଜମୁଛି ଶହଶହ ଭକ୍ତଙ୍କ ଭିଡ଼

କୃଷ୍ଣପ୍ରସାଦ,୮।୨(କୈଳାଶ ଚନ୍ଦ୍ର ପଟ୍ଟନାୟକ ): ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା’ ‎କାଳୀଜାଈଙ୍କ ପୀଠ ପାଲଟିଛି ଭକ୍ତମୟ । ମା’ଙ୍କ ଆଶିଷ ଲାଭ କରିବା ପାଇଁ ବହୁ ଦୂରଦୂରାନ୍ତରରୁ…

ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଇଲେ ଅନୁରାଗ ଠାକୁର, ୯ ବର୍ଷର ବିଳମ୍ବ ଉପରେ ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ,୮।୨: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏବଂ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)ର ପୂର୍ବତନ ଅଧ୍ୟକ୍ଷ ଅନୁରାଗ ଠାକୁର, ବିସିସିଆଇରେ ପଦରେ ଲାଗିଥିବା ପ୍ରତିବନ୍ଧକ ଉଠାଇବା ନିଷ୍ପତ୍ତିରେ…

୭ ବର୍ଷର ପ୍ରଚେଷ୍ଟା ୧୦ ମିନିଟରେ ଧ୍ଵଂସ, ବନ୍ୟପ୍ରାଣୀଙ୍କ ପାଇଁ ଚାଷ କାର୍ଯ୍ୟରୁ ମନ ଫେରାଉଛନ୍ତି ଚାଷୀ

ଭଞ୍ଜନଗର,୮।୨(ବାବୁଲା ପ୍ରଧାନ): ଦେଶରେ ହୁ ହୁ ହୋଇ ଜନସଂଖ୍ୟା ବଢ଼ିବାରେ ଲାଗିଛି । ଜନସଂଖ୍ୟା ବୃଦ୍ଧି ଯୋଗୁଁ ଲୋକେ ବଞ୍ଚିବା ପାଇଁ ବିଭିନ୍ନ ଆବଶ୍ୟକତା ବଢୁଛି ।…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri